ଆଉ ଦିନକ ପରେ ଧାନ ସଂଗ୍ରହ, ବରଗଡରୁ ଖୋଲିବ ପ୍ରଥମ ମଣ୍ଡି; MSP ଉପରେ ସରକାରଙ୍କ ଗୁରୁତ୍ଵ
ଭୁବନେଶ୍ଵର: ୨୦ରୁ ଆରମ୍ଭ ହେବ ଧାନ ସଂଗ୍ରହ । ନୂଆ ସରକାର ଆସିବା ପରେ ରାଜ୍ୟରେ ପ୍ରଥମ ଥର ଖରିଫ ଧାନ ସଂଗ୍ରହ କରିବେ । ପୁରୁଣା ସରକାର ସମୟରେ ଧାନ ସଂଗ୍ରହ ଦୁର୍ନୀତିକୁ ଭୋଟ ପ୍ରସଙ୍ଗ କରି ସରକାରକୁ ଆସିଥିବା ବିଜେପି ପାଇଁ ସ୍ଵଚ୍ଛତାର ସହ ଧାନ ସଂଗ୍ରହ ବଡ ଚ୍ୟାଲେଞ୍ଜ ହୋଇଛି । ସେପଟେ ନିର୍ବାଚନ ଇସ୍ତାହର ଅନୁସାରେ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣିବା ସହ ଧାନ ସଂଗ୍ରହରେ ସ୍ବଚ୍ଛତାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଧାନ ସଂଗ୍ରହ ପାଇଁ ହୋଇଥିବା ମନ୍ତ୍ରୀ ସ୍ତରୀୟ କମିଟିର ଅଧକ୍ଷ୍ୟ କୃଷି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ମନ ଇଛା କଟନି ଛଟନି ବନ୍ଦ କରାଯିବ । ସେପଟେ ସମବାୟ ମନ୍ତ୍ରୀ କହିଛନ୍ତି ବାହାର ରାଜ୍ୟ ବେପାରୀଙ୍କ ଉପରେ ରହିବ କଡ଼ା ନଜର ।ଆଉ ଦିନକ ପରେ ଧାନ କିଣିବେ ସରକାର । ବରଗଡରୁ ଖୋଲିବ ପ୍ରଥମ ମଣ୍ଡି । ତେବେ କେମିତି ଧାନକିଣା ରାଲେଂଜକୁ ସାମ୍ନା କରିବେ ସରକାର ? ଧାନର ମାନ ପରୀକ୍ଷଣ, କଟନି ଛଟନି, ମଣ୍ଡି ଅବ୍ୟବସ୍ଥା, ଟୋକନ ସମସ୍ୟା, ବାହାର ରାଜ୍ୟ ବେପାରୀଙ୍କ ଉପରେ ରୋକ, ମଣ୍ଡିରେ ଦଲାଲି ବନ୍ଦ ସହ ରାଜ୍ୟ ସରକାର ଧାନ କିଣାରେ ଏଥର କ୍ବିଣ୍ଟାଲ ପିଛା ୮ ଶହ ଟଙ୍କା ବୋନସ ଦେବେ । ଏସବୁ ଚାଲେଂଜକୁ ବ୍ୟବସ୍ଥିତ କରିବାକୁ ନୂଆ ସରକାର ଆରମ୍ଭରୁ ବେଶ କସରତ କରିଛନ୍ତି । ଧାନ ସଂଗ୍ରହ ପାଇଁ ହୋଇଥିବା ମନ୍ତ୍ରୀସ୍ତରୀୟ କମିଟିର ଅଧକ୍ଷ
ଭୁବନେଶ୍ଵର: ୨୦ରୁ ଆରମ୍ଭ ହେବ ଧାନ ସଂଗ୍ରହ । ନୂଆ ସରକାର ଆସିବା ପରେ ରାଜ୍ୟରେ ପ୍ରଥମ ଥର ଖରିଫ ଧାନ ସଂଗ୍ରହ କରିବେ । ପୁରୁଣା ସରକାର ସମୟରେ ଧାନ ସଂଗ୍ରହ ଦୁର୍ନୀତିକୁ ଭୋଟ ପ୍ରସଙ୍ଗ କରି ସରକାରକୁ ଆସିଥିବା ବିଜେପି ପାଇଁ ସ୍ଵଚ୍ଛତାର ସହ ଧାନ ସଂଗ୍ରହ ବଡ ଚ୍ୟାଲେଞ୍ଜ ହୋଇଛି । ସେପଟେ ନିର୍ବାଚନ ଇସ୍ତାହର ଅନୁସାରେ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣିବା ସହ ଧାନ ସଂଗ୍ରହରେ ସ୍ବଚ୍ଛତାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଧାନ ସଂଗ୍ରହ ପାଇଁ ହୋଇଥିବା ମନ୍ତ୍ରୀ ସ୍ତରୀୟ କମିଟିର ଅଧକ୍ଷ୍ୟ କୃଷି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ମନ ଇଛା କଟନି ଛଟନି ବନ୍ଦ କରାଯିବ । ସେପଟେ ସମବାୟ ମନ୍ତ୍ରୀ କହିଛନ୍ତି ବାହାର ରାଜ୍ୟ ବେପାରୀଙ୍କ ଉପରେ ରହିବ କଡ଼ା ନଜର ।
ଆଉ ଦିନକ ପରେ ଧାନ କିଣିବେ ସରକାର । ବରଗଡରୁ ଖୋଲିବ ପ୍ରଥମ ମଣ୍ଡି । ତେବେ କେମିତି ଧାନକିଣା ରାଲେଂଜକୁ ସାମ୍ନା କରିବେ ସରକାର ? ଧାନର ମାନ ପରୀକ୍ଷଣ, କଟନି ଛଟନି, ମଣ୍ଡି ଅବ୍ୟବସ୍ଥା, ଟୋକନ ସମସ୍ୟା, ବାହାର ରାଜ୍ୟ ବେପାରୀଙ୍କ ଉପରେ ରୋକ, ମଣ୍ଡିରେ ଦଲାଲି ବନ୍ଦ ସହ ରାଜ୍ୟ ସରକାର ଧାନ କିଣାରେ ଏଥର କ୍ବିଣ୍ଟାଲ ପିଛା ୮ ଶହ ଟଙ୍କା ବୋନସ ଦେବେ । ଏସବୁ ଚାଲେଂଜକୁ ବ୍ୟବସ୍ଥିତ କରିବାକୁ ନୂଆ ସରକାର ଆରମ୍ଭରୁ ବେଶ କସରତ କରିଛନ୍ତି । ଧାନ ସଂଗ୍ରହ ପାଇଁ ହୋଇଥିବା ମନ୍ତ୍ରୀସ୍ତରୀୟ କମିଟିର ଅଧକ୍ଷ୍ୟ ତଥା କୃଷି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧ
କିଭଳି ସୁରୁଖୁରୁରେ ଧାନକିଣା ହେବ ସେନେଇ ପ୍ରସ୍ତୁତି ହୋଇଛି | ଧାନ କିଣାର ଗୋଟେ ସ୍ଲିପ ଚାଷୀ ଏବଂ ଆଉ ଗୋଟେ ସରକାରଙ୍କ ପାଖରେ ରହିବ | ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶାବଳୀ ଦିଆଯାଇଛି | ଧାନରେ ଆଦ୍ରତା ଓ FAQ ଅନୁଯାୟୀ କ୍ବାଲିଟି ଧାନ କିଣାଯିବ | ଯେଉଁଠି FAQ ମାନ କମ୍ ଥିବ ଏବଂ ଆଦ୍ରତା ଥିବ ସେଠାରେ ନିର୍ଦ୍ଧାରିତ କରାଯିବ କେତେ ପ୍ରତିଶତ କଢ଼ାଯିବ । ସେପେଟେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଧାନ କିଣା ଲାଗି ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯଇଛି । ପ୍ରତ୍ୟେକ ମଣ୍ଡିରେ ଜଣେ ନୋଡାଲ ଅଫିସର ରହିବେ । ୪/୫ ମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ । ଜିଲ୍ଲାର ଧାନ କିଣା ଦାୟିତ୍ବରେ ଜିଲ୍ଲାପାଳ ରହିବେ । ଦୁଇ ଜିଲ୍ଲାରେ ଧାନକିଣା ଦାୟିତ୍ବରେ ରହିବେ ଜଣେ ମନ୍ତ୍ରୀ । ସରକାର ଚାହୁଁଛନ୍ତି ମିଲିଡ ମ୍ୟାନ ନରହି ଚାଷୀ ସିଧା ବେନିଫିଟ ପାଆନ୍ତୁ ।
ବରଗଡରେ ପ୍ରଥମ ମଣ୍ଡି ଖୋଲିବ । ଏଥି ପାଇଁ ସରିଛି ପ୍ରସ୍ତୁତି । ଧାନ ଦେବା ଲାଗି ଚାଷୀମାନେ ମଧ୍ୟ ଅପେକ୍ଷା କରିଛନ୍ତି । ଏଥର ବୋନସ ପାଇବା ସହ ଉଚିତ ଦରରେ ଧାନ ବିକିବା ଲାଗି ଆଶାରେ ଅଛନ୍ତି ଚାଷୀ । ସେପଟେ ସମବାୟ ମନ୍ତ୍ରୀ କହିଛନ୍ତି, ବାହାର ବେପାରୀଙ୍କ ଉପରେ ସରକାରଙ୍କ ରହିଛି କଡା ନଜର । କାହା କଥାରେ ନପଡ଼ି କମ୍ ଦାମ୍ ରେ ଧାନ ନଦେବା ଲାଗି ଚାଷୀଙ୍କୁ ଅପିଲ କରିଛନ୍ତି ସମବାୟ ମନ୍ତ୍ରୀ । ବାହାର ବେପାରୀ ଓ କଳାବଜାରୀଙ୍କ ଉପରେ ବିଭାଗ ତୀକ୍ଷ୍ଣ ନଜର ରଖିଛି । ଯିଏ ଗାଁ ଭିତରେ ହାବୁଡ଼େ ପଡ଼ିବ ତାକୁ ଧରାଯାଇ କଠୋର ଦଣ୍ଡ ଦିଆଯିବ । ସେଥିପାଇଁ ସମସ୍ତ ବିଧାୟକ ସ୍ଥାନୀୟ ନେତୃବୃନ୍ଦଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।
ଏଥର ଧାନମଣ୍ଡିରେ ସିସିଟିଭି ବ୍ୟବସ୍ଥା ହୋଇଛି, ପ୍ୟାଡି କ୍ଲିନର, ଗ୍ରୀନ ଆନାଲାଇଜର,ତାରପୋଲିନ ବ୍ୟବସ୍ଥା ହୋଇଛି । ଚାଷୀମାନେ ମଣ୍ଡିକୁ ଆସିଲେ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯିବା ସହ ସବୁଠି ଶୌଚାଳୟ, ପିଇବା ପାଣିର ବ୍ୟବସ୍ଥା କରିଛନ୍ତି ସରକାର ।