ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ ; ଚୋରା ଚାଲାଣ କରୁଥିବା ହାଇୱା ଗାଡ଼ିକୁ କରିଛି ଜବତ
କନକ ବ୍ୟୁରୋ : ବାଲି ଓ ପଥର ଚୋରା ଚାଲାଣ କରୁଥିବା ୭ ହାଇୱା ଗାଡ଼ି ଜବତ । ଆକ୍ସନ ମୋଡରେ କଟକ ଜିଲ୍ଲା ପ୍ରଶାସନ । ସୂଚନା ଅନୁଯାୟୀ ବାଙ୍କୀ ଅଞ୍ଚଳରେ ବେଆଇନ ଚୋରା ବାଲି ଓ ମୋରମ ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ବାରମ୍ବାର ଖବର ପ୍ରସାରଣ ପରେ ଏବେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବାଙ୍କୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଯାଇଥିଲା । ଚଢ଼ାଉ ସମୟରେ ୭ ଟି ହାଇୱା ଗାଡ଼ି ଜବତ ହୋଇଥିବା ବେଳେ ସେଥିମଧ୍ୟରୁ ତିନୋଟି ପଥର ବୋଝେଇ ଗାଡ଼ି ଓ ଚାରୋଟି ବାଲି ବୋଝେଇ ଗାଡ଼ି ଥିବା ଜଣାପଡ଼ିଛି । ତେବେ ଗାଡ଼ି ଗୁଡିକ ପଥର ଓ ବାଲି ନେଇ ଯାଉଥିବା ବେଳେ ସ୍ପେଶାଲ ସ୍କ୍ବାର୍ଡ ଗାଡ଼ି ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲା । ହେଲେ ଗାଡ଼ି ଚାଳକ କୌଣସି ପ୍ରମାଣ ନ ଦେଇପାରିବାରୁ ଗାଡ଼ି ଗୁଡିକୁ ଜବତ କରି ଥାନାକୁ ଆଣିବା ସହ ୭ ଜଣଙ୍କୁ ଅଟକ ରଖିଥିଲା । ସେପଟେ ବାଙ୍କୀ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବନ୍ଦ କରିବାକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।