‘ଆକାଶ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ନେଇ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୧୨ା୧: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେଶନ ଶୁକ୍ରବାର ବ୍ୟବହାରିକ ପରୀକ୍ଷା ଓଡ଼ିଶାର ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆର ପକ୍ଷରୁ କରାଯାଇଛି। ଆଜି ପୂର୍ବାହ୍ନ ୧୦.୩୦ରେ ଏହି ପରୀକ୍ଷଣ ହୋଇଛି। ଆକାଶ ଏନର୍ଜି ଆକାଶ ସିରିଜର ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର। ଏହି ସଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶର ଲକ୍ଷ୍ୟଭେଦ ଦୂରତା ୪୦ କିଲୋମିଟର। ଶତ୍ରୁପକ୍ଷର ଯେକୌଣସି ଯୁଦ୍ଧାସ୍ତ୍ରକୁ ଏହା ସହଜରେ ଧ୍ୱଂସ କରିବାରେ ସଫଳ ହୋଇପାରେ। ଏହାର ଲକ୍ଷ୍ୟଭେଦ କ୍ଷମତା, ଗତିବିଧି ଏବଂ […] The post ‘ଆକାଶ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ନେଇ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୨ା୧: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେଶନ ଶୁକ୍ରବାର ବ୍ୟବହାରିକ ପରୀକ୍ଷା ଓଡ଼ିଶାର ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆର ପକ୍ଷରୁ କରାଯାଇଛି। ଆଜି ପୂର୍ବାହ୍ନ ୧୦.୩୦ରେ ଏହି ପରୀକ୍ଷଣ ହୋଇଛି। ଆକାଶ ଏନର୍ଜି ଆକାଶ ସିରିଜର ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର। ଏହି ସଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶର ଲକ୍ଷ୍ୟଭେଦ ଦୂରତା ୪୦ କିଲୋମିଟର। ଶତ୍ରୁପକ୍ଷର ଯେକୌଣସି ଯୁଦ୍ଧାସ୍ତ୍ରକୁ ଏହା ସହଜରେ ଧ୍ୱଂସ କରିବାରେ ସଫଳ ହୋଇପାରେ। ଏହାର ଲକ୍ଷ୍ୟଭେଦ କ୍ଷମତା, ଗତିବିଧି ଏବଂ ଯୋଗାଯୋଗ କ୍ଷମତାକୁ ଆଇଟିଆରର ଟେଲିମେଟ୍ରିକ୍ ରାଡାର ସିଷ୍ଟମ ଦ୍ବାରା ଅନୁଧ୍ୟାନ କରାଯାଇଥିଲା। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷା ହୋଇଥିଲା।
ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ବାୟୁସେନା, ବିଡିଏଲ ଏବଂ ବିଏଲ୍ ଭଳି ସରକାରୀ କମ୍ପାନୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଆମର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ବଢ଼ାଇବ।
The post ‘ଆକାଶ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ନେଇ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ appeared first on Dharitri Odia News.