ଆକ୍ସନରେ ଦିଲ୍ଲୀ ମହାନଗର ନିଗମ; ବେସମେଣ୍ଟରେ ଚାଲିଥିବା ୧୩ କୋଚିଂ ସେଣ୍ଟର ସିଲ୍
ନୂଆଦିଲ୍ଲୀ: ଦିଲ୍ଲୀ ରାଜେନ୍ଦ୍ର ନଗର କୋଚିଂ ସେଣ୍ଟରରେ ଛାତ୍ର ମୃତ୍ୟୁ ପରେ ଆକ୍ସନକୁ ଆସିଛି ଦିଲ୍ଲୀ ମହାନଗର ନିଗମ । ନିୟମ ଉଲ୍ଲଙ୍ଘନ କରୁଥିବା କୋଚିଂ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ବେସମେଣ୍ଟରେ ଚାଲୁଥିବା ୧୩ଟି ୟୁପିଏସି ଷ୍ଟର୍ଡି ସର୍କଲକୁ ସିଲ୍ କରିଛି ଏମସିଡି । ଏମାନେ ବେସମେଣ୍ଟରେ କୋଚିଂ ସେଣ୍ଟର ଚଲାଉଥିଲେ କିମ୍ବା ଲାଇବ୍ରେରୀ ରହିଥିଲା । ଡ. ସୌଲି ଓବରୟ ଏନେଇ ଏକ୍ସରେ ଏକ ପୋଷ୍ଠ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସିଲ୍ ହୋଇଥିବା ୧୩ କୋଚିଂ ସେଣ୍ଟରକୁ ବେସମେଣ୍ଟ ମିଳିଥିଲା କେବଳ ପୁସ୍ତକ ଭଣ୍ଡାର କିମ୍ବା ପାର୍କିଂ କରିବା ପାଇଁ । ହେଲେ ସେମାନେ ଖୋଲାଖୋଲି ଭାବେ ନିୟମ ଉଲ୍ଲଙ୍ଘନ କରୁଥିଲେ । ବେସମେଣ୍ଟରେ ଲାଇବ୍ରେରୀ ଚଳାଉଥିଲେ । ଯେଉଁଥିରେ ଛାତ୍ରଛାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ପାଠପଢ଼ୁଥିଲେ । ଏହାଛଡ଼ା ସେ କହିଛନ୍ତି, RAU IAS କୋଚିଂ ସେଣ୍ଟର ବେସମେଣ୍ଟ କିପରି ବର୍ଷା ଜଳ ପଶିଲା ତାହାର ଯାଞ୍ଚ ଚାଲିଛି । RAU IAS କୋଚିଂ ସେଣ୍ଟର ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । କୋଚିଂ ବେସମେଣ୍ଟକୁ ପାର୍କିଂ ଏରିଆ କିମ୍ବା ଷ୍ଟୋରେଜ୍ ପାଇଁ ଅନୁମତି ମିଳିଥିଲା । ହେଲେ ଷ୍ଟର୍ଡି ସର୍କଲ କର୍ତ୍ତୃପକ୍ଷ ଏହାକୁ ଲାଇବ୍ରେରୀ ଭାବେ ବ୍ୟବହାର କରୁଥିଲେ । ତେବେ ଏହି ଛାତ୍ର ମୃତ୍ୟୁ ଘଟଣାରେ କେବଳ ଡ୍ରେନ୍ ପାଣିକୁ ଦୋଷ ଦିଆଯାଇପାରିବ ନାହିଁ, କାରଣ ଡ୍ରେନ୍ ସଫେଇର ପ୍ରଥମ ପର୍ଯ୍ୟାୟ
ନୂଆଦିଲ୍ଲୀ: ଦିଲ୍ଲୀ ରାଜେନ୍ଦ୍ର ନଗର କୋଚିଂ ସେଣ୍ଟରରେ ଛାତ୍ର ମୃତ୍ୟୁ ପରେ ଆକ୍ସନକୁ ଆସିଛି ଦିଲ୍ଲୀ ମହାନଗର ନିଗମ । ନିୟମ ଉଲ୍ଲଙ୍ଘନ କରୁଥିବା କୋଚିଂ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ବେସମେଣ୍ଟରେ ଚାଲୁଥିବା ୧୩ଟି ୟୁପିଏସି ଷ୍ଟର୍ଡି ସର୍କଲକୁ ସିଲ୍ କରିଛି ଏମସିଡି । ଏମାନେ ବେସମେଣ୍ଟରେ କୋଚିଂ ସେଣ୍ଟର ଚଲାଉଥିଲେ କିମ୍ବା ଲାଇବ୍ରେରୀ ରହିଥିଲା । ଡ. ସୌଲି ଓବରୟ ଏନେଇ ଏକ୍ସରେ ଏକ ପୋଷ୍ଠ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସିଲ୍ ହୋଇଥିବା ୧୩ କୋଚିଂ ସେଣ୍ଟରକୁ ବେସମେଣ୍ଟ ମିଳିଥିଲା କେବଳ ପୁସ୍ତକ ଭଣ୍ଡାର କିମ୍ବା ପାର୍କିଂ କରିବା ପାଇଁ । ହେଲେ ସେମାନେ ଖୋଲାଖୋଲି ଭାବେ ନିୟମ ଉଲ୍ଲଙ୍ଘନ କରୁଥିଲେ । ବେସମେଣ୍ଟରେ ଲାଇବ୍ରେରୀ ଚଳାଉଥିଲେ । ଯେଉଁଥିରେ ଛାତ୍ରଛାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ପାଠପଢ଼ୁଥିଲେ । ଏହାଛଡ଼ା ସେ କହିଛନ୍ତି, RAU IAS କୋଚିଂ ସେଣ୍ଟର ବେସମେଣ୍ଟ କିପରି ବର୍ଷା ଜଳ ପଶିଲା ତାହାର ଯାଞ୍ଚ ଚାଲିଛି ।
RAU IAS କୋଚିଂ ସେଣ୍ଟର ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । କୋଚିଂ ବେସମେଣ୍ଟକୁ ପାର୍କିଂ ଏରିଆ କିମ୍ବା ଷ୍ଟୋରେଜ୍ ପାଇଁ ଅନୁମତି ମିଳିଥିଲା । ହେଲେ ଷ୍ଟର୍ଡି ସର୍କଲ କର୍ତ୍ତୃପକ୍ଷ ଏହାକୁ ଲାଇବ୍ରେରୀ ଭାବେ ବ୍ୟବହାର କରୁଥିଲେ । ତେବେ ଏହି ଛାତ୍ର ମୃତ୍ୟୁ ଘଟଣାରେ କେବଳ ଡ୍ରେନ୍ ପାଣିକୁ ଦୋଷ ଦିଆଯାଇପାରିବ ନାହିଁ, କାରଣ ଡ୍ରେନ୍ ସଫେଇର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଥିଲା ବୋଲି ସୌଲି ଓବରୟ କହିଛନ୍ତି ।
RAU IAS କୋଚିଂ ସେଣ୍ଟର ବେସମେଣ୍ଟରେ ବର୍ଷା ଜଳ ପଶିବା ଯୋଗୁ ୩ଜଣ ଛାତ୍ରଛାତ୍ରୀଙ୍କୁ ମୃତ୍ୟୁ ହୋଇଛି । ଏହାର ତଦନ୍ତ କରି ଦିଲ୍ଲୀ ପୋଲିସ କୋଚିଂ ସେଣ୍ଟର ମାଲିକ ଏବଂ ସଂଯୋଜକଙ୍କୁ ଗିରଫ କରିଛି । ଅନ୍ୟ ବେସମେଣ୍ଟରେ କିପରି ପାଣି ଭର୍ତ୍ତି ହେଲା ତାହାର ଯାଞ୍ଚ ଚାଲିଛି ।...