ଆଉ ରାତିରେ ହେବନି ଚେକିଂ, ଚାଲାଣ କାଟିବନି ପୋଲିସ, ସିଟ୍ ବେଲ୍ଟ ନ ଲଗାଇଲେ ବି ହେବନି ଅସୁବିଧା
ନୂଆଦିଲ୍ଲୀ,୩୧।୫: ଏବେ ରାତିରେ ଚାରିଆଡେ ପୋଲିସ ଗାଡି ଚେକିଂ କରୁଛି। ଗାଡି ଚେକିଂ ସମୟରେ ପୋଲିସ ବାବୁମାନେ ଅଯଥା ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି। ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ଡିସିପି(ଟ୍ରାଫିକ) ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାତିବେଳା ପୋଲିସ କର୍ମଚାରୀମାନେ ମନଇଚ୍ଛା କୌଣସି ଗାଡିକୁ ଅଯଥାରେ ଅଟକାଇ ପାରିବେ ନାହିଁ। ସେହିପରି ସେମାନେ ଚାଲାଣ ମଧ୍ୟ କାଟି ପାରିବେ ନାହିଁ। ଏହାଦ୍ୱାରା ଡ୍ରାଇଭରମାନେ ଆଉ ରାତିରେ ଅଯଥା ସମସ୍ୟାରେ ପଡିବେ ନାହିଁ। ଯଦି ଅତି […] The post ଆଉ ରାତିରେ ହେବନି ଚେକିଂ, ଚାଲାଣ କାଟିବନି ପୋଲିସ, ସିଟ୍ ବେଲ୍ଟ ନ ଲଗାଇଲେ ବି ହେବନି ଅସୁବିଧା appeared first on Dharitri Odia News.
ନୂଆଦିଲ୍ଲୀ,୩୧।୫: ଏବେ ରାତିରେ ଚାରିଆଡେ ପୋଲିସ ଗାଡି ଚେକିଂ କରୁଛି। ଗାଡି ଚେକିଂ ସମୟରେ ପୋଲିସ ବାବୁମାନେ ଅଯଥା ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି। ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ଡିସିପି(ଟ୍ରାଫିକ) ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାତିବେଳା ପୋଲିସ କର୍ମଚାରୀମାନେ ମନଇଚ୍ଛା କୌଣସି ଗାଡିକୁ ଅଯଥାରେ ଅଟକାଇ ପାରିବେ ନାହିଁ। ସେହିପରି ସେମାନେ ଚାଲାଣ ମଧ୍ୟ କାଟି ପାରିବେ ନାହିଁ। ଏହାଦ୍ୱାରା ଡ୍ରାଇଭରମାନେ ଆଉ ରାତିରେ ଅଯଥା ସମସ୍ୟାରେ ପଡିବେ ନାହିଁ।
ଯଦି ଅତି ଦରକାର ପଡେ ତା’ହେଲେ ଟ୍ରାଫିକ କର୍ମଚାରୀମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ଆଣି ପରେ ଚାଲାଣ କାଟି ପାରିବେ ବୋଲି ଟ୍ରାଫିକ ଡିସିପି ଜାରି କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏମଭି ଆକ୍ଟ ଅଧୀନରେ ଯଦି କୌଣସି ଡ୍ରାଇଭରଙ୍କ ନାଁରେ ଚାଲାଣ କାଟିବାକୁ ପଡେ ତା’ହେଲେ ଗେଜେଟେଡ ଅଫିସର/ଅଧିକୃତ ଅଧିକାରୀଙ୍କ ଅନୁମତି ପରେ ହିଁ ଜାରି କରାଯାଇ ପାରିବ। ଏହି ନିର୍ଦ୍ଦେଶକୁ ସମସ୍ତେ କଡାକଡି ଭାବେ ପାଳନ କରିବେ। ଯଦି ଏଥିରେ ତ୍ରୁଟି କିମ୍ବା ଅବହେଳା ହୁଏ, ତା’ହେଲେ ଟ୍ରାଫିକ ପୋଲିସ ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କଡା ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁଗ୍ରାମ ଜିଲାରେ ରାତ୍ରୀକାଳୀନ ଯାତାୟାତକୁ ସୁଗମ କରିବା ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି। କିନ୍ତୁ ରାତି ସମୟରେ ଡ୍ୟୁଟି କରୁଥିବା ଟ୍ରାଫିକ ପୋଲିସ ଅଯଥାରେ ସାଧାରଣ ଲୋକଙ୍କ ଗାଡି ଅଟକାଇବା ସହ ବେଆଇନ ଭାବେ ଚାଲାଣ ମଧ୍ୟ କାଟୁଛନ୍ତି ବୋଲି ବୀରେନ୍ଦ୍ର କହିଛନ୍ତି। ତେଣୁ ଏସବୁକୁ ବନ୍ଦ କରିବାକୁ ଡିସିପି କଡା ନିର୍ଦ୍ଦେଶ ଦେଇଛନ୍ତି।
The post ଆଉ ରାତିରେ ହେବନି ଚେକିଂ, ଚାଲାଣ କାଟିବନି ପୋଲିସ, ସିଟ୍ ବେଲ୍ଟ ନ ଲଗାଇଲେ ବି ହେବନି ଅସୁବିଧା appeared first on Dharitri Odia News.