ଆକବରଙ୍କ କାରାଗାରରେ ହନୁମାନ ଚାଳିଶା ଲେଖିଥିଲେ ତୁଳସୀଦାସ, ପଢ଼ନ୍ତୁ ରୋଚକ କାହାଣୀ

‘ଶ୍ରୀ ରାମଚରିତମାନସ’ ଭଳି ଅନେକ ମହାନ ଗ୍ରନ୍ଥ ଲେଖିଥିବା ତୁଳସୀଦାସଙ୍କୁ କିଏ ବା ନଜାଣେ। ଶ୍ରାବଣ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଚିତ୍ରକୁଟର ରାଜାପୁର ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା। ଏହି ଅନୁସାରେ ବୁଧବାର ସାରା ଦେଶରେ ତାଙ୍କର ଜୟନ୍ତୀ ପାଳିତ ହେଉଛି। କୁହାଯାଏ ଜନ୍ମ ସମୟରେ ତୁଳସୀଦାସ କାନ୍ଦିବା ବଦଳରେ ରାମ ନାମ ନେଇଥିଲେ। ଏଥିଲାଗି ତାଙ୍କୁ ‘ରାମବୋଲା’ ବୋଲି କୁହାଯାଉଥିଲା। ସେ ପିଲାଟିବେଳୁ ରାମ ଭକ୍ତ ନ ଥିଲେ। ହେଲେ ସ୍ତ୍ରୀଙ୍କ କିଛି […] The post ଆକବରଙ୍କ କାରାଗାରରେ ହନୁମାନ ଚାଳିଶା ଲେଖିଥିଲେ ତୁଳସୀଦାସ, ପଢ଼ନ୍ତୁ ରୋଚକ କାହାଣୀ appeared first on Dharitri Odia News.

ଆକବରଙ୍କ କାରାଗାରରେ ହନୁମାନ ଚାଳିଶା ଲେଖିଥିଲେ ତୁଳସୀଦାସ, ପଢ଼ନ୍ତୁ ରୋଚକ କାହାଣୀ

‘ଶ୍ରୀ ରାମଚରିତମାନସ’ ଭଳି ଅନେକ ମହାନ ଗ୍ରନ୍ଥ ଲେଖିଥିବା ତୁଳସୀଦାସଙ୍କୁ କିଏ ବା ନଜାଣେ। ଶ୍ରାବଣ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଚିତ୍ରକୁଟର ରାଜାପୁର ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା। ଏହି ଅନୁସାରେ ବୁଧବାର ସାରା ଦେଶରେ ତାଙ୍କର ଜୟନ୍ତୀ ପାଳିତ ହେଉଛି। କୁହାଯାଏ ଜନ୍ମ ସମୟରେ ତୁଳସୀଦାସ କାନ୍ଦିବା ବଦଳରେ ରାମ ନାମ ନେଇଥିଲେ। ଏଥିଲାଗି ତାଙ୍କୁ ‘ରାମବୋଲା’ ବୋଲି କୁହାଯାଉଥିଲା। ସେ ପିଲାଟିବେଳୁ ରାମ ଭକ୍ତ ନ ଥିଲେ। ହେଲେ ସ୍ତ୍ରୀଙ୍କ କିଛି ଶବ୍ଦ ଲାଗି ସେ ରାମ ଭକ୍ତିରେ ଲୀନ ହୋଇଥିଲେ। ପରେ ସେ ମହାକାବ୍ୟ ରାମଚରିତମାନସ, ହନୁମାନ ଚାଳିଶା ଭଳି ଅନେକ ଗ୍ରନ୍ଥ ରଚନା କରିଥିଲେ। ତୁଳସୀଦାସଙ୍କ ସମସ୍ତ ସୃଷ୍ଟି ମଧ୍ୟରୁ ହନୁମାନ ଚାଳିସାକୁ ସବୁଠାରୁ ଅଧିକ ପଢ଼ାଯାଏ। ଏହା ପଛରେ ଏକ ରୋଚକ କାହାଣୀ ରହିଛି।

କୁହାଯାଏ ତୁଳସୀଦାସଙ୍କୁ ହନୁମାନ ଚାଳିଶା ଲେଖିବାର ପ୍ରେରଣା ସମ୍ରାଟ ଆକବରଙ୍କଠାରୁ ମିଳିଥିଲା। ଏକଦା ଆକବର ତୁଳସୀଦାସଙ୍କୁ ନିଜ ଦରବାରକୁ ଡାକିଥିଲେ। ତାଙ୍କୁ ନିଜର ପ୍ରଶଂସା କରି ଏକ ଗ୍ରନ୍ଥ ଲେଖିବାକୁ କହିଥିଲେ। ହେଲେ ତୁଳସୀଦାସ ମନା କରିଥିଲେ। ଏଥିରେ ରାଗିଯାଇ ଆକବର ତାଙ୍କୁ ଜେଲରେ ବନ୍ଦୀ କରିଦେଇଥିଲେ।

ଜେଲରେ ଥିବା ବେଳେ ତୁଳସୀଦାସଙ୍କୁ ଲାଗିଥିଲା ଯେ ସଙ୍କଟମୋଚନ ହନୁମାନ ହିଁ ଏହି ବିପଦରୁ ରକ୍ଷା କରିପାରିବେ। ସେ ହନୁମାନ ଚାଳିଶା ଲେଖିବା ସହ ପଠନ କରିଥିଲେ। ୪୦ ଦିନ ପରେ ମାଙ୍କଡଙ୍କ ଏକ ଦଳ ଆକବରଙ୍କ ମହଲ ଉପରେ ଆକ୍ରମଣ କରିଥିଲେ। ଏଥିରେ ବହୁତ କ୍ଷତି ହେବା ପରେ ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଆକବର ତୁଳସୀଦାସଙ୍କୁ ମୁକ୍ତ କରିଥିଲେ।

ମାନ୍ୟତା ରହିଛି ଯେ, ଯେତେବେଳେ ତୁଳସୀଦାସ ଏହାକୁ ପ୍ରଥମ ଥର ପଢ଼ିଥିିଲେ, ପ୍ରଭୁ ହନୁମାନ ନିଜେ ଏହାକୁ ଶୁଣିଥିଲେ। ସେହିଭଳି ଯେତେବେଳେ ତୁଳସୀଦାସ ରାମଚରିତମାନସ କହିବା ସମାପ୍ତ କରିଥିଲେ, ସେତେବେଳେ ସମସ୍ତେ ସେହି ସ୍ଥାନ ଛାଡି ଚାଲିଯାଇଥିଲେ। କିନ୍ତୁ ଜଣେ ବୃଦ୍ଧ ସେଠାରେ ବସି ରହିଥିଲେ। ସେହି ବ୍ୟକ୍ତି ପ୍ରଭୁ ହନୁମାନଙ୍କ ବ୍ୟତୀତ ଆଉ କେହି ନ ଥିଲେ।

The post ଆକବରଙ୍କ କାରାଗାରରେ ହନୁମାନ ଚାଳିଶା ଲେଖିଥିଲେ ତୁଳସୀଦାସ, ପଢ଼ନ୍ତୁ ରୋଚକ କାହାଣୀ appeared first on Dharitri Odia News.