ଆଗକୁ ଆହୁରି କଠୋର ହେବେ ସରକାର, ଦୁର୍ନୀତିଖୋରଙ୍କୁ ମିଳିବନି ନିସ୍ତାର:ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର ୦୫/୦୮: ଦୁର୍ନୀତି ଗ୍ରସ୍ତଙ୍କ ପ୍ରତି ଆହୁରି କଠୋର ହେବେ ସରକାର । ଦୁର୍ନୀତିଖୋର ଅଧିକାରୀଙ୍କ ପ୍ରତି ମାୟା ମମତା ନାହିଁ ବୋଲି ଆଇନ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦୁର୍ନୀତିଖୋର ଅଫିସରଙ୍କ ଉପରେ କୌଣସି ମାୟା ମମତା ଦେଖାଇବେ ନାହିଁ ରାଜ୍ୟ ସରକାର । ଆଗକୁ ବି ଦୁର୍ନୀତି ପ୍ରତି ଆହୁରି କଠୋର ହେବେ ସରକାର । କାହାକୁ ଛଡ଼ା ଯିବ ନାହିଁ । ସୂଚନା ଥାଉକି, ଭିଜିଲାନ୍ସ ଚଢ଼ାଉ ବେଳେ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ଆୟ ବହିର୍ଭୁତ ସମ୍ପତ୍ତି ଧାରା ପଡ଼ିବା ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ଆଇନ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦୁର୍ନୀତି ବା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ହାତରେ ଧରାପଡ଼ୁଥିବା ସରକାରୀ ଅଧିକାରୀଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏଥିରେ ଗତ ସରକାର ଭଳି କିଛି ଟାଳଟୁଳ ନୀତି ଅବଲମ୍ବନ କରାଯିବ ନାହିଁ । ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବେ । 

ଆଗକୁ ଆହୁରି କଠୋର ହେବେ ସରକାର, ଦୁର୍ନୀତିଖୋରଙ୍କୁ ମିଳିବନି ନିସ୍ତାର:ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର ୦୫/୦୮: ଦୁର୍ନୀତି ଗ୍ରସ୍ତଙ୍କ ପ୍ରତି ଆହୁରି କଠୋର ହେବେ ସରକାର । ଦୁର୍ନୀତିଖୋର ଅଧିକାରୀଙ୍କ ପ୍ରତି ମାୟା ମମତା ନାହିଁ ବୋଲି ଆଇନ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦୁର୍ନୀତିଖୋର ଅଫିସରଙ୍କ ଉପରେ କୌଣସି ମାୟା ମମତା ଦେଖାଇବେ ନାହିଁ ରାଜ୍ୟ ସରକାର । ଆଗକୁ ବି ଦୁର୍ନୀତି ପ୍ରତି ଆହୁରି କଠୋର ହେବେ ସରକାର । କାହାକୁ ଛଡ଼ା ଯିବ ନାହିଁ । 


ସୂଚନା ଥାଉକି, ଭିଜିଲାନ୍ସ ଚଢ଼ାଉ ବେଳେ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ଆୟ ବହିର୍ଭୁତ ସମ୍ପତ୍ତି ଧାରା ପଡ଼ିବା ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ଆଇନ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦୁର୍ନୀତି ବା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ହାତରେ ଧରାପଡ଼ୁଥିବା ସରକାରୀ ଅଧିକାରୀଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏଥିରେ ଗତ ସରକାର ଭଳି କିଛି ଟାଳଟୁଳ ନୀତି ଅବଲମ୍ବନ କରାଯିବ ନାହିଁ । ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବେ ।