ଆଗକୁ ବଢ଼ୁନି ମୌସୁମୀ, ଆହୁରି ବଢ଼ିବ ତାତି
ଭୁବନେଶ୍ୱର,୧୧ା୬(ଅସମାପିକା ସାହୁ):ମୌସୁମୀ ପ୍ରବେଶ ସତ୍ତ୍ୱେ ରାଜ୍ୟରେ ବର୍ଷା ନାହିଁ। ଅସହ୍ୟ ତାତି ସହ ଗୁଳୁଗୁଳି ଲାଗିରହିଛି। ସୋମବାର ୨୦ ସହରର ତାପମାତ୍ରା ୪୦ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିବାବେଳେ ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେବା ପାଇଁ ଅନୁକୂଳ ସ୍ଥିତି ନାହିଁ। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ବି […] The post ଆଗକୁ ବଢ଼ୁନି ମୌସୁମୀ, ଆହୁରି ବଢ଼ିବ ତାତି appeared first on Dharitri Odia News.
ଭୁବନେଶ୍ୱର,୧୧ା୬(ଅସମାପିକା ସାହୁ):ମୌସୁମୀ ପ୍ରବେଶ ସତ୍ତ୍ୱେ ରାଜ୍ୟରେ ବର୍ଷା ନାହିଁ। ଅସହ୍ୟ ତାତି ସହ ଗୁଳୁଗୁଳି ଲାଗିରହିଛି। ସୋମବାର ୨୦ ସହରର ତାପମାତ୍ରା ୪୦ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିବାବେଳେ ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେବା ପାଇଁ ଅନୁକୂଳ ସ୍ଥିତି ନାହିଁ। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ବି ମୌସୁମୀ ଆଗକୁ ବଢ଼ି ନ ପାରେ। ଏବେ ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଛି। ତେଣୁ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଅନୁଭୂତି ହେଉଛି। ଆଉ ୫ଦିନ ଯାଏ ଉତ୍ତର ସହ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ୨ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ। ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେବ ଓ ବାଲେଶ୍ୱର, ନୟାଗଡ଼, ଜଗତ୍ସିଂହପୁର, ଖୋର୍ଦ୍ଧା ଜିଲାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡ଼ା, ବଲାଙ୍ଗୀର, ଗଜପତି, ଗଞ୍ଜାମ ଜିଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଥିବା ମନୋରମା କହିଛନ୍ତି। ବିଭାଗର ସୂଚନାନୁସାରେ, ସୋମବାର ନୂଆପଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏହା ତଳକୁ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ପାରଳାଖେମୁଣ୍ଡି ୪୨.୪, ବଲାଙ୍ଗୀର ୪୨.୨, ବାରିପଦା ୪୨, ନୟାଗଡ଼ ୪୧.୭, ଝାରସୁଗୁଡ଼ା, ତାଳଚେର ଓ ସମ୍ବଲପୁରରେ ୪୧.୬, ବରଗଡ଼ ଓ ଢେଙ୍କାନାଳରେ ୪୧.୨, ଅନୁଗୋଳ ୪୧.୧, ଟିଟିଲାଗଡ଼, ଖୋର୍ଦ୍ଧା ଓ ରାଉରକେଲାରେ ୪୧, ସୋନପୁର ୪୦.୬, ବାଲେଶ୍ୱର ୪୦.୫, ହୀରାକୁଦ ୪୦.୧, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ରହିଥିଲା।
ସୂଚନାଯୋଗ୍ୟ, ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟକୁ ଗତ ୮ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିଲା। ମାଲକାନଗିରି ଜିଲାରେ ମୌସୁମୀ ପ୍ରବେଶ କରିସାରିଥିବାବେଳେ ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ଏହା ସକ୍ରିୟ ରହିବ ବୋଲି ପୂର୍ବରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିଲା। କିନ୍ତୁ ଏବେ ରାଜ୍ୟରେ ମୌସୁମୀ ଆଗକୁ ଅଗ୍ରସର ହେଉନାହିଁ। ତେଣୁ ୧୫ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାକୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ରହିବା ପାଇଁ କୁହାଯାଇଛି। ମଙ୍ଗଳବାର ବାଲେଶ୍ୱର, ଜଗତ୍ସିଂହପୁର, ନୟାଗଡ଼, ଖୋର୍ଦ୍ଧା, ନୂଆପଡ଼ା, ବଲାଙ୍ଗୀର, ଗଜପତି, ଗଞ୍ଜାମ, ବୌଦ୍ଧ, ଝାରସୁଗୁଡ଼ା ଜିଲାକୁ ଗ୍ରୀଷ୍ମ ପ୍ରବାହ ଏବଂ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ ଜିଲାକୁ ଉଷ୍ମ ଆର୍ଦ୍ର ପାଣିପାଗ ବା ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
The post ଆଗକୁ ବଢ଼ୁନି ମୌସୁମୀ, ଆହୁରି ବଢ଼ିବ ତାତି appeared first on Dharitri Odia News.