ଆଗକୁ ତାତି ସାଙ୍ଗକୁ କଲବଲ କରିବ ଗୁଳୁଗୁଳି, ୪୦ ଡିଗ୍ରୀ ଉପରେ ତାପମାତ୍ରା
ଭୁବନେଶ୍ୱର,୨।୪: ଏପ୍ରିଲ ଆରମ୍ଭରୁ କଲବଲ କରୁଛି ତାତି। ଦିନରେ ମୁଣ୍ଡଫଟା ଖରା ସାଙ୍ଗକୁ ରାତିରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଉଛି। ତେବେ ଚଳିତ ଗ୍ରୀଷ୍ମଋତୁରେ ସାମାନ୍ୟରୁ ଯଥେଷ୍ଟ ଅଧିକ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାରଠାରୁ ଗ୍ରୀଷ୍ମ ପ୍ରବାହର ମାତ୍ରା ବୃଦ୍ଧି ପାଇବ। ଏହା ଆସନ୍ତା ୨୦ ଦିନ ପର୍ଯ୍ୟନ୍ତ ଜାରି ରହିବ। ଅପରପକ୍ଷେ ଚଳିତ ମାସରୁ ଜୁନ ମାସ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବା ସହ ରାଜ୍ୟର ଉପକୂଳବର୍ତ୍ତୀ […] The post ଆଗକୁ ତାତି ସାଙ୍ଗକୁ କଲବଲ କରିବ ଗୁଳୁଗୁଳି, ୪୦ ଡିଗ୍ରୀ ଉପରେ ତାପମାତ୍ରା appeared first on Dharitri Odia News.
ଭୁବନେଶ୍ୱର,୨।୪: ଏପ୍ରିଲ ଆରମ୍ଭରୁ କଲବଲ କରୁଛି ତାତି। ଦିନରେ ମୁଣ୍ଡଫଟା ଖରା ସାଙ୍ଗକୁ ରାତିରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଉଛି। ତେବେ ଚଳିତ ଗ୍ରୀଷ୍ମଋତୁରେ ସାମାନ୍ୟରୁ ଯଥେଷ୍ଟ ଅଧିକ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାରଠାରୁ ଗ୍ରୀଷ୍ମ ପ୍ରବାହର ମାତ୍ରା ବୃଦ୍ଧି ପାଇବ। ଏହା ଆସନ୍ତା ୨୦ ଦିନ ପର୍ଯ୍ୟନ୍ତ ଜାରି ରହିବ। ଅପରପକ୍ଷେ ଚଳିତ ମାସରୁ ଜୁନ ମାସ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବା ସହ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଗରମ ଏବଂ ଗୁଳୁଗୁଳି ଅଧିକ ହେବ ବୋଲି ପାଣିପାଗ ବିଭାଗ କହିଛି ।
ସୂଚନା ଅନୁସାରେ, ଏପ୍ରିଲ ମାସରେ ରାଜ୍ୟରେ ହାରାହାରି ୧ ରୁ ୩ ଦିନ ଗ୍ରୀଷ୍ମପ୍ରବାହର ଅବଧି ରହୁଥିବାବେଳେ ଚଳିତ ବର୍ଷ ଏପ୍ରିଲ ମାସରେ ୩ ରୁ ୮ ଦିନ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ ବୋଲିପାଣିପାଗ ବିଭାଗ ଅନୁମାନ କରିଛି । ରାଜ୍ୟରେ ଆସନ୍ତା ୬ ତାରିଖ ଯାଏ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ଏବଂ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ ବୋଲି ଅନୁମାନ କରାଯାଇଛି । ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ବାରିପଦା ଓ ଝାରସୁଗୁଡ଼ା ତାପମାତ୍ରା ୪୦.୪ ଡିଗ୍ରୀ ଥିଲା । ରାଜ୍ୟର ୭ସହରରେ ଦିନ ତାପମାତ୍ରା ୪୧ ଡିଗ୍ରୀ ଥିବା ବେଳେ ମାଲକାନଗିରିରେ ୪୧.୭ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ତାତି ବଢ଼ିବାର ସମ୍ଭାବନା ରହିଛି।
The post ଆଗକୁ ତାତି ସାଙ୍ଗକୁ କଲବଲ କରିବ ଗୁଳୁଗୁଳି, ୪୦ ଡିଗ୍ରୀ ଉପରେ ତାପମାତ୍ରା appeared first on Dharitri Odia News.