ଆକ୍ସନ ମୋଡ଼ରେ ଫୁଡ୍ ସେଫ୍ଟି ଟିମ୍, ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଚଢାଉ

କଟକ ୨୧।୧୧ :  ଆକ୍ସନ ମୋଡ଼ରେ ଫୁଡ୍‌ ସେଫ୍ଟି ଟିମ୍‌ । କଟକ ବାଲିଯାତ୍ରାରେ କଟକ ମହାନଗର ନିଗମର ଫୁଡ୍‌ ସେଫ୍ଟି ଟିମ୍‌ ପକ୍ଷରୁ ଚାଲିଛି ଚଢାଉ । ସକାଳୁ ସକାଳୁ ଖାଦ୍ୟ ଷ୍ଟଲରେ ଅଚାନକ ଚଢାଉ କରାଯାଇଛି । ଖବର ଅନୁଯାୟୀ, ଗୁରୁବାର ସକାଳୁ ସକାଳୁ ବାଲିଯାତ୍ରା ପଡିଆରେ କଟକ ମହାନଗର ନିଗମର ଫୁଡ୍‌ ସେଫ୍ଟି ଟିମ୍‌ ଚଢାଉ କରିଥିଲେ । ଖାସ୍‌ କରି ବିଭିନ୍ନ ଷ୍ଟଲ୍‌ରେ ଖରାପ ତେଲ ଓ ବାସୀ ଖାଦ୍ୟ ଗୁଡିକ ରଖାଯାଇଥିବା ସଂପର୍କରେ ଖବର ପାଇଁ ଚଢାଉ କରିଛି ଫୁଡ୍‌ ସେଫ୍ଟି ଟିମ୍‌ । ଏହି ଚଢାଉରେ  ବିଭିନ୍ନ ବାସୀ ଖାଦ୍ୟ ଏବଂ ଖରାପ ତେଲ ଜବକ କରି ନଷ୍ଟ କରାଯାଇଛି । ଏହାସହିତ ସଂପୃକ୍ତ ଦୋକାନୀକୁ ଫାଇନ୍‌ ମଧ୍ୟ କରାଯାଇଛି । ଏହି ଚଢାଉରେ ୪ଟି ଟିମ୍‌ ନିୟୋଜିତ ହୋଇଥିବା ଜଣାପଡିଛି ।  

ଆକ୍ସନ ମୋଡ଼ରେ ଫୁଡ୍ ସେଫ୍ଟି ଟିମ୍, ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଚଢାଉ

କଟକ ୨୧।୧୧ :  ଆକ୍ସନ ମୋଡ଼ରେ ଫୁଡ୍‌ ସେଫ୍ଟି ଟିମ୍‌ । କଟକ ବାଲିଯାତ୍ରାରେ କଟକ ମହାନଗର ନିଗମର ଫୁଡ୍‌ ସେଫ୍ଟି ଟିମ୍‌ ପକ୍ଷରୁ ଚାଲିଛି ଚଢାଉ । ସକାଳୁ ସକାଳୁ ଖାଦ୍ୟ ଷ୍ଟଲରେ ଅଚାନକ ଚଢାଉ କରାଯାଇଛି । 

ଖବର ଅନୁଯାୟୀ, ଗୁରୁବାର ସକାଳୁ ସକାଳୁ ବାଲିଯାତ୍ରା ପଡିଆରେ କଟକ ମହାନଗର ନିଗମର ଫୁଡ୍‌ ସେଫ୍ଟି ଟିମ୍‌ ଚଢାଉ କରିଥିଲେ । ଖାସ୍‌ କରି ବିଭିନ୍ନ ଷ୍ଟଲ୍‌ରେ ଖରାପ ତେଲ ଓ ବାସୀ ଖାଦ୍ୟ ଗୁଡିକ ରଖାଯାଇଥିବା ସଂପର୍କରେ ଖବର ପାଇଁ ଚଢାଉ କରିଛି ଫୁଡ୍‌ ସେଫ୍ଟି ଟିମ୍‌ । ଏହି ଚଢାଉରେ  ବିଭିନ୍ନ ବାସୀ ଖାଦ୍ୟ ଏବଂ ଖରାପ ତେଲ ଜବକ କରି ନଷ୍ଟ କରାଯାଇଛି । ଏହାସହିତ ସଂପୃକ୍ତ ଦୋକାନୀକୁ ଫାଇନ୍‌ ମଧ୍ୟ କରାଯାଇଛି । ଏହି ଚଢାଉରେ ୪ଟି ଟିମ୍‌ ନିୟୋଜିତ ହୋଇଥିବା ଜଣାପଡିଛି ।