ଆଗେ ପୁଅ ନାଁରେ ଭୋଟ୍ ମାଗୁଥିଲେ, ଏବେ ବିଜେଡି ମଞ୍ଚରେ ଚଢି ପ୍ରଚାର କଲେ ସୁର

ଜଟଣୀ: ପୂର୍ବରୁ କେବଳ ପୁଅ ମନ୍ମଥଙ୍କୁ ଭୋଟ ଦେବାକୁ କହୁଥିବା ସୁର ଏବେ ସିଧା ସଳଖ ବିଜେଡି ମଞ୍ଚରେ ଚଢ଼ି ଠାକୁରଙ୍କ ବେଲପତ୍ର ଧରି କର୍ମୀଙ୍କୁ ପ୍ରତିଜ୍ଞା କରାଇଛନ୍ତି । ସମସ୍ତେ ଯୋଡ଼ି ଶଙ୍ଖରେ ଭୋଟ୍ ଦେବାକୁ ଶପଥ କରାଇଛନ୍ତି । ଆଜି ଜଟଣୀ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଥିବା ଏମିତି କିଛି ଦୃଶ୍ୟକୁ ନେଇ ଏବେ ଜୋର୍ ଧରିଛି ଚର୍ଚ୍ଚା । Also read: କୋଲାବିରା ସମାବେଶରେ ବିଧାୟିକାଙ୍କ ଦୃଢୋକ୍ତି, କହିଲେ ଏଥର ବି ବାଜିବ ଡବଲ ଶଙ୍ଖଆଉ ସମ୍ଭାଳିପାରିଲେନି ସୁର । ଶେଷରେ ସିଧା ସଳଖ ବିଜେଡି ମଞ୍ଚରେ ଚଢ଼ି ପୁଅ ପାଇଁ ଖୋଲାଖୋଲି ପ୍ରଚାର କଲେ । ଖାଲି ସେତିକି ନୁହଁ, ମଞ୍ଚରେ ଠାକୁରଙ୍କ ବେଲପତ୍ର ଧରି ନିଜ ସମର୍ଥକଙ୍କୁ ପ୍ରତିଜ୍ଞା ବି କରାଇଲେ । ସମସ୍ତେ ଯୋଡ଼ି ଶଙ୍ଖରେ ଭୋଟ୍ ଦେବାକୁ କହିଲେ । । ଆଜି ଜଟଣୀ ନିର୍ବାଚନ ମଣ୍ଡଳୀର ହରିରାଜପୁର ସୋମନାଥ ମନ୍ଦିର ନିକଟବର୍ତ୍ତୀ ବିଜେଡିର  ଏକ ସଭାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଠି ଠାକୁରଙ୍କ ବେଲପତ୍ର ଧରି ନିଜ ସମର୍ଥକଙ୍କୁ ଯୋଡ଼ି ଶଙ୍ଖରେ ଭୋଟ୍ ଦେବାକୁ ପ୍ରତିଜ୍ଞା କରାଇଥିଲେ ସୁରେଶ କୁମାର ରାଉତରାୟ । ଆଉ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଥିବା ପୁଅ ମନ୍ମଥ ରାଉତରାୟ ଏବଂ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତ ରାୟଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ ।  ଏବେ ଜଟଣୀ ନିର୍ବାଚନ ମଣ୍ଡଳୀରେ ସୁରଙ୍କ ଗୋଷ୍ଠୀ ଏବଂ ବିଜେଡିର ବ

ଆଗେ ପୁଅ ନାଁରେ ଭୋଟ୍ ମାଗୁଥିଲେ, ଏବେ ବିଜେଡି ମଞ୍ଚରେ ଚଢି ପ୍ରଚାର କଲେ ସୁର

ଜଟଣୀ: ପୂର୍ବରୁ କେବଳ ପୁଅ ମନ୍ମଥଙ୍କୁ ଭୋଟ ଦେବାକୁ କହୁଥିବା ସୁର ଏବେ ସିଧା ସଳଖ ବିଜେଡି ମଞ୍ଚରେ ଚଢ଼ି ଠାକୁରଙ୍କ ବେଲପତ୍ର ଧରି କର୍ମୀଙ୍କୁ ପ୍ରତିଜ୍ଞା କରାଇଛନ୍ତି । ସମସ୍ତେ ଯୋଡ଼ି ଶଙ୍ଖରେ ଭୋଟ୍ ଦେବାକୁ ଶପଥ କରାଇଛନ୍ତି । ଆଜି ଜଟଣୀ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଥିବା ଏମିତି କିଛି ଦୃଶ୍ୟକୁ ନେଇ ଏବେ ଜୋର୍ ଧରିଛି ଚର୍ଚ୍ଚା । 

Also read: କୋଲାବିରା ସମାବେଶରେ ବିଧାୟିକାଙ୍କ ଦୃଢୋକ୍ତି, କହିଲେ ଏଥର ବି ବାଜିବ ଡବଲ ଶଙ୍ଖ

ଆଉ ସମ୍ଭାଳିପାରିଲେନି ସୁର । ଶେଷରେ ସିଧା ସଳଖ ବିଜେଡି ମଞ୍ଚରେ ଚଢ଼ି ପୁଅ ପାଇଁ ଖୋଲାଖୋଲି ପ୍ରଚାର କଲେ । ଖାଲି ସେତିକି ନୁହଁ, ମଞ୍ଚରେ ଠାକୁରଙ୍କ ବେଲପତ୍ର ଧରି ନିଜ ସମର୍ଥକଙ୍କୁ ପ୍ରତିଜ୍ଞା ବି କରାଇଲେ । ସମସ୍ତେ ଯୋଡ଼ି ଶଙ୍ଖରେ ଭୋଟ୍ ଦେବାକୁ କହିଲେ । । ଆଜି ଜଟଣୀ ନିର୍ବାଚନ ମଣ୍ଡଳୀର ହରିରାଜପୁର ସୋମନାଥ ମନ୍ଦିର ନିକଟବର୍ତ୍ତୀ ବିଜେଡିର  ଏକ ସଭାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଠି ଠାକୁରଙ୍କ ବେଲପତ୍ର ଧରି ନିଜ ସମର୍ଥକଙ୍କୁ ଯୋଡ଼ି ଶଙ୍ଖରେ ଭୋଟ୍ ଦେବାକୁ ପ୍ରତିଜ୍ଞା କରାଇଥିଲେ ସୁରେଶ କୁମାର ରାଉତରାୟ । ଆଉ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଥିବା ପୁଅ ମନ୍ମଥ ରାଉତରାୟ ଏବଂ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତ ରାୟଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ ।  

ଏବେ ଜଟଣୀ ନିର୍ବାଚନ ମଣ୍ଡଳୀରେ ସୁରଙ୍କ ଗୋଷ୍ଠୀ ଏବଂ ବିଜେଡିର ବିଭୂତି ବଳବନ୍ତରାୟଙ୍କ ଗୋଷ୍ଠୀ ଭିତରେ ମହାମିଳନ ହୋଇଛି । ସୁରଙ୍କ ପୁଅ ମନ୍ମଥ ବିଜେଡିରୁ ସାଂସଦ ପ୍ରାର୍ଥୀ ହେବା ପରେ ଏହି ଦୁଇ ଗୋଷ୍ଠୀ ମିଶି ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବହୁ ଭୋଟ୍ ବ୍ୟବଧାନରେ ଜିତାଇବାକୁ ଅଣ୍ଟା ଭିଡ଼ିଛନ୍ତି । ଏମିତିରେ ସମସ୍ତେ ଏକ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶା ପୂରଣ ପାଇଁ କାମ କରିବା ବୋଲି କହିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ। ଏଭ୍ରି ଥିଙ୍ଗ୍ ପସିବଲ୍ ଇନ୍ ପଲିଟିକ୍ସ । ରାଜନୀତିରେ   କାଲିର  ଶତ୍ରୁ ଆଜି ମିତ୍ର ହୋଇ ଯାଇପାରେ ଆଉ ଆଜିର ମିତ୍ର କାଲି ଶତ୍ରୁ ପାଲଟିଯାଏ । ଆଜିର ଏହି ଦୃଶ୍ୟ ଏହି କଥାକୁ ପ୍ରମାଣିତ କରିଛି ।