ଆକ୍ସନରେ ମୋଡ଼ରେ ଅଧିକାରୀ

ନୂଆପଡ଼ା,୨୨ା୭ (ମକାରୁ ବେମାଲ): ସାର କଳାବଜାରୀ, ରାସାୟନିକ ସାରର କୃତ୍ରିମ ଅଭାବ ଓ ଚଢ଼ା ଦରରେ ସାର ବିକ୍ରୟକୁ ରୋକିବା ପାଇଁ ନୂଆପଡ଼ା ଜିଲା କୋମନା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସାର ବିକ୍ରୟ କେନ୍ଦ୍ରକୁ କୃଷି ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି। ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେରଙ୍କ ନେତୃତ୍ୱରେ କୃଷି ବିଭାଗର ସ୍ବତନ୍ତ୍ର ଟିମ୍‌ ବ୍ଲକର ଉଦ୍ୟାନବନ୍ଧ, ବୁଦ୍ଧିକୋମନା, ପଣ୍ଡରାପଥର, କୋମନା, ପେଣ୍ଡରାବନ ଆଦି ସ୍ଥାନରେ ଯାଞ୍ଚ କରିଥିଲା। ଏହି ସମୟରେ ସାର ଗୋଦାମର […] The post ଆକ୍ସନରେ ମୋଡ଼ରେ ଅଧିକାରୀ appeared first on Dharitri Odia News.

ଆକ୍ସନରେ ମୋଡ଼ରେ ଅଧିକାରୀ

ନୂଆପଡ଼ା,୨୨ା୭ (ମକାରୁ ବେମାଲ): ସାର କଳାବଜାରୀ, ରାସାୟନିକ ସାରର କୃତ୍ରିମ ଅଭାବ ଓ ଚଢ଼ା ଦରରେ ସାର ବିକ୍ରୟକୁ ରୋକିବା ପାଇଁ ନୂଆପଡ଼ା ଜିଲା କୋମନା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସାର ବିକ୍ରୟ କେନ୍ଦ୍ରକୁ କୃଷି ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି।

ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେରଙ୍କ ନେତୃତ୍ୱରେ କୃଷି ବିଭାଗର ସ୍ବତନ୍ତ୍ର ଟିମ୍‌ ବ୍ଲକର ଉଦ୍ୟାନବନ୍ଧ, ବୁଦ୍ଧିକୋମନା, ପଣ୍ଡରାପଥର, କୋମନା, ପେଣ୍ଡରାବନ ଆଦି ସ୍ଥାନରେ ଯାଞ୍ଚ କରିଥିଲା। ଏହି ସମୟରେ ସାର ଗୋଦାମର ଷ୍ଟକ ଓ ଫିଜିକାଲ ଷ୍ଟକ ମଧ୍ୟରେ ତୁଳନାତ୍ମକ ଯାଞ୍ଚ ସହ କେଉଁ ସାର କେତେ ଦାମରେ ବିକ୍ରି ହେଉଛି ସେ ନେଇ ଅନୁଧ୍ୟାନ କରାଯାଇଥିଲା।

ଗୋଦାମରେ କେତେ ସାର ଉପଲବ୍ଧ ଅଛି, କଳାବଜାରୀ ହେଉଛି ନା ନାହିଁ ସେ ନେଇ ତଥ୍ୟ ସଂଗ୍ରହ କରାଯାଇଥିଲା। ସେହିପରି ସାର ବିକ୍ରୟ କେନ୍ଦ୍ରରେ ରେଜିଷ୍ଟର ଠିକ ଭାବରେ ପରିଚାଳନା କରାଯାଉଛି କି ନାହିଁ ତାହା ତଦାରଖ କରାଯାଇଥିଲା। ଟିମ୍‌ ସଦସ୍ୟ ୬ଟି ସାର ବିକ୍ରୟ କେନ୍ଦ୍ର ଯାଞ୍ଚ କରି ୨ଜଣ ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହି ଟିମ୍‌ରେ ଅତିରିକ୍ତ କୃଷି ଅଧିକାରୀ ସଙ୍ଗୀତା ମେହେର, ଗୋଷ୍ଠୀ ବୈଷୟିକ ପରିଚାଳକ ଆଶିଷ ପଟେଲ ପ୍ରମୁଖ ସାମିଲ ଥିଲେ।

The post ଆକ୍ସନରେ ମୋଡ଼ରେ ଅଧିକାରୀ appeared first on Dharitri Odia News.