ଆକ୍ସନରେ ଜିଏସ୍ଟି ବିଭାଗ, ଗୁଟ୍ଖା କାରଖାନାରେ ଚଢାଉ
ବୈପାରିଗୁଡ଼ା ୦୯।୦୨ : ଆକ୍ସନରେ ଜିଏସ୍ଟି ବିଭାଗ । ଦୀର୍ଘ ଦିନ ଧରି ଚାଲିଥିବା ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଚଢାଉ କରିଛି ଜିଏସ୍ଟି ବିଭାଗ। ରେଡ୍ରେ ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଜିଏସଟି ଟିମ୍ ସାମିଲ ଥିବା ଜଣାପଡିଛି । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ବରଗୁଡାରେ ଥିବା ଏକ ଗୁଟଖା ଫ୍ୟାକ୍ଟ୍ରିରେ ଚାଲିଛି ତନାଘନା। ଖବର ଅନୁଯାୟୀ, କୋରାପୁଟ କୁନ୍ଦୁରା ବ୍ଲକର ବରଗୁଡା ଠାରେ ଥିବା ଏକ ଗୁଟୁଖା କମ୍ପାନୀ ନାଁ ଜିଏସ୍ଟି ଫାଙ୍କିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଆକ୍ସନକୁ ଆସିଥିଲା ଜିଏସ୍ଟି ବିଭାଗ । ରବିବାର ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶର ଜିଏସ୍ଟି ପକ୍ଷରୁ ଚଢ଼ାଉ ହୋଇଥିଲେ। ଫ୍ୟାକ୍ଟ୍ରି ଭିତରେ ନକଲି ଗୁଟଖା ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ, ଗୁଟକା କମ୍ପାନୀର ଲୋଗ ଲାଗିଥିବା ପଲିଥିନ୍, କେମିକାଲ, ପାଉଡର ଏବଂ ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି । ସେହିପରି ଫ୍ୟାକ୍ଟ୍ରି ମାଲିକ ପି. ସନ୍ତୋଷଙ୍କ ବାସଭବନରେ ମଧ୍ୟ ଚଢାଉ ହୋଇଥିବାର ସୂଚନା ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବିଏସଏଫ ଯବାନ ମୁତୟନ କରାଯାଇଛି ।
ବୈପାରିଗୁଡ଼ା ୦୯।୦୨ : ଆକ୍ସନରେ ଜିଏସ୍ଟି ବିଭାଗ । ଦୀର୍ଘ ଦିନ ଧରି ଚାଲିଥିବା ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଚଢାଉ କରିଛି ଜିଏସ୍ଟି ବିଭାଗ। ରେଡ୍ରେ ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଜିଏସଟି ଟିମ୍ ସାମିଲ ଥିବା ଜଣାପଡିଛି । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ବରଗୁଡାରେ ଥିବା ଏକ ଗୁଟଖା ଫ୍ୟାକ୍ଟ୍ରିରେ ଚାଲିଛି ତନାଘନା।

ଖବର ଅନୁଯାୟୀ, କୋରାପୁଟ କୁନ୍ଦୁରା ବ୍ଲକର ବରଗୁଡା ଠାରେ ଥିବା ଏକ ଗୁଟୁଖା କମ୍ପାନୀ ନାଁ ଜିଏସ୍ଟି ଫାଙ୍କିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଆକ୍ସନକୁ ଆସିଥିଲା ଜିଏସ୍ଟି ବିଭାଗ । ରବିବାର ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶର ଜିଏସ୍ଟି ପକ୍ଷରୁ ଚଢ଼ାଉ ହୋଇଥିଲେ। ଫ୍ୟାକ୍ଟ୍ରି ଭିତରେ ନକଲି ଗୁଟଖା ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ, ଗୁଟକା କମ୍ପାନୀର ଲୋଗ ଲାଗିଥିବା ପଲିଥିନ୍, କେମିକାଲ, ପାଉଡର ଏବଂ ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି । ସେହିପରି ଫ୍ୟାକ୍ଟ୍ରି ମାଲିକ ପି. ସନ୍ତୋଷଙ୍କ ବାସଭବନରେ ମଧ୍ୟ ଚଢାଉ ହୋଇଥିବାର ସୂଚନା ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବିଏସଏଫ ଯବାନ ମୁତୟନ କରାଯାଇଛି ।