ଆଗକୁ ଦିନ ସହ ଅସମ୍ଭାଳ କରିବ ରାତିର ତାତି
ଭୁବନେଶ୍ବର: ସାବଧାନ ଆଗକୁ ଆସୁଛି ଉଷ୍ମ ରାତି। ଦିନ ସହ ଅସମ୍ଭାଳ କରିବ ରାତିର ତାତି। ୩ ଦିନ ପାଇଁ... The post ଆଗକୁ ଦିନ ସହ ଅସମ୍ଭାଳ କରିବ ରାତିର ତାତି appeared first on .
ଭୁବନେଶ୍ବର: ସାବଧାନ ଆଗକୁ ଆସୁଛି ଉଷ୍ମ ରାତି। ଦିନ ସହ ଅସମ୍ଭାଳ କରିବ ରାତିର ତାତି। ୩ ଦିନ ପାଇଁ ଆଭ୍ଯନ୍ତରୀଣ ଓଡିଶାର ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏପ୍ରିଲ୍ ୨, ୩ ଏବଂ ୪ ତାରିଖରେ ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା। ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହେବା ସହ ରାତ୍ରୀର ତାପମାତ୍ରା ବି ସ୍ବାଭାବିକ ଠାରୁ ୫ ରୁ ୬ ଡିଗ୍ରୀ ଉପରେ ରହିବ। ଫଳରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି। ଘୂର୍ଣ୍ଣିବଳୟ ଏବଂ ନିମ୍ନ ଚାପରେଖା ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସହରରେ ହାଲୁକା ବର୍ଷା ହୋଇଛି। କାଲିଠାରୁ ତାତି ପୁଣି ବଢିବ । ବିଶେଷ କରି ସୋନପୁର, ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ବରଗଡ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ନୟାଗଡ, ଖୋର୍ଦ୍ଧା ଏବଂ ଗଜପତିରେ ତାତି ୪୦ ଡିଗ୍ରୀ ରହିପାରେ। ୬ ଏବଂ ୭ ତାରିଖ ବେଳକୁ ପୁଣି ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସହ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ନେଇ ଆକଳନ କରାଯାଇଛି।
The post ଆଗକୁ ଦିନ ସହ ଅସମ୍ଭାଳ କରିବ ରାତିର ତାତି appeared first on .