ଆଖିବୁଜିଲା ୧୨୫ ବର୍ଷୀୟ କଇଁଛ ‘ଚାଣକ୍ୟ’
ହାଇଦ୍ରାବାଦ,୧୮ା୩: କନ୍ଦମୂଳ ଖାଇବାକୁ ଭଲ ପାଉଥିବା ଗାଲାପାଗୋସ ପ୍ରଜାତିର ବିଶାଳ କଇଁଛ ଚାଣକ୍ୟ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୧୨୫ ବର୍ଷ ବୟସରେ ରବିବାର ମୃତ୍ୟୁବରଣ କରିଛି। ପ୍ରାଣୀ ଉଦ୍ୟାନ ଆରମ୍ଭରୁ ଏହି କଇଁଛ ଏଠାରେ ରହି ଆସିଥିଲା। ଯାହାକି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବୟସାଧିକ ଯୋଗୁ ଅନେକ ରୋଗରେ ପୀଡ଼ିତ ଚାଣକ୍ୟ ଶେଷରେ ଆଖିବୁଜିଛି। ଚାଣକ୍ୟ ଖାଇବା ବନ୍ଦ କରିବା ପରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଚିନ୍ତିତ ଥିଲେ। ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସା […] The post ଆଖିବୁଜିଲା ୧୨୫ ବର୍ଷୀୟ କଇଁଛ ‘ଚାଣକ୍ୟ’ appeared first on Dharitri Odia News.
ହାଇଦ୍ରାବାଦ,୧୮ା୩: କନ୍ଦମୂଳ ଖାଇବାକୁ ଭଲ ପାଉଥିବା ଗାଲାପାଗୋସ ପ୍ରଜାତିର ବିଶାଳ କଇଁଛ ଚାଣକ୍ୟ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୧୨୫ ବର୍ଷ ବୟସରେ ରବିବାର ମୃତ୍ୟୁବରଣ କରିଛି। ପ୍ରାଣୀ ଉଦ୍ୟାନ ଆରମ୍ଭରୁ ଏହି କଇଁଛ ଏଠାରେ ରହି ଆସିଥିଲା। ଯାହାକି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବୟସାଧିକ ଯୋଗୁ ଅନେକ ରୋଗରେ ପୀଡ଼ିତ ଚାଣକ୍ୟ ଶେଷରେ ଆଖିବୁଜିଛି।
ଚାଣକ୍ୟ ଖାଇବା ବନ୍ଦ କରିବା ପରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଚିନ୍ତିତ ଥିଲେ। ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସା ଦଳର ମୁଖ୍ୟ ଡାକ୍ତର ଏମ୍.ଏ ହାକିମ୍ ଚାଣକ୍ୟକୁ ତା’ର ପ୍ରିୟ ଖାଦ୍ୟ କନ୍ଦମୂଳ ଏବଂ ପାଳଙ୍ଗ ଖାଇବାକୁ ଦେଇଥିଲେ ମଧ୍ୟ ସେ ୧୦ ଦିନ ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇ ନ ଥିଲା। ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ସକାଳେ ଚାଣକ୍ୟର ଏନ୍କ୍ଲୋଜର ସଫା କରିବାକୁ ଯାଇ ଦେଖିଲେ ତା’ର ମୃତ୍ୟୁ ଘଟିଛି।
୧୯୬୩ରେ ନାମ୍ପାଲିରେ ଥିବା ପବ୍ଲିକ ଗାର୍ଡେନ (ବାଗ୍-ଇ-ଆମ୍)ରୁ ଚାଣକ୍ୟକୁ ଅଣାଯାଇଥିଲା। ଏହା ପରେ ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନ ତା’ର ଠିକଣା ଥିଲା।
ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ଚାଣକ୍ୟର ଏକାଧିକ ଅଙ୍ଗ ଅକାମୀ ହେଇଯିବାରୁ ତା’ର ମୃତ୍ୟୁ ଘଟିଛି। ଅଧିକ ଅନୁସନ୍ଧାନ ପାଇଁ ନମୁନାକୁ ପ୍ରାଣୀ ଚିକିତ୍ସା ବାୟୋଲୋଜିକାଲ ଆଣ୍ଡ ରେଚ୍ ଇନଷ୍ଟିଚ୍ୟୁଟ୍ ଏବଂ ରାଜେନ୍ଦ୍ରନଗରର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟକୁ ପଠାଯାଇଛି।
ଗାଲାପାଗୋସ ହେଉଛି ଏକ ବିଶାଳ କଇଁଛ। ଚାଲର୍ସ ଡାରଓ୍ବିନଙ୍କ ‘ଇଭୋଲ୍ୟୁଶନ ଅଫ ସ୍ପେସିସ୍’ ଥିଓରି ପାଇଁ ସେ ବେଶ୍ ଜଣାଶୁଣା। ବୈଜ୍ଞାନିକ ମାନବ ବିବର୍ତ୍ତନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେବା ପାଇଁ ଏହା ଉପରେ ବର୍ଷ ବର୍ଷ ଧରି ଅଧ୍ୟୟନ କରିଥିଲେ।
ନେହେରୁ ପ୍ରାଣୀ ଉଦ୍ୟାନରେ ପ୍ରାୟ ୧୯୩ ପ୍ରଜାତିର ପକ୍ଷୀ, ପ୍ରାଣୀ ଏବଂ ସରୀସୃପ ରହିଛନ୍ତି। ଏହି ପ୍ରାଣୀ ଉଦ୍ୟାନ ବିରଳ, ବିପଦପୂର୍ଣ୍ଣ ତଥା ବିଲୁପ୍ତପ୍ରାୟ ପ୍ରଜାତି ପାଇଁ ଜଣାଶୁଣା। ଯେପରିକି ଗଧ, ହାତୀ, ନୀଳଗିରିର ଲାଙ୍ଗୁର, ସିଂହ ଲାଞ୍ଜର ମାକେକ, ସାରୁସ କ୍ରେନ, ଗ୍ରେ ପେଲିକାନ ଇତ୍ୟାଦି। ବ୍ଲାକ ହେଡ୍ ଆଇବିସ, ୟୁରାସିଆନ ଚାମଚବିଲ, ଇଣ୍ଡିଆନ ପାଇଥନ, ଇଣ୍ଡିଆନ ଷ୍ଟାର୍ କଇଁଛ, ଭାରତୀୟ ସଫ୍ଟ ସେଲ୍ କଇଁଛ ଏବଂ ଭାରତୀୟ ଚାମେଲିଅନ ମଧ୍ୟ ଏଠାରେ ରହିଥିଲେ।
ବିଦେଶୀ ପ୍ରାଣୀମାନଙ୍କ ମଧ୍ୟରେ ହିପୋପୋଟାମସ୍, ଆଫ୍ରିକୀୟ ସିଂହ, ଜାଗୁଆର, ଓଟପକ୍ଷୀ, ମାକାଓ ଆଦି ଏହି ପ୍ରାଣୀ ଉଦ୍ୟାନରେ ବଢ଼ିଛନ୍ତି।
The post ଆଖିବୁଜିଲା ୧୨୫ ବର୍ଷୀୟ କଇଁଛ ‘ଚାଣକ୍ୟ’ appeared first on Dharitri Odia News.