ଆକର୍ଷଣୀୟ ମୂଲ୍ୟରେ ପ୍ରିମିୟମ ସିଲ୍କ ଉତ୍ପାଦ

ଭୁବନେଶ୍ୱର,୧।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଗଣପତି ସିଲ୍କ (ଗଣେଶ ସିଲ୍କ) ଜାତୀୟସ୍ତରୀୟ ହସ୍ତତନ୍ତ ମେଳା-୨୦୨୪ରେ ସାମିଲ ହୋଇଛି। ଏହି ମେଳାରେ ଗଣେଶ ସିଲ୍କ ତାମିଲନାଡୁର ପ୍ରିମିୟମ ସିଲ୍କ ଉତ୍ପାଦ ବେଶ ଆକର୍ଷଣୀୟ ହୋଇଥିଲାବେଳେ ଗ୍ରାହକଙ୍କୁ ଆକୃଷ୍ଟ କଲାଭଳି ନୂତନ ସଂଗ୍ରହ ଓ ଡିଜାଇନ ସାଙ୍ଗକୁ ଆକର୍ଷଣୀୟ ରିହାତି ଅଫର ଷ୍ଟଲରେ ଭିଡ ଜମାଉଛି। ବିଶେଷ କରି କାଞ୍ଜିପୁରମ ସିଲ୍କ, ଧର୍ମାଭରମ ସିଲ୍କ, ଉପଡା ସିଲ୍କ, ପ୍ରିଣ୍ଟେଡ ସିଲ୍କ ଏବଂ ମୈସୁର ସିଲ୍କ […] The post ଆକର୍ଷଣୀୟ ମୂଲ୍ୟରେ ପ୍ରିମିୟମ ସିଲ୍କ ଉତ୍ପାଦ appeared first on Dharitri Odia News.

ଆକର୍ଷଣୀୟ ମୂଲ୍ୟରେ ପ୍ରିମିୟମ ସିଲ୍କ ଉତ୍ପାଦ

ଭୁବନେଶ୍ୱର,୧।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଗଣପତି ସିଲ୍କ (ଗଣେଶ ସିଲ୍କ) ଜାତୀୟସ୍ତରୀୟ ହସ୍ତତନ୍ତ ମେଳା-୨୦୨୪ରେ ସାମିଲ ହୋଇଛି। ଏହି ମେଳାରେ ଗଣେଶ ସିଲ୍କ ତାମିଲନାଡୁର ପ୍ରିମିୟମ ସିଲ୍କ ଉତ୍ପାଦ ବେଶ ଆକର୍ଷଣୀୟ ହୋଇଥିଲାବେଳେ ଗ୍ରାହକଙ୍କୁ ଆକୃଷ୍ଟ କଲାଭଳି ନୂତନ ସଂଗ୍ରହ ଓ ଡିଜାଇନ ସାଙ୍ଗକୁ ଆକର୍ଷଣୀୟ ରିହାତି ଅଫର ଷ୍ଟଲରେ ଭିଡ ଜମାଉଛି। ବିଶେଷ କରି କାଞ୍ଜିପୁରମ ସିଲ୍କ, ଧର୍ମାଭରମ ସିଲ୍କ, ଉପଡା ସିଲ୍କ, ପ୍ରିଣ୍ଟେଡ ସିଲ୍କ ଏବଂ ମୈସୁର ସିଲ୍କ ଭଳି ଅନେକ ବ୍ରାଣ୍ଡ୍‌ର ସିଲ୍କ ଉତ୍ପାଦର ବ୍ୟାପକ ଡିଜାଇନ ଓ ମନଲୋଭା ସିଲ୍କ ଶାଢି ଗ୍ରାହକଙ୍କ ପସନ୍ଦ ପାଲଟିଛି। ସେହିଭଳି ଜାତୀୟସ୍ତରୀୟ ହସ୍ତତନ୍ତ ମେଳାର ଷ୍ଟଲ ନଂ ୭ରେ ଶ୍ରୀ ଗଣପତି ସିଲ୍କର ଶତ ପ୍ରତିଶତ ଶୁଦ୍ଧ ସିଲ୍କ ଉତ୍ପାଦ ମେଳାର ଚାହିଦାକୁ ଦ୍ୱିଗୁଣିତ କରିଥିବାବେଳେ ପ୍ରାୟ ୩୦% ଆକର୍ଷଣୀୟ ରିହାତି କାରବାରକୁ ୨ଗୁଣା ବଢାଇ ଦେଇଥିବା ଗଣପତି ସିଲ୍କ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ବେଙ୍ଗାଲୁରୁର ପ୍ରତିଷ୍ଠିତ ବୁଣାକାର ପ୍ରତିଷ୍ଠାନ ଶ୍ରୀ ଗଣପତି ସିଲ୍କ ବର୍ଷରେ ୩ ମାସ ଉତ୍ପାଦ ପ୍ରସ୍ତୁତି କରିଥିତ୍ଲାବେଳେ ବଳକା ୯ମାସ ସରକାରୀ ମେଳାରେ ସାମିଲ ହୋଇ ସାମଗ୍ରୀ ବିକ୍ରୟ କରିଥାଏ। ବିଶେଷ କରି ସିଲ୍କ ଶାଢିର ବ୍ୟାପକ ସମ୍ଭାର ସାଙ୍ଗକୁ ଆକର୍ଷଣୀୟ ରିହାତି ଗ୍ରାହକଙ୍କୁ ବେଶ୍‌ ସୁହାଉଥିଲାବେଳେ ଗ୍ରାହକଙ୍କ ଆବଶ୍ୟକତା ଓ ବଜାର ଚାହିଦା ଅନୁଯାୟୀ ପ୍ରତିଷ୍ଠାନ ଉତ୍ପାଦ ପ୍ରସ୍ତୁତି କରିଥାଏ। ସେହିଭଳି ବୟନିକା ପକ୍ଷରୁ ଆୟୋଜିତ ଏହି ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଅକ୍ଟୋବର ପ୍ରଥମ ସପ୍ତାହର ଶେଷ ହେବ।

The post ଆକର୍ଷଣୀୟ ମୂଲ୍ୟରେ ପ୍ରିମିୟମ ସିଲ୍କ ଉତ୍ପାଦ appeared first on Dharitri Odia News.