ଆକାଉଣ୍ଟରେ ଟଙ୍କା ନ ଥିଲେ ବି କାଢ଼ି ପାରିବେ ୧୦,୦୦୦ ଟଙ୍କା, ଜାଣନ୍ତୁ କିପରି…
ମୁମ୍ବାଇ,୧୮।୨ : ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଗ୍ରାହକ ନିଶ୍ଚିତ ଭାବରେ ଏଥିରେ ଓଭରଡ୍ରାଫ୍ଟ ସୁବିଧା ପାଉଛନ୍ତି କି ନାହିଁ ତାହା ପଚାରିକା ଆବଶ୍ୟକ। ଅସୁବିଧା ସମୟରେ ଓଭରଡ୍ରାଫ୍ଟ ଅର୍ଥାତ ଓଡି ସୁବିଧା ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଜନ ଧନ ଆକାଉଣ୍ଟରେ ଏହି ସୁବିଧା ମିଳିଥାଏ। ଓଭରଡ୍ରାଫ୍ଟ ହେଉଛି ଏକ ପ୍ରକାର ଋଣ ଯାହା ବ୍ୟାଙ୍କ ଗ୍ରାହକଙ୍କୁ ପ୍ରଦାନ କରିଥାଏ। ତଥାପି, ଏହାର ବିଶେଷ କଥା ହେଉଛି ଏଥିପାଇଁ ବ୍ୟାଙ୍କକୁ ଯାଇ ଫର୍ମ ପୂରଣ କରିବାକୁ […] The post ଆକାଉଣ୍ଟରେ ଟଙ୍କା ନ ଥିଲେ ବି କାଢ଼ି ପାରିବେ ୧୦,୦୦୦ ଟଙ୍କା, ଜାଣନ୍ତୁ କିପରି… appeared first on Dharitri Odia News.
ମୁମ୍ବାଇ,୧୮।୨ : ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଗ୍ରାହକ ନିଶ୍ଚିତ ଭାବରେ ଏଥିରେ ଓଭରଡ୍ରାଫ୍ଟ ସୁବିଧା ପାଉଛନ୍ତି କି ନାହିଁ ତାହା ପଚାରିକା ଆବଶ୍ୟକ। ଅସୁବିଧା ସମୟରେ ଓଭରଡ୍ରାଫ୍ଟ ଅର୍ଥାତ ଓଡି ସୁବିଧା ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଜନ ଧନ ଆକାଉଣ୍ଟରେ ଏହି ସୁବିଧା ମିଳିଥାଏ।
ଓଭରଡ୍ରାଫ୍ଟ ହେଉଛି ଏକ ପ୍ରକାର ଋଣ ଯାହା ବ୍ୟାଙ୍କ ଗ୍ରାହକଙ୍କୁ ପ୍ରଦାନ କରିଥାଏ। ତଥାପି, ଏହାର ବିଶେଷ କଥା ହେଉଛି ଏଥିପାଇଁ ବ୍ୟାଙ୍କକୁ ଯାଇ ଫର୍ମ ପୂରଣ କରିବାକୁ କିମ୍ବା ଅପେକ୍ଷା କରିବାକୁ ପଡିବ ନାହିଁ। ଗ୍ରାହକ ତତକ୍ଷଣାତ ଓଡି ସୁବିଧା ପାଇ ପାରିବେ। ଗ୍ରାହକ ଯେକୌଣସି ଏଟିଏମରୁ ଟଙ୍କା ଉଠାଇ ପାରିବେ। ତଥାପି, ଗ୍ରାହକ କେତେ ଟଙ୍କା ପାଇବେ ତାହା ଆଗରୁ ସ୍ଥିର ହୋଇଥାଏ।
ପ୍ରତ୍ୟେକ ବ୍ୟାଙ୍କ ଓଡିର ପରିମାଣକୁ ଭିନ୍ନ ଭିନ୍ନ ଭାବରେ ସ୍ଥିର କରିଥାନ୍ତି। ଜନ ଧନ ଆକାଉଣ୍ଟ ଗ୍ରାହକ ଓଡି ଅଧୀନରେ ୧୦,୦୦୦ ଟଙ୍କା ପାଇପାରିବେ। ଗ୍ରାହକ ସିଧାସଳଖ ଏଟିଏମରୁ ଏହି ଟଙ୍କା ଡ୍ର କରିପାରିବେ। ଓଭରଡ୍ରାଫ୍ଟ ଅଧୀନରେ ଟଙ୍କା ଉଠାଇବା ପାଇଁ ଆକାଉଣ୍ଟରେ ଟଙ୍କା ରଖିବାର କୌଣସି ଆବଶ୍ୟକତା ନାହିଁ। ଜନ ଧନ ଆକାଉଣ୍ଟ ଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଶୂନ ବାଲାନ୍ସ ଥିଲେ ମଧ୍ୟ ସେ ୧୦,୦୦୦ ଟଙ୍କା ଡ୍ର କରିପାରିବେ । ତା’ପରେ ତାଙ୍କୁ ଏହି ରାଶି ସୁଧ ସହିତ ଫେରସ୍ତ କରିବାକୁ ପଡିବ। ସୂଚନାଯୋଗ୍ୟ ଓଡିର ପରିମାଣ କେବଳ ୧୦,୦୦୦ ଟଙ୍କା ନୁହେଁ। ଅନେକ ବ୍ୟାଙ୍କ ଏହି ପରିମାଣଠାରୁ ଅଧିକ ପ୍ରଦାନ କରିଥାନ୍ତି। କିନ୍ତୁ ଗ୍ରାହକଙ୍କୁ ସେହି ଆକାଉଣ୍ଟଗୁଡ଼ିକରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାକୁ ପଡିବ।
ଜନ ଧନ ଆକାଉଣ୍ଟରେ ପ୍ରାପ୍ତ ଓଡି ଉପରେ ସୁଧ ୨ ରୁ ୧୨ ପ୍ରତିଶତ ମଧ୍ୟରେ ରହିପାରେ । ସୁଧହାର ବିଭିନ୍ନ ବ୍ୟାଙ୍କ ଉପରେ ନିର୍ଭର କରିଥାଏ କିନ୍ତୁ ସୁଧ ୧୨ ପ୍ରତିଶତରୁ ଅଧିକ ହେବ ନାହିଁ। ଯଦି ବ୍ୟାଙ୍କର ଓଭରଡ୍ରାଫ୍ଟ ସୁବିଧା ୫୦,୦୦୦ ଟଙ୍କା ଏବଂ ଗ୍ରାହକ ଏଥିରୁ ୧୦,୦୦୦ ଟଙ୍କା ଡ୍ର କରି ନେଇଛନ୍ତି, ତେବେ ସୁଧ କେବଳ ୧୦,୦୦୦ ଟଙ୍କା ଉପରେ ହେବ ଏବଂ ୫୦,୦୦୦ ଟଙ୍କା ଉପରେ ନୁହେଁ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଓଭରଡ୍ରାଫ୍ଟ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ।
The post ଆକାଉଣ୍ଟରେ ଟଙ୍କା ନ ଥିଲେ ବି କାଢ଼ି ପାରିବେ ୧୦,୦୦୦ ଟଙ୍କା, ଜାଣନ୍ତୁ କିପରି… appeared first on Dharitri Odia News.