ଆକ୍ସନ ମୋଡ଼ରେ ଜଗତସିଂହପୁର ବିଧାୟକ, ନ୍ୟାୟ ଦାବିରେ ବସିଲେ ଧାରଣାରେ

ଜଗତସିଂହପୁର ୦୫/୦୭: ଜଗତସିଂହପୁର ଜିଲ୍ଲା ସଦର ଥାନାରେ ସାଧାରଣ ଲୋକଙ୍କୁ ମିଳୁନି ନ୍ୟାୟ । ଥାନାକୁ ଅଭିଯୋଗ କରିବାକୁ ଗଲେ ଥାନା ବାବୁ କରୁଛନ୍ତି ଦୁଵ୍ୟଵହାର । ଶୁଣିବାକୁ ମିଳୁଛି ଗାଳି । ଥାନାକୁ ଅଭିଯୋଗ ପାଇଁ ଗଲେ ବିଭିନ୍ନ ଆଳରେ ଭୟଭୀତ କରୁଛି ପୋଲିସ । ଏମିତିକିକି ଜଗତସିଂହପୁର ଥାନାରେ  ଅଭିଯୋଗକାରୀଙ୍କୁ ଦରଖାସ୍ତ ଦେବା ନିମନ୍ତେ ମିଳୁନି କାଗଜ କଲମ । ସାଧାରଣ ଲୋକଙ୍କୁ ପୋଲିସ ଭୟ ଦେଖାଉ ଥିବାରୁ ଥାନାକୁ ଯିବାକୁ  ଲୋକେ ଭୟ କରୁଛନ୍ତି । ପୋଲିସର ଏଭଳି ଦୁବ୍ୟବହାର ଖବର ପାଇ ୪ ପ୍ୟାକେଟ କାଗଜ ୨୦ ଗୋଟି କଲମ ଧରି ଥାନାରେ ପହଞ୍ଚିଥିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ବିଧାୟକ ଥାନା ବାରଣ୍ଡାରେ ବସି ପୋଲିସ ଓ ସାଧାରଣ ଜନତାଙ୍କ ସମ୍ପର୍କକୁ ନେଇ  ପୋଲିସ ଉପରେ ବର୍ଷିଥିଲେ । ଥାନା ଅଧିକାରୀଙ୍କୁ ଚେତାବନୀ ମଧ୍ୟ ଦେଲେ ବିଧାୟକ । ସରକାର ପୋଲିସକୁ ଜନତାଙ୍କ ବନ୍ଧୁ ବୋଲି ଅଭିହିତ କରୁଥିବା ବେଳେ ଜଗତସିଂହପୁର ଥାନାରେ ପୋଲିସ ଲୋକଙ୍କୁ ଖରାପ ବ୍ୟବହାର କରୁଛି । ସାଧାରଣ ଲୋକଙ୍କୁ ଫ୍ରେଣ୍ଡଲି ବ୍ୟବହାର କର । ଆଉ ଅଭିଯୋଗକାରୀଙ୍କୁ ବସିବା ପାଇଁ ଟିକେ ଜାଗା ଦେଉନ । ଭଗବାନ ମତେ ସେ କ୍ଷମତା ଦେଇଛନ୍ତି ଜାଗା ଦେଖାଅ ମୁଁ ଘର କରିଦେବି ଥାନାରେ ମୋ ଲୋକ ସେଠାରେ ବସି ତାଙ୍କର ଅଭିଯୋଗ ଲେଖି ଆପଣଙ୍କୁ ଦେବେ ।

ଆକ୍ସନ ମୋଡ଼ରେ ଜଗତସିଂହପୁର ବିଧାୟକ, ନ୍ୟାୟ ଦାବିରେ ବସିଲେ ଧାରଣାରେ

ଜଗତସିଂହପୁର ୦୫/୦୭: ଜଗତସିଂହପୁର ଜିଲ୍ଲା ସଦର ଥାନାରେ ସାଧାରଣ ଲୋକଙ୍କୁ ମିଳୁନି ନ୍ୟାୟ । ଥାନାକୁ ଅଭିଯୋଗ କରିବାକୁ ଗଲେ ଥାନା ବାବୁ କରୁଛନ୍ତି ଦୁଵ୍ୟଵହାର । ଶୁଣିବାକୁ ମିଳୁଛି ଗାଳି । ଥାନାକୁ ଅଭିଯୋଗ ପାଇଁ ଗଲେ ବିଭିନ୍ନ ଆଳରେ ଭୟଭୀତ କରୁଛି ପୋଲିସ । ଏମିତିକିକି ଜଗତସିଂହପୁର ଥାନାରେ  ଅଭିଯୋଗକାରୀଙ୍କୁ ଦରଖାସ୍ତ ଦେବା ନିମନ୍ତେ ମିଳୁନି କାଗଜ କଲମ । 

ସାଧାରଣ ଲୋକଙ୍କୁ ପୋଲିସ ଭୟ ଦେଖାଉ ଥିବାରୁ ଥାନାକୁ ଯିବାକୁ  ଲୋକେ ଭୟ କରୁଛନ୍ତି । ପୋଲିସର ଏଭଳି ଦୁବ୍ୟବହାର ଖବର ପାଇ ୪ ପ୍ୟାକେଟ କାଗଜ ୨୦ ଗୋଟି କଲମ ଧରି ଥାନାରେ ପହଞ୍ଚିଥିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ବିଧାୟକ ଥାନା ବାରଣ୍ଡାରେ ବସି ପୋଲିସ ଓ ସାଧାରଣ ଜନତାଙ୍କ ସମ୍ପର୍କକୁ ନେଇ  ପୋଲିସ ଉପରେ ବର୍ଷିଥିଲେ । ଥାନା ଅଧିକାରୀଙ୍କୁ ଚେତାବନୀ ମଧ୍ୟ ଦେଲେ ବିଧାୟକ । 


ସରକାର ପୋଲିସକୁ ଜନତାଙ୍କ ବନ୍ଧୁ ବୋଲି ଅଭିହିତ କରୁଥିବା ବେଳେ ଜଗତସିଂହପୁର ଥାନାରେ ପୋଲିସ ଲୋକଙ୍କୁ ଖରାପ ବ୍ୟବହାର କରୁଛି । ସାଧାରଣ ଲୋକଙ୍କୁ ଫ୍ରେଣ୍ଡଲି ବ୍ୟବହାର କର । ଆଉ ଅଭିଯୋଗକାରୀଙ୍କୁ ବସିବା ପାଇଁ ଟିକେ ଜାଗା ଦେଉନ । ଭଗବାନ ମତେ ସେ କ୍ଷମତା ଦେଇଛନ୍ତି ଜାଗା ଦେଖାଅ ମୁଁ ଘର କରିଦେବି ଥାନାରେ ମୋ ଲୋକ ସେଠାରେ ବସି ତାଙ୍କର ଅଭିଯୋଗ ଲେଖି ଆପଣଙ୍କୁ ଦେବେ ।