ଆକାଶଛୁଆଁ ପରିବା ଦର, ଛତ୍ର ବଜାରରେ କଞ୍ଚା ଲଙ୍କା ଟପିଲା ୧୦୦ ଟଙ୍କା
କଟକ: ଦିନକୁ ଦିନ ବଢି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର। ଆକାଶଛୁଆଁ ହୋଇଛି ପରିବା ଦର। କିଣିବାକୁ ଡରିଲେଣି ଖାଉଟି। ଆଳୁ ୩୫କୁ ପିଆଜ ଟପିଲାଣି ୪୦। ଅନ୍ୟ ପନିପରିବା ଦରବି ୮୦ ଉପରେ । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାହକ। ତୁରନ୍ତ ସରକାର ଦର ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ଲୋକେ ଦାବି କରିଛନ୍ତି।ସେପଟେ ରାଜ୍ୟର ଏକ ବଡ଼ ପରିବା ବଜାର କୁହାଯାଉଥିବା କଟକ ଛତ୍ର ବଜାରରେ ସମାନ ସ୍ଥିତି। ଏଠାରେ ମଧ୍ୟ ପରିବା ରେଟ୍ ଆକାଶଛୁଆଁ। ଏଠାରେ ଆଳୁ କିଲୋ ୩୫ ଟଙ୍କା, ପିଆଜ ୪୦ ଟଙ୍କା, ବାଇଗଣ ୮୦ ଟଙ୍କା, କଲରା ୮୦, ଝୁଡଙ୍ଗ ୮୦, ପୋଟଳ ୬୦ରୁ ୮୦, ଟମାଟୋ ୮୦, ବିନ ୧୮୦, ଫୁଲ କୋବି ଗୋଟା ୮୦, ବନ୍ଧା କୋବି ୪୦ ଏପରିକି କଞ୍ଚା ଲଙ୍କା ୧୦୦ ଟଙ୍କାରେ ବିକ୍ରି ହେଉଛି। ତେବେ ପରିବା ଦର ବୃଦ୍ଧିକୁ ନେଇ ଛତ୍ର ବଜାର ବ୍ୟବସାୟୀ ସଂଘ କହିଛି ଅଧିକାଂଶ ସାମଗ୍ରୀ ଅନ୍ୟ ରାଜ୍ୟରୁ ଆସୁଛି, ସେହି ଅନୁସାରେ ବିକ୍ରି ହେଉଛି। ସାମଗ୍ରୀ ଗଛିତ ହେଉନାହିଁ କି କଳାବଜାରୀ ବି ହେଉନାହିଁ ବୋଲି କହିଛନ୍ତି ଛତ୍ର ବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ।
କଟକ: ଦିନକୁ ଦିନ ବଢି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର। ଆକାଶଛୁଆଁ ହୋଇଛି ପରିବା ଦର। କିଣିବାକୁ ଡରିଲେଣି ଖାଉଟି। ଆଳୁ ୩୫କୁ ପିଆଜ ଟପିଲାଣି ୪୦। ଅନ୍ୟ ପନିପରିବା ଦରବି ୮୦ ଉପରେ । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାହକ। ତୁରନ୍ତ ସରକାର ଦର ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ଲୋକେ ଦାବି କରିଛନ୍ତି।
ସେପଟେ ରାଜ୍ୟର ଏକ ବଡ଼ ପରିବା ବଜାର କୁହାଯାଉଥିବା କଟକ ଛତ୍ର ବଜାରରେ ସମାନ ସ୍ଥିତି। ଏଠାରେ ମଧ୍ୟ ପରିବା ରେଟ୍ ଆକାଶଛୁଆଁ। ଏଠାରେ ଆଳୁ କିଲୋ ୩୫ ଟଙ୍କା, ପିଆଜ ୪୦ ଟଙ୍କା, ବାଇଗଣ ୮୦ ଟଙ୍କା, କଲରା ୮୦, ଝୁଡଙ୍ଗ ୮୦, ପୋଟଳ ୬୦ରୁ ୮୦, ଟମାଟୋ ୮୦, ବିନ ୧୮୦, ଫୁଲ କୋବି ଗୋଟା ୮୦, ବନ୍ଧା କୋବି ୪୦ ଏପରିକି କଞ୍ଚା ଲଙ୍କା ୧୦୦ ଟଙ୍କାରେ ବିକ୍ରି ହେଉଛି।
ତେବେ ପରିବା ଦର ବୃଦ୍ଧିକୁ ନେଇ ଛତ୍ର ବଜାର ବ୍ୟବସାୟୀ ସଂଘ କହିଛି ଅଧିକାଂଶ ସାମଗ୍ରୀ ଅନ୍ୟ ରାଜ୍ୟରୁ ଆସୁଛି, ସେହି ଅନୁସାରେ ବିକ୍ରି ହେଉଛି। ସାମଗ୍ରୀ ଗଛିତ ହେଉନାହିଁ କି କଳାବଜାରୀ ବି ହେଉନାହିଁ ବୋଲି କହିଛନ୍ତି ଛତ୍ର ବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ।