ଆଉ ଦିନେ ବଢିଲା ବାଲିଯାତ୍ରା ମହୋତ୍ସବ, ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା

କଟକ:ବଢ଼ିଲା ବାଲିଯାତ୍ରା ମହୋତ୍ସବ। ଏଣିକି ୨୨ ନୁହେଁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା। ଐତିହାସିକ କଟକ ବାଲିଯାତ୍ରା ଆସନ୍ତା ୨୨ ତାରିଖ ବଦଳରେ ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଲୋକଙ୍କ ଆଗ୍ରହକୁ ଦେଖି ଏଭଳି ନିଷ୍ପତ୍ତି ନିଆ ଯାଇଛି। ଦିନକୁ ଦିନ ବାଲିଯାତ୍ରାରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି।ସର୍ବୋପରି ଦର୍ଶକ, ବ୍ୟବସାୟୀ, କଳାକାରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ କଟକ ବାଲିଯାତ୍ରା-୨୦୨୪କୁ ଗୋଟିଏ ଦିନ ଅଧିକ ବଢ଼ାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ […]

ଆଉ ଦିନେ ବଢିଲା ବାଲିଯାତ୍ରା ମହୋତ୍ସବ, ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା

କଟକ:ବଢ଼ିଲା ବାଲିଯାତ୍ରା ମହୋତ୍ସବ। ଏଣିକି ୨୨ ନୁହେଁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା। ଐତିହାସିକ କଟକ ବାଲିଯାତ୍ରା ଆସନ୍ତା ୨୨ ତାରିଖ ବଦଳରେ ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଲୋକଙ୍କ ଆଗ୍ରହକୁ ଦେଖି ଏଭଳି ନିଷ୍ପତ୍ତି ନିଆ ଯାଇଛି। ଦିନକୁ ଦିନ ବାଲିଯାତ୍ରାରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି।ସର୍ବୋପରି ଦର୍ଶକ, ବ୍ୟବସାୟୀ, କଳାକାରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ କଟକ ବାଲିଯାତ୍ରା-୨୦୨୪କୁ ଗୋଟିଏ ଦିନ ଅଧିକ ବଢ଼ାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନଭେମ୍ବର ୧୫ରୁ ଆୟୋଜିତ ବାଲିଯାତ୍ରା ନବମ ଦିନରେ ଉଦଯାପନ ହେବ । ନଭେମ୍ବର ୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ବାଲିଯାତ୍ରା ୨୩ ତାରିଖରେ ଉଦଯାପିତ ହେବ।ଚଳିତବର୍ଷ କଟକ ବାଲିଯାତ୍ରାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନଙ୍କୁ ଦେଖିବାକୁ ମିଳିଥିଲା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି। ଲୋକଙ୍କ ଭିଡ଼ ଜମୁଛି। ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏହାକୁ ଆଉ ଦିନେ ବଢା ଯାଇଛି।