ଆଗାମୀ ୩୦ ବର୍ଷରେ ମଙ୍ଗଳ ଗ୍ରହରେ ହେବ ମାନବ ସଭ୍ୟତା, ଏଲନ ମସ୍କଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ପହଞ୍ଚିବା ମନୁଷ୍ୟ ପାଇଁ ସ୍ବପ୍ନ ହୋଇ ରହିଛି। ଆଜିବି ପୃଥିବୀର ଏହି ନିକଟତମ ଗ୍ରହକୁ ଯିବାକୁ ରହିଛି ଉତ୍ସୁକତା। ଏହାରି ମଧ୍ୟରେ ପ୍ରଯୁକ୍ତି କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ଏଲନ ମସ୍କ ଏକ ଭବିଷ୍ୟବାଣୀ କରିଛନ୍ତି। ମସ୍କ କହିଛନ୍ତି ଆଗାମୀ ୩୦ ବର୍ଷରେ ମଙ୍ଗଳ ଗ୍ରହରେ ସହର ପ୍ରତିଷ୍ଠା ହେବ। ଏଥିରେ ଲୋକ ରହିବେ।ଆଉ ମଙ୍ଗଳରେ ମଣିଷ ରହିବା ସ୍ବପ୍ନ ସତ ହେବ। ପ୍ରକୃତରେ ମସ୍କ ଏକ୍ସରେ ଜଣେ ଫଲୋଅରଙ୍କ ଟ୍ବିଟ୍ର ଉତ୍ତରରେ ଏହା କହିଛନ୍ତି।ଏଲନ ମସ୍କ କହିଛନ୍ତି ଆମେ ମଙ୍ଗଳ ଗ୍ରହରେ ରହିବାର ସ୍ବପ୍ନଠାରୁ ମାତ୍ର କିଛି ବର୍ଷ ଦୂରରେ ରହିଛୁ। ଆସନ୍ତା ୫ ବର୍ଷରେ ଚାଳକ ଦଳଙ୍କ ବ୍ୟତୀତ ଲୋକଙ୍କୁ ମଧ୍ୟ ପଠାଯିବ। ୧୦ ବର୍ଷରେ ପୃଥିବୀବାସୀଙ୍କୁ ମଙ୍ଗଳକୁ ଯିବେ । ଆଉ ଆଗାମୀ ୨୦ ବର୍ଷରେ ମଙ୍ଗଳରେ ସହର ଏକ ସହର ନିଶ୍ଚୟ ଭାବରେ ୩୦ ବର୍ଷରେ ସଭ୍ୟତା ଗଢ଼ିବାରେ ସଫଳ ହେବୁ। ମସ୍କଙ୍କ ଏହି ନୂଆ ଭବିଷ୍ୟବାଣୀ ଉପରେ ତାଙ୍କ ଫଲୋଅର୍ସ ଚର୍ଚ୍ଚା କରୁଛନ୍ତି। ୨୦୦୨ ମସ୍କ ସ୍ପେସଏକ୍ସର ପ୍ରତିଷ୍ଠା କରିଥିଲେ। ଏହି କମ୍ପାନି ଲିକ୍ବିଡ ପ୍ରାପେଲେଣ୍ଟ ରକେଟକୁ କକ୍ଷାକୁ ପଠାଇବାକୁ ଏବଂ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ସ୍ପେସ ଷ୍ଟେସନକୁ ପଠାଇବାରେ ପ୍ରଥମ ଘରୋଇ କମ୍ପାନି ହୋଇଛି। ଏମିତିକି ଏହାର ସ୍ଥାପନାର ଏକ ବର୍ଷ ପୂର୍ବେ ମସ୍କ ମଙ୍ଗଳକୁ ସବୁଜ କରିବା ଯୋଜନାର ବ୍ଲୁ ପ୍ରିଣ୍ଟ୍ କରିସ
ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ପହଞ୍ଚିବା ମନୁଷ୍ୟ ପାଇଁ ସ୍ବପ୍ନ ହୋଇ ରହିଛି। ଆଜିବି ପୃଥିବୀର ଏହି ନିକଟତମ ଗ୍ରହକୁ ଯିବାକୁ ରହିଛି ଉତ୍ସୁକତା। ଏହାରି ମଧ୍ୟରେ ପ୍ରଯୁକ୍ତି କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ଏଲନ ମସ୍କ ଏକ ଭବିଷ୍ୟବାଣୀ କରିଛନ୍ତି। ମସ୍କ କହିଛନ୍ତି ଆଗାମୀ ୩୦ ବର୍ଷରେ ମଙ୍ଗଳ ଗ୍ରହରେ ସହର ପ୍ରତିଷ୍ଠା ହେବ। ଏଥିରେ ଲୋକ ରହିବେ।ଆଉ ମଙ୍ଗଳରେ ମଣିଷ ରହିବା ସ୍ବପ୍ନ ସତ ହେବ। ପ୍ରକୃତରେ ମସ୍କ ଏକ୍ସରେ ଜଣେ ଫଲୋଅରଙ୍କ ଟ୍ବିଟ୍ର ଉତ୍ତରରେ ଏହା କହିଛନ୍ତି।
ଏଲନ ମସ୍କ କହିଛନ୍ତି ଆମେ ମଙ୍ଗଳ ଗ୍ରହରେ ରହିବାର ସ୍ବପ୍ନଠାରୁ ମାତ୍ର କିଛି ବର୍ଷ ଦୂରରେ ରହିଛୁ। ଆସନ୍ତା ୫ ବର୍ଷରେ ଚାଳକ ଦଳଙ୍କ ବ୍ୟତୀତ ଲୋକଙ୍କୁ ମଧ୍ୟ ପଠାଯିବ। ୧୦ ବର୍ଷରେ ପୃଥିବୀବାସୀଙ୍କୁ ମଙ୍ଗଳକୁ ଯିବେ । ଆଉ ଆଗାମୀ ୨୦ ବର୍ଷରେ ମଙ୍ଗଳରେ ସହର ଏକ ସହର ନିଶ୍ଚୟ ଭାବରେ ୩୦ ବର୍ଷରେ ସଭ୍ୟତା ଗଢ଼ିବାରେ ସଫଳ ହେବୁ। ମସ୍କଙ୍କ ଏହି ନୂଆ ଭବିଷ୍ୟବାଣୀ ଉପରେ ତାଙ୍କ ଫଲୋଅର୍ସ ଚର୍ଚ୍ଚା କରୁଛନ୍ତି।
୨୦୦୨ ମସ୍କ ସ୍ପେସଏକ୍ସର ପ୍ରତିଷ୍ଠା କରିଥିଲେ। ଏହି କମ୍ପାନି ଲିକ୍ବିଡ ପ୍ରାପେଲେଣ୍ଟ ରକେଟକୁ କକ୍ଷାକୁ ପଠାଇବାକୁ ଏବଂ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ସ୍ପେସ ଷ୍ଟେସନକୁ ପଠାଇବାରେ ପ୍ରଥମ ଘରୋଇ କମ୍ପାନି ହୋଇଛି। ଏମିତିକି ଏହାର ସ୍ଥାପନାର ଏକ ବର୍ଷ ପୂର୍ବେ ମସ୍କ ମଙ୍ଗଳକୁ ସବୁଜ କରିବା ଯୋଜନାର ବ୍ଲୁ ପ୍ରିଣ୍ଟ୍ କରିସାରିଥିଲେ। ଏଲନ ମସ୍କ ସବୁବେଳେ ମହାକାଶକୁ ନେଇ ଭବିଷ୍ୟବାଣୀ କରିଥାନ୍ତି ।