ଆକ୍ରମଣ ମହଙ୍ଗା ପଡିଲା: ଆଜିଠୁ ଏନିମଲ୍ ରୋବୋଟିକ୍ ଶୋ ବନ୍ଦ
ମଥୁରାନଗରୀ, ୧୧।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ଉପଲକ୍ଷେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ମୀନାବଜାର ସମେତ ବିଭିନ୍ନ ଷ୍ଟଲ ଚାଲିଛି। ତେବେ ପଡିଆର କେନ୍ଦ୍ରଭାଗରେ ଚାଲିଥିବା ଏନିମଲ୍ ରୋବୋଟିକ୍ ଶୋରେ ଦର୍ଶକଙ୍କୁ ଧନୁଯାତ୍ରା ବଦଳରେ କଟକ ବାଲିଯାତ୍ରା ନାମରେ ଟିକେଟ୍ ବିକ୍ରିକୁ ଶୁକ୍ରବାର ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ବିରୋଧ କରିଥିଲା। ଏହି ସମୟରେ ସେଠାରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏ […] The post ଆକ୍ରମଣ ମହଙ୍ଗା ପଡିଲା: ଆଜିଠୁ ଏନିମଲ୍ ରୋବୋଟିକ୍ ଶୋ ବନ୍ଦ appeared first on Dharitri Odia News.
ମଥୁରାନଗରୀ, ୧୧।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ଉପଲକ୍ଷେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ମୀନାବଜାର ସମେତ ବିଭିନ୍ନ ଷ୍ଟଲ ଚାଲିଛି। ତେବେ ପଡିଆର କେନ୍ଦ୍ରଭାଗରେ ଚାଲିଥିବା ଏନିମଲ୍ ରୋବୋଟିକ୍ ଶୋରେ ଦର୍ଶକଙ୍କୁ ଧନୁଯାତ୍ରା ବଦଳରେ କଟକ ବାଲିଯାତ୍ରା ନାମରେ ଟିକେଟ୍ ବିକ୍ରିକୁ ଶୁକ୍ରବାର ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ବିରୋଧ କରିଥିଲା। ଏହି ସମୟରେ ସେଠାରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏ ନେଇ ଅଭିଯୋଗ ହେବା ପରେ ଶନିବାର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ଶନିବାରରୁ ଜର୍ଜ ହାଇସ୍କୁଲ ପଡିଆରେ ଚାଲିଥିବା ଏନିମଲ ରୋବୋଟିକ୍ ଶୋକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ସୂଚନା ଦେଇଛନ୍ତି। ସେହିପରି ପଶ୍ଚିମ ଓଡ଼ିଶା ଯୁବାମଞ୍ଚ କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପଜିଲାପାଳ କହିଛନ୍ତି। ବୈଠକରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ, ବରଗଡ଼ ଜିଲା ଓକିଲ ସଂଘ, ବରଗଡ଼ ସାମ୍ବାଦିକ ସଂଘ କୋଶଲ ସେନା ସମେତ ବିଭିନ୍ନ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ।
The post ଆକ୍ରମଣ ମହଙ୍ଗା ପଡିଲା: ଆଜିଠୁ ଏନିମଲ୍ ରୋବୋଟିକ୍ ଶୋ ବନ୍ଦ appeared first on Dharitri Odia News.