ଆଖଣ୍ଡଳମଣି ମନ୍ଦିର ବେଢାରେ ସେବାୟତଙ୍କୁ ଆକ୍ରମଣ, ପୂଜା ସାରି ଫେରୁଥିବାବେଳେ ଆଟାକ୍
ଚାନ୍ଦବାଲି ୧୨/୦୪: ମନ୍ଦିରରେ ସେବାୟତଙ୍କୁ ଆକ୍ରମଣ । ପୂଜା ସାରି ଫେରୁଥିବାବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଭଦ୍ରକ ଜିଲା ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ସେବାୟତ ତଥା ବଡପଣ୍ଡାଙ୍କ ପୁଅ ବାବାଜି ପାଢୀ ସେବାପୂଜା ସାରି ଫେରୁଥିବା ଆକ୍ରମଣର ଶିକାର ହୋଇଥିଲା । ମନ୍ଦିରର ପଶ୍ଚିମଦ୍ବାର ନିକଟରେ କିଛି ଲୋକ ରକ୍ତମୁଖା ହୋଇ ସଂଘବଦ୍ଧ ଭାବେ ବାଡେଇବା ସହିତ ଜୀବନରୁ ମାରିଦେବୁ ଏହାକହିବା ସହ ସେବାୟତ ବାବାଜି ପାଢୀଙ୍କୁ ୪\୬ଜଣ ମାଡମାରିବା ସହ ବାଡି ଠେଙ୍ଗାରେ ବାଡେଇ ଚାଲିଥିଲେ । ସ୍ଥାନୀୟ ଲୋକଙ୍କ ଉଦ୍ଧାର କ୍ରମେ ଜୀବନ ବଞ୍ଚାଇ ଦୌଡି ପଳାଇଥିଲେ ବାବାଜି । ପରେ ବାବାଜି ଆରଡି ଫାଣ୍ଡିରେ ଆରଡିର ମୁଖ୍ୟ ଦେବଦତ୍ତ ପାଢୀଙ୍କ ପୁଅ କାଳିଆ ପାଢୀ ତାଙ୍କ ଭାଇ ବଳରାମ, ଅଜିତ, ପଞ୍ଚୁଆ, ଶଙ୍କରର୍ଷଣ ପ୍ରମୁଖଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।
ଚାନ୍ଦବାଲି ୧୨/୦୪: ମନ୍ଦିରରେ ସେବାୟତଙ୍କୁ ଆକ୍ରମଣ । ପୂଜା ସାରି ଫେରୁଥିବାବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଭଦ୍ରକ ଜିଲା ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ସେବାୟତ ତଥା ବଡପଣ୍ଡାଙ୍କ ପୁଅ ବାବାଜି ପାଢୀ ସେବାପୂଜା ସାରି ଫେରୁଥିବା ଆକ୍ରମଣର ଶିକାର ହୋଇଥିଲା ।
ମନ୍ଦିରର ପଶ୍ଚିମଦ୍ବାର ନିକଟରେ କିଛି ଲୋକ ରକ୍ତମୁଖା ହୋଇ ସଂଘବଦ୍ଧ ଭାବେ ବାଡେଇବା ସହିତ ଜୀବନରୁ ମାରିଦେବୁ ଏହାକହିବା ସହ ସେବାୟତ ବାବାଜି ପାଢୀଙ୍କୁ ୪\୬ଜଣ ମାଡମାରିବା ସହ ବାଡି ଠେଙ୍ଗାରେ ବାଡେଇ ଚାଲିଥିଲେ । ସ୍ଥାନୀୟ ଲୋକଙ୍କ ଉଦ୍ଧାର କ୍ରମେ ଜୀବନ ବଞ୍ଚାଇ ଦୌଡି ପଳାଇଥିଲେ ବାବାଜି । ପରେ ବାବାଜି ଆରଡି ଫାଣ୍ଡିରେ ଆରଡିର ମୁଖ୍ୟ ଦେବଦତ୍ତ ପାଢୀଙ୍କ ପୁଅ କାଳିଆ ପାଢୀ ତାଙ୍କ ଭାଇ ବଳରାମ, ଅଜିତ, ପଞ୍ଚୁଆ, ଶଙ୍କରର୍ଷଣ ପ୍ରମୁଖଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।