ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡି ନାବାଳକର ମୃତ୍ୟୁ

ଆରଡି: ଆରଡିପୀଠ ବାବା  ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ କୂଳରେ ଗତ ଶୁକ୍ରବାର ରାତିରେ  ଖେଳୁଥିବା ବେଳେ ପାଣିରେ ବୁଡିଯାଇ ୭ବର୍ଷର ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକ ମଣିବାବାଙ୍କ ସେବାୟତ ସକ୍ରାଜିତ ପାଢୀଙ୍କ ପୁଅ ଓମପ୍ରକାଶ ପାଢୀ(୭) ବୋଲି ଜଣାପଡ଼ିଛି। ଆରଡିପୀଠ ବାବା  ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ କୂଳ ନିକଟରେ ସେବାୟତ ସକ୍ରାଜିତ ପାଢୀଙ୍କ ପୁଅ ଓମପ୍ରକାଶ ଖେଳୁଥିଲେ। ସେ ଖେଳୁଥିବା ସମୟରେ ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ି ଯାଇଥିଲେ। ଓମପ୍ରକାଶ ପାଣିରେ ବୁଡ଼ି ଯାଇଥିବା ଜାଣିପାରି  ପୁଷ୍କରିଣୀ […]

ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡି ନାବାଳକର ମୃତ୍ୟୁ
ଆରଡି: ଆରଡିପୀଠ ବାବା  ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ କୂଳରେ ଗତ ଶୁକ୍ରବାର ରାତିରେ  ଖେଳୁଥିବା ବେଳେ ପାଣିରେ ବୁଡିଯାଇ ୭ବର୍ଷର ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକ ମଣିବାବାଙ୍କ ସେବାୟତ ସକ୍ରାଜିତ ପାଢୀଙ୍କ ପୁଅ ଓମପ୍ରକାଶ ପାଢୀ(୭) ବୋଲି ଜଣାପଡ଼ିଛି।
ଆରଡିପୀଠ ବାବା  ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ କୂଳ ନିକଟରେ ସେବାୟତ ସକ୍ରାଜିତ ପାଢୀଙ୍କ ପୁଅ ଓମପ୍ରକାଶ ଖେଳୁଥିଲେ।
ସେ ଖେଳୁଥିବା ସମୟରେ ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ି ଯାଇଥିଲେ। ଓମପ୍ରକାଶ ପାଣିରେ ବୁଡ଼ି ଯାଇଥିବା ଜାଣିପାରି  ପୁଷ୍କରିଣୀ କୂଳ ନିକଟରେ ଥିବା  ଘର ଲୋକ ଅନ୍ୟ ଲୋକଙ୍କୁ ଡାକ ପକାଇଥିଲେ। କିଛି ଲୋକ ଖୋଜାଖୋଜି ପରେ ଓମପ୍ରକାଶକୁ ପାଣି ଭିତରୁ ପାଇଥିଲେ। ପାଣିରୁ ଉଦ୍ଧାର ପରେ ପରିବାର ଲୋକ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।