ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା ରେଳ ଯାତ୍ରୀଙ୍କ ଜୀବନ। ଆଜି ଅପରାହ୍ନରେ ଘଟିଛି ଘଟଣା। ଦେବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସରେ ଚଢ଼ିବାକୁ ଚେଷ୍ଟା କରୁଥିଲେ ଯାତ୍ରୀ ଜୁଏଲ ହୁସେନ। କିଛି ଖାଦ୍ୟ କିଣିବା ପାଇଁ କଟକ ଷ୍ଟେସନରେ ଓଲ୍ହାଇ ଥିଲେ। ଏହା ଭିତରେ ଟ୍ରେନ ଛାଡିବା ଆରମ୍ଭ କରି ଦେଇଥିଲା। ଯାତ୍ରୀ ଜଣକ ଦୌଡ଼ି ଯାଇ ବଗି ଭିତରେ ପଶିଯିବାକୁ ଚେଷ୍ଟା କଲା ବେଳେ […] The post ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ appeared first on KNews Odisha.

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ
RAIL RESCUE

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା ରେଳ ଯାତ୍ରୀଙ୍କ ଜୀବନ। ଆଜି ଅପରାହ୍ନରେ ଘଟିଛି ଘଟଣା। ଦେବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସରେ ଚଢ଼ିବାକୁ ଚେଷ୍ଟା କରୁଥିଲେ ଯାତ୍ରୀ ଜୁଏଲ ହୁସେନ। କିଛି ଖାଦ୍ୟ କିଣିବା ପାଇଁ କଟକ ଷ୍ଟେସନରେ ଓଲ୍ହାଇ ଥିଲେ। ଏହା ଭିତରେ ଟ୍ରେନ ଛାଡିବା ଆରମ୍ଭ କରି ଦେଇଥିଲା। ଯାତ୍ରୀ ଜଣକ ଦୌଡ଼ି ଯାଇ ବଗି ଭିତରେ ପଶିଯିବାକୁ ଚେଷ୍ଟା କଲା ବେଳେ ଖସି ପଡିଥିଲେ । ଆଉ ପ୍ଲାଟଫର୍ମ ଏବଂ ଚଳନ୍ତି ଟ୍ରେନ ମଝିରେ ପଡି ଯାଇଥିଲେ। ତେବେ ଯାହାର ଆୟୁଷ ଅଛି, ଯାହାକୁ ଈଶ୍ୱର ଜୀବନ ଦେଇଛନ୍ତି ସେହିଁ ଯେମିତି ଦେବଦୂତ ପଠାଇ ବଞ୍ଚାଇ ଦେଲେ ।

ସେତେବେଳେ ପ୍ଲାଟଫର୍ମରେ ସୁରକ୍ଷା ଦାୟିତ୍ୱରେ ଥବାଆର ପି ଏଫ କର୍ମଚାରୀ ରମେଶ ଚନ୍ଦ୍ର ବେହେରା ଆଖି ପିଛୁଳାକେ ଦୌଡ଼ି ଯାଇ ତାଙ୍କୁ ମରଣ ମୁହଁରୁ ବଞ୍ଚାଇ ଆଣିଲେ । ଅଳ୍ପକେ ବଞ୍ଚାଇ ଦେଲେ ଯାତ୍ରୀଙ୍କ ଜୀବନ ।
ଏହି କାର୍ଯ୍ୟ ପାଇଁ ତାଙ୍କୁ ସବୁ ଆଡୁ ପ୍ରଶଂସା ଛୁଟୁଛି ।

 

The post ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ appeared first on KNews Odisha.