ଆଉ ପାଦେ ଆଗକୁ ବଢିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ । ଏଣିକି ରେଳରେ ଯାଇହେବ ଦଶପଲ୍ଲା

କନକ ବ୍ୟୁରୋ: ଦଶପଲ୍ଲା ରେଳଷ୍ଟେସନର ହେଲା ଲୋକାର୍ପଣ । ଲୋକେ ଏଣିକି ଦଶପଲ୍ଲା ଯାଏଁ ଟ୍ରେନରେ ଯାଇପାରିବେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବହୁ ପ୍ରତିକ୍ଷିତ ଦଶପଲ୍ଲା ରେଳଷ୍ଟେସନର ଲୋକାର୍ପଣ କରିଛନ୍ତି । ଏଥିସହ ଟ୍ରେନ ଚଳାଚଳର ଶୁଭାରମ୍ଭ ବି ହୋଇଛି । ଦଶପଲ୍ଲାକୁ ଏଣିକି ଦୈନିକ ୪ଟି ଟ୍ରେନ ଚାଲିବ । ଏଥିମଧ୍ୟରୁ ୨ଟି ପାସେଞ୍ଜର ଟ୍ରେନ ଥିବାବେଳେ ଗୋଟିଏ ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନ ରହିଛି । କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଦଶପଲ୍ଲାରେ […] The post ଆଉ ପାଦେ ଆଗକୁ ବଢିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ । ଏଣିକି ରେଳରେ ଯାଇହେବ ଦଶପଲ୍ଲା first appeared on Kanak News.

ଆଉ ପାଦେ ଆଗକୁ ବଢିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ । ଏଣିକି ରେଳରେ ଯାଇହେବ ଦଶପଲ୍ଲା

କନକ ବ୍ୟୁରୋ: ଦଶପଲ୍ଲା ରେଳଷ୍ଟେସନର ହେଲା ଲୋକାର୍ପଣ । ଲୋକେ ଏଣିକି ଦଶପଲ୍ଲା ଯାଏଁ ଟ୍ରେନରେ ଯାଇପାରିବେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବହୁ ପ୍ରତିକ୍ଷିତ ଦଶପଲ୍ଲା ରେଳଷ୍ଟେସନର ଲୋକାର୍ପଣ କରିଛନ୍ତି । ଏଥିସହ ଟ୍ରେନ ଚଳାଚଳର ଶୁଭାରମ୍ଭ ବି ହୋଇଛି । ଦଶପଲ୍ଲାକୁ ଏଣିକି ଦୈନିକ ୪ଟି ଟ୍ରେନ ଚାଲିବ । ଏଥିମଧ୍ୟରୁ ୨ଟି ପାସେଞ୍ଜର ଟ୍ରେନ ଥିବାବେଳେ ଗୋଟିଏ ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନ ରହିଛି । କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଦଶପଲ୍ଲାରେ ଖୁବ ଶୀଘ୍ର ସଂରକ୍ଷଣ କାଉଣ୍ଟର ବି ଖୋଲିବ ।

  • ବଲାଙ୍ଗୀରକୁ କେବେ ଗଡିବ ଟ୍ରେନ?
  • ଖୋର୍ଦ୍ଧା-ଦଶପଲ୍ଲା ଟ୍ରେନ ଚଳାଚଳ ସ୍ୱାଭାବିକ

ପୂର୍ବରୁ ଖୋର୍ଦ୍ଧା-ନୂଆଗାଁ ମଧ୍ୟରେ ୯୨ କିଲୋମିଟର ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଏବେ ଦଶପଲ୍ଲା ଯାଏଁ ଆଉ ୧୫ କିଲୋମିଟର ମଧ୍ୟରେ ଟ୍ରେନ ଚଳାଚଳ ହୋଇଛି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବଲାଙ୍ଗୀରକୁ ଖୁବଶୀଘ୍ର ଟ୍ରେନ ଚାଲିବ । ଏହାକୁ କୌଣସି ବାଧା ଅଟକାଇପାରିବ ନାହିଁ । କାମ କରିବାବେଳେ କୌଣସି ରାଜନୀତି କରାଯିବ ନାହିଁ ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନର ନିର୍ମାଣ କାମ ୨୦୦୧ରେ ଆରମ୍ଭ ହୋଇଥିଲ । ୩୦୬ କିଲୋମିଟରର ଏହି ରେଳଲାଇନର କାମ ୨୦ ବର୍ଷ ବିତିଯାଇଥିଲେ ବି ସଂପୂର୍ଣ୍ଣ ହୋଇପାରିନାହିଁ । ଖୋର୍ଦ୍ଧାରୁ ଦଶପଲ୍ଲା ଯାଏଁ ଟ୍ରେନ ଗଡିଥିବାବେଳେ ବଲାଙ୍ଗୀରରୁ ସୋନପୁରର ବିଚ୍ଛୁପାଲି ଯାଏଁ ଟ୍ରେନ ଗଡୁଛି । ଚଳିତବର୍ଷ ଶେଷ ସୁଦ୍ଧା ବୌଦ୍ଧ ଜିଲ୍ଲା ପୁରୁଣା କଟକ ଯାଏଁ ଟ୍ରେନ ଗଡିବାକୁ ଲକ୍ଷ୍ୟ ରଖାଯାଇଛି ।

The post ଆଉ ପାଦେ ଆଗକୁ ବଢିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ । ଏଣିକି ରେଳରେ ଯାଇହେବ ଦଶପଲ୍ଲା first appeared on Kanak News.