ଆକ୍ରମଣ ପାଇଁ ଯୋଜନା କରୁଥିଲେ, ଘେରିଗଲେ ସୁରକ୍ଷା କର୍ମୀ

ଝାଡ଼ଖଣ୍ଡ ସୋନୁଆ ଥାନା କେରାବୀର ଜଙ୍ଗଲର ପାହାଡ଼ ଉପରେ ନକ୍ସଲମାନେ ଆଡ୍ଡା ଜମାଇଥିଲେ। ପାହାଡ଼ ଉପରୁ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷା କର୍ମୀମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ କରିଥିଲେ।

ଆକ୍ରମଣ ପାଇଁ ଯୋଜନା କରୁଥିଲେ, ଘେରିଗଲେ ସୁରକ୍ଷା କର୍ମୀ

ପାହାଡ଼ ଉପରୁ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ପାଇଁ ଯୋଜନା କରୁଥିଲେ। ହେଲେ ଏ ସମ୍ପର୍କରେ ସୁରକ୍ଷାକର୍ମୀମାନେ ଜାଣିପାରି ଅଚାନକ କରିଦେଲେ ଆକ୍ରମଣ। ଜବାବ ଦେଇନପାରି ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଗଲେ ନକ୍ସଲ। ପୁଲିସ୍‌ ନକ୍ସଲ କ୍ୟାମ୍ପରୁ ବିପୁଳ ମାରଣାସ୍ତ୍ର ଜବତ କରିଛନ୍ତି ସୁରକ୍ଷା କର୍ମୀ।

ଝାଡ଼ଖଣ୍ଡ ସୋନୁଆ ଥାନା କେରାବୀର ଜଙ୍ଗଲର ପାହାଡ଼ ଉପରେ ନକ୍ସଲମାନେ ଆଡ୍ଡା ଜମାଇଥିଲେ। ପାହାଡ଼ ଉପରୁ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷା କର୍ମୀମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ କରିଥିଲେ। ଆଉ ନକ୍ସଲ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏହାର ମୁକାବିଲା କରିନପାରି ନକ୍ସଲମାନେ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ।

ସୁରକ୍ଷା କର୍ମୀ ନକ୍ସଲ କ୍ୟାମ୍ପ ଧ୍ୱଂସ କରିବା ସହିତ ପର୍ଯ୍ୟପ୍ତ ପରିମାଣରେ ମାରଣାସ୍ତ୍ର ଜବତ କରିଛି। କ୍ୟାମ୍ପରୁ ସୁରକ୍ଷା କର୍ମୀ ଦୁଇ ଏସ୍‌ଏଲ୍‌ଆର୍‌ ବନ୍ଧୁକ, ବିସ୍ଫୋରକ, ଟିଫିନ୍‌ ବୋମା, ବିଦ୍ୟୁତ ତାର, ନକ୍ସଲ ପୋଷାକ, ଯୋତା, ମାଓ ପୁସ୍ତିକା ଓ ବହୁ ମେଡ଼ିସିନ୍‌ ଜବତ କରିଛନ୍ତି। ଏବେ ମଧ୍ୟ ସେହି ଜଙ୍ଗଲରେ କମ୍ୱିଂ ଅପରେସନ୍‌ ଚାଲିଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଝାଡ଼ଖଣ୍ଡରେ ଚାଲିଥିବା ଅପରେସନ କ୍ଳିନ୍‌କୁ ଆହୁରି ଜୋରଦାର କରାଯାଇଛି।

ରିପୋର୍ଟ- ବଣାଇରୁ ରଞ୍ଜିତ ଚୌଧୁରି