ଆକ୍ସନ ମୋଡରେ ଇଡି, ପୁଣି ଖୋଲିଲା ଅର୍ଥତତ୍ତ୍ୱ ଚିଟଫଣ୍ଡ ଫାଇଲ୍
ଆକ୍ସନ ମୋଡରେ ଇଡି । ପୁଣି ଖୋଲିଲା ଅର୍ଥତତ୍ତ୍ୱ ଚିଟଫଣ୍ଡ ଫାଇଲ୍ । ଏଟି ଠକେଇ ମାମଲାରେ ଆଜି ଭୁବନେଶ୍ବରର ୫ଟି ସ୍ଥାନ ସମେତ ରାଜ୍ୟର ୮ଟି ସ୍ଥାନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ବର, ବ୍ରହ୍ମପୁର ଓ ଛତ୍ରପୁରରେ ଏକକାଳୀନ ରେଡ୍ ହୋଇଛି । ଭୁବନେଶ୍ବର ଶ୍ରୀୟା ଛକ ସ୍ଥିତ ଏକ ଖବରକାଗଜ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଇଡି । କିଛି ବିଲଡରଙ୍କ ଘରେ ବି ରେଡ୍ ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ […] The post ଆକ୍ସନ ମୋଡରେ ଇଡି, ପୁଣି ଖୋଲିଲା ଅର୍ଥତତ୍ତ୍ୱ ଚିଟଫଣ୍ଡ ଫାଇଲ୍ appeared first on KNews Odisha.

ଆକ୍ସନ ମୋଡରେ ଇଡି । ପୁଣି ଖୋଲିଲା ଅର୍ଥତତ୍ତ୍ୱ ଚିଟଫଣ୍ଡ ଫାଇଲ୍ । ଏଟି ଠକେଇ ମାମଲାରେ ଆଜି ଭୁବନେଶ୍ବରର ୫ଟି ସ୍ଥାନ ସମେତ ରାଜ୍ୟର ୮ଟି ସ୍ଥାନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ବର, ବ୍ରହ୍ମପୁର ଓ ଛତ୍ରପୁରରେ ଏକକାଳୀନ ରେଡ୍ ହୋଇଛି । ଭୁବନେଶ୍ବର ଶ୍ରୀୟା ଛକ ସ୍ଥିତ ଏକ ଖବରକାଗଜ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଇଡି ।
କିଛି ବିଲଡରଙ୍କ ଘରେ ବି ରେଡ୍ ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଓଡ଼ିଶା ଓ ପଶ୍ଚିମବଙ୍ଗର ୪୪ଟି ଚିଟଫଣ୍ଡ କମ୍ପାନୀ ଉପରେ ତଦନ୍ତ କରୁଥିଲେ । ଏହା ଭିତରେ ଓଡ଼ିଶାର ଅର୍ଥତତ୍ତ୍ଵ ଅନ୍ୟତମ। ପୂର୍ବରୁ ଇଡି ଅର୍ଥୃତତ୍ତ୍ଵ ମାମଲାରେ ତଦନ୍ତ କରି ୧୩୩କୋଟି ଟଙ୍କାର ସମ୍ପତି ବାଜ୍ୟାପ୍ତି କରିଛି। ଆଜି ପୁଣି ଖୋଲିଛି ଏଟି ଠକେଇର ପୁରୁଣା ଫାଇଲ। ଅନ୍ୟ କିଛି ଲୋକଙ୍କ ସଂପୃକ୍ତି ତଥ୍ୟ ପାଇ ରେଡ୍ କରିଛି ଇଡି । ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ଓ ଡିଜିଟାଲ ପ୍ରମାଣ ମିଳିଥିବା ସୂଚନା ମିଳିଛି ।
The post ଆକ୍ସନ ମୋଡରେ ଇଡି, ପୁଣି ଖୋଲିଲା ଅର୍ଥତତ୍ତ୍ୱ ଚିଟଫଣ୍ଡ ଫାଇଲ୍ appeared first on KNews Odisha.