ଆଗରେ ଥିବା ସ୍ୱାମୀ ପଛରେ ପଡ଼ିବାରୁ EVMକୁ ଟାର୍ଗେଟ କଲେ ସ୍ୱରା ଭାସ୍କର

ଶରଦ ପାୱାରଙ୍କ ଏନସିପିରୁ ପ୍ରାର୍ଥୀ ହୋଇଥିବା ଫହାଦଙ୍କ ବିରୋଧରେ ଅଜିତ ପାୱାରଙ୍କ ଏନସିପିରୁ ସାନା ମଲିକ ଲଢ଼ୁଛନ୍ତି।

ଆଗରେ ଥିବା ସ୍ୱାମୀ ପଛରେ ପଡ଼ିବାରୁ EVMକୁ ଟାର୍ଗେଟ କଲେ ସ୍ୱରା ଭାସ୍କର

ମହାରାଷ୍ଟ୍ରର ଅନୁଶକ୍ତି ନଗର ନିର୍ବାଚନ ମଣ୍ଡଳୀରେ ବଡ଼ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ଏହି ଆସନରେ ଲିଡ୍‌ କରୁଥିବା ବିରୋଧୀ ମେଣ୍ଟର ପ୍ରାର୍ଥୀ ଫହାଦ ଅହମଦ ହଠାତ୍‌ ପଛରେ ପଡ଼ିବାରୁ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ସ୍ୱରା ଭାସ୍କର ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଫହାଦ ବଡ଼ ଲିଡ କରିଥିବା ବେଳେ କେମିତି ହଠାତ୍‌ ପଛରେ ପଡ଼ିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ସେ ଇଭିଏମକୁ ନେଇ ସେ ନିର୍ବାଚନ କମିଶନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

ଶରଦ ପାୱାରଙ୍କ ଏନସିପିରୁ ପ୍ରାର୍ଥୀ ହୋଇଥିବା ଫହାଦଙ୍କ ବିରୋଧରେ ଅଜିତ ପାୱାରଙ୍କ ଏନସିପିରୁ ସାନା ମଲିକ ଲଢ଼ୁଛନ୍ତି। ସାନା ୩ ହଜାର ଭୋଟ ଆଗରେ ଥିବା ବେଳେ ଆଉ ମାତ୍ର କିଛି ରାଉଣ୍ଡ ଗଣତି ବାକି ରହିଛି। ତେଣୁ ଏଠାରେ ନୱାବ ମଲିକଙ୍କ ଝିଅ ସାନା ଜିତିବା ଏକପ୍ରକାରର ନିଶ୍ଚିତ ହୋଇଛି।

ଏପରି ରେଜଲ୍ଟ ପରେ ସ୍ୱରା ଭାସ୍କର କହିଛନ୍ତି, ଫହାଦ ଅହମଦ ଅନୁଶକ୍ତି ନଗର ସିଟରେ ସେତେବେଳେ ଯାଏ ଲିଡ କରୁଥିଲେ ଯେତେବେଳେ ଯାଏ ଇଭିଏମର ୯୯% ଯାଏ ଚାର୍ଜ ଥିବା ସିଲ୍‌ ଖୋଲା ଯାଇ ନଥିଲା। ୧୭,୧୮,୧୯ ରାଉଣ୍ତ ଗଣତି ବେଳେ ୯୯% ଚାର୍ଜ ଥିବା ଇଭିଏମ ହଠାତ ଖୋଲିଥିଲା।

ଏହାପରେ ବିଜେପି ସମର୍ଥିତ ପ୍ରାର୍ଥୀ ଲିଡ୍‌ କରିବା ଆରମ୍ଭ କରିଛନ୍ତି। କେମିତି କୌଣସି ମେସିନ ଦିନ ସାରା ଭୋଟିଂ ହେବା ପରେ ମଧ୍ୟ ୯୯% ଚାର୍ଜ ରହିଥିଲା? କେମିତି ୯୯% ଚାର୍ଜ ଥିବା ବ୍ୟାଟେରୀ ଗୁଡ଼ିକ ବିଜେପି ଓ ଏହାର ସହଯୋଗୀଙ୍କୁ ଭୋଟ ଦେଉଛନ୍ତି?” ସେ ଏହି ପୋଷ୍ଟକୁ ନିର୍ବାଚନ କମିଶନଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।

ଅହମଦ ଏକ୍ସରେ କହିଛନ୍ତି ଯେ ୧୬ ରାଉଣ୍ଡର ଗଣତି ଶେଷ ଯାଏ ସେ ଆଗରେ ରହିଥିଲେ। କିନ୍ତୁ ୧୭ ରାଉଣ୍ଡ ଗଣତି ପରେ ସେ ପଛରେ ପଡ଼ିଥିବା ସୂଚନା ଦେଇଛନ୍ତି। ଏହାକୁ ନେଇ ସେ ନିର୍ବାଚନ କମିଶନଙ୍କ ପାଖକୁ ଯିବେ ବୋଲି କହିଛନ୍ତି।