ଆକାଶରୁ ଖସୁଛି ମୃତ୍ୟୁ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ନେଲା ୪ ଜୀବନ
୧୭/୮ବାରିପଦା/ ଭଦ୍ରକ/ ଘଟଗାଁ: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ,୪ ମୃତ । ବାରିପଦା ବୈଶୀଙ୍ଗା ଥାନା ସିଙ୍ଗାପୁର ଅଞ୍ଚଳରେ ବଜ୍ରପାତରେ ଦଂପତିଙ୍କ ମୃତ୍ୟୁ ହୋଇଛି । ମୃତକ ଲକ୍ଷ୍ମଣ ମୁର୍ମୁ ଓ ସାକର ମୁର୍ମୁ । ଉଭୟ ବିଲରେ କାମ କରୁଥିବା ବେଳେ ଅଘଟଣ ହୋଇଛି । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଧୁରୁଡିଆମ୍ବ ଗାଁରେ ବଜ୍ରାଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ୧୧ ବର୍ଷୀୟ ରାଜେଶ ମୁଣ୍ଡା । ପରିବାର ଲୋକଙ୍କ ସହ ଘରେ ଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ ।ଭଦ୍ରକରେ ବଜ୍ରପାତ ଜଣଙ୍କ ଜୀବନ ନେଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଆଗରପଡା ଥାନା ସାହୁପଡା କେନାଲ ପୋଲ ନିକଟ ସାହୁପଡା ଗାଁରେ ୨୯ ବର୍ଷୀୟା ଅମର ସେଠୀ ବିଲରେ କାମ କରୁଥିଲେ । ଜୋରରେ ବର୍ଷା ସାଙ୍ଗକୁ ବଜ୍ରପାତ ହେଉଥିଲା । ଅମର ବଜ୍ରାଘାତରେ ଗୁରୁତର ହୋଇପଡିଥିଲେ । ସେହିଗାଁର ୫୮ ବର୍ଷୀୟ ଚକ୍ରଧର ଦାସ ବିଲରେ କାମ କରୁଥିବାବେଳେ ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇପଡିଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଚକ୍ରଧରଙ୍କୁ ମୃତ ଘୋଷଣା କରିଥିବାବେଳେ ଅମରଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି ।
୧୭/୮ବାରିପଦା/ ଭଦ୍ରକ/ ଘଟଗାଁ: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ,୪ ମୃତ । ବାରିପଦା ବୈଶୀଙ୍ଗା ଥାନା ସିଙ୍ଗାପୁର ଅଞ୍ଚଳରେ ବଜ୍ରପାତରେ ଦଂପତିଙ୍କ ମୃତ୍ୟୁ ହୋଇଛି । ମୃତକ ଲକ୍ଷ୍ମଣ ମୁର୍ମୁ ଓ ସାକର ମୁର୍ମୁ । ଉଭୟ ବିଲରେ କାମ କରୁଥିବା ବେଳେ ଅଘଟଣ ହୋଇଛି । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଧୁରୁଡିଆମ୍ବ ଗାଁରେ ବଜ୍ରାଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ୧୧ ବର୍ଷୀୟ ରାଜେଶ ମୁଣ୍ଡା । ପରିବାର ଲୋକଙ୍କ ସହ ଘରେ ଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ ।
ଭଦ୍ରକରେ ବଜ୍ରପାତ ଜଣଙ୍କ ଜୀବନ ନେଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଆଗରପଡା ଥାନା ସାହୁପଡା କେନାଲ ପୋଲ ନିକଟ ସାହୁପଡା ଗାଁରେ ୨୯ ବର୍ଷୀୟା ଅମର ସେଠୀ ବିଲରେ କାମ କରୁଥିଲେ । ଜୋରରେ ବର୍ଷା ସାଙ୍ଗକୁ ବଜ୍ରପାତ ହେଉଥିଲା । ଅମର ବଜ୍ରାଘାତରେ ଗୁରୁତର ହୋଇପଡିଥିଲେ । ସେହିଗାଁର ୫୮ ବର୍ଷୀୟ ଚକ୍ରଧର ଦାସ ବିଲରେ କାମ କରୁଥିବାବେଳେ ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇପଡିଥିଲେ ।
ଉଭୟଙ୍କୁ ସ୍ଥାନୀୟ ଲୋକେ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଚକ୍ରଧରଙ୍କୁ ମୃତ ଘୋଷଣା କରିଥିବାବେଳେ ଅମରଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି ।