‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଖଗେଶ୍ବର ମାଝି (୨୭)। ସୂଚନା ଅନୁସାରେ ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକା ଗତ ୨ ବର୍ଷ ତଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ବାତେଲିମା ପଞ୍ଚାୟତ କପାଗୁଡା ଗାଁର ଖଗେଶ୍ୱର ବିବାହର ପ୍ରଲୋଭନ ଦେଖାଇ ନିଜ ଗାଁକୁ […] The post ‘ଆଉ ତତେ ଗ୍ରହଣ କରିବି ନାହିଁ’ appeared first on Dharitri Odia News.

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଖଗେଶ୍ବର ମାଝି (୨୭)।

ସୂଚନା ଅନୁସାରେ ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକା ଗତ ୨ ବର୍ଷ ତଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ବାତେଲିମା ପଞ୍ଚାୟତ କପାଗୁଡା ଗାଁର ଖଗେଶ୍ୱର ବିବାହର ପ୍ରଲୋଭନ ଦେଖାଇ ନିଜ ଗାଁକୁ ନେଇ ଆସିଥିଲେ। ପୁଅ ଘର ଲୋକେ ଝିଅକୁ ଗ୍ରହଣ ନ କରିବାରୁ ଖଗେଶ୍ୱର ଗାଁର ଏକ ଭଡାଘରେ ରଖିଥିଲେ। ବିବାହ କରିବ କହି ଶାରୀରିକ ସମ୍ପର୍କ ରଖିଥିଲେ। ପ୍ରାୟ ଦେଢ଼ ବର୍ଷ ପରେ ତାଙ୍କର ଗୋଟିଏ ସନ୍ତାନ ଜନ୍ମ ହୋଇଥିଲା। ପରେ ଖଗେଶ୍ବର ଦାଦନ ଖଟିବାକୁ ତାମିଲନାଡୁ ଚାଲି ଯାଇଥିଲା। ଇତି ମଧ୍ୟରେ ପ୍ରାୟ ୭ ମାସ ବିତି ଯାଇଥିଲା। ଏପଟେ ଖଗେଶ୍ବର ସ୍ତ୍ରୀ ଓ ସନ୍ତାନ ଏକୁଟିଆ ରହିଥିବା ବେଳେ କିଛିଦିନ ତଳେ ଖଗେଶ୍ବର ମୁଁ ଆଉ ତତେ ଗ୍ରହଣ କରିବି ନାହିଁ ବୋଲି ସ୍ତ୍ରୀଙ୍କୁ ଜଣାଇଥିଲେ। ଏହି ଖବର ପାଇ ନାବାଳିକା ଲାଞ୍ଜିଗଡ଼ ଥାନାର ଦାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ଘଟଣା ଗୁରୁତର ସହ ନେଇ ଖଗେଶ୍ବରଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ। ଖଗେଶ୍ବର ସମ୍ପୃକ୍ତ ନାବାଳିକାଙ୍କୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହାପରେ ଦୁହିଁଙ୍କ ଡାକ୍ତରୀ ମାଇନା କରି ଖଗେଶ୍ୱରଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ପ୍ରକାଶ କରିଛନ୍ତି। ଏ ନେଇ ଥାନାରେ ଦଫା ୪୧୭/୩୭୬/(୨)(ଏନ)ଆରଡବ୍ଲୁ ୫୦୬/୩୪/୬ ପୋକ୍ସୋ ଅନୁସାରେ ଏକ ମାମଲା (ନଂ.୩୫/୨୪) ହୋଇଛି।

The post ‘ଆଉ ତତେ ଗ୍ରହଣ କରିବି ନାହିଁ’ appeared first on Dharitri Odia News.