‘ଆଉ ଯୁଦ୍ଧ କରନ୍ତୁ ନାହିଁ’, ନିର୍ବାଚନ ଜିତିବା ମାତ୍ରେ ପୁଟିନଙ୍କ ସହ ଆଲୋଚନା କଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ବ୍ଲାଦମିର ପୁଟିନଙ୍କ ସହ ଫୋନ କରି କଥା ହୋଇଛନ୍ତି। ରିପୋର୍ଟ ମୁତାବକ ସେ ୟୁକ୍ରେନ ବିପକ୍ଷରେ ଜାରି ରହିଥିବା ଯୁଦ୍ଧକୁ ନେଇ ଆଲୋଚନା କରିଛନ୍ତି। ଆଉ ଯୁଦ୍ଧ ନ କରିବା ପାଇଁ ଟ୍ରମ୍ପ ଆହ୍ୱାନ ଦେଇଛନ୍ତି। ଏହା ବ୍ୟତୀତ ରୁଷକୁ ୟୁରୋପରେ ଆମେରିକାର ଶକ୍ତଶାଳୀ ସୈନ୍ୟମାନେ ନ ରହିବାକୁ ଚେତାବନୀ ଦେଇଛନ୍ତି। ଫୋନ କଲରେ ଏହି ଦୁଇ ନେତା ଉପମହାଦ୍ୱୀପରେ ଶାନ୍ତି ବଜାୟ ରଖିବାକୁ ଏବଂ […]

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ବ୍ଲାଦମିର ପୁଟିନଙ୍କ ସହ ଫୋନ କରି କଥା ହୋଇଛନ୍ତି। ରିପୋର୍ଟ ମୁତାବକ ସେ ୟୁକ୍ରେନ ବିପକ୍ଷରେ ଜାରି ରହିଥିବା ଯୁଦ୍ଧକୁ ନେଇ ଆଲୋଚନା କରିଛନ୍ତି। ଆଉ ଯୁଦ୍ଧ ନ କରିବା ପାଇଁ ଟ୍ରମ୍ପ ଆହ୍ୱାନ ଦେଇଛନ୍ତି। ଏହା ବ୍ୟତୀତ ରୁଷକୁ ୟୁରୋପରେ ଆମେରିକାର ଶକ୍ତଶାଳୀ ସୈନ୍ୟମାନେ ନ ରହିବାକୁ ଚେତାବନୀ ଦେଇଛନ୍ତି। ଫୋନ କଲରେ ଏହି ଦୁଇ ନେତା ଉପମହାଦ୍ୱୀପରେ ଶାନ୍ତି ବଜାୟ ରଖିବାକୁ ଏବଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧର ସମାଧାନ ଉପରେ ଚର୍ଚ୍ଚା କରିଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ,ରୁଷ ସହ କଲ କରିଥିବା କଥାକୁ ୟୁକ୍ରେନ ସରକାରଙ୍କୁ ଜଣାଇଦିଆଯାଇଛି। ସେ ଏହା ଉପରେ କୌଣସି ପ୍ରକାର ଆପତ୍ତି କରିନାହାନ୍ତି। ୟୁକ୍ରେନ ବୈଦେଶିକ ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିଛି। ମନ୍ତ୍ରାଳୟ କହିବାନୁଯାୟୀ, କିଭକୁ ଏହି ଫୋନ କଲ ବିଷୟରେ କୌଣସି ସୂଚନା ଦିଆଯାଇ ନଥିଲା ଏବଂ ସେ ରିପୋର୍ଟକୁ ମିଥ୍ୟା ବୋଲି କହିଛନ୍ତି।