ଆଗ୍ରାରେ ଅଭ୍ୟାସ ବେଳେ ମିଗ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ
ଆଗ୍ରା: ଆଗ୍ରା ନିକଟରେ ଭାରତୀୟ ବାୟୁ ସେନାର ମିଗ୍-୨୯ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ଏନେଇ ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବାୟୁ ସେନା ପକ୍ଷରୁ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚିତ କରାଯାଇଛି। ପ୍ରକାଶିତ ପୋଷ୍ଟ ଅନୁସାରେ, ଅଭ୍ୟାସ ନିମନ୍ତେ ପାଇଲଟ୍ ମନିଷ ମିଶ୍ର ପଞ୍ଜାବର ଆଦମପୁରରୁ ମିଗ୍ ବିମାନ ନେଇ ଆଗ୍ରାକୁ ଯାତ୍ରା ଆରମ୍ଭ କରିଥିଲେ। ଅପରାହ୍ଣ ୪ଟା ୨୦ରେ ଆଗ୍ରା ନିକଟରେ ଯୁଦ୍ଧବିମାନରେ […]

ଆଗ୍ରା: ଆଗ୍ରା ନିକଟରେ ଭାରତୀୟ ବାୟୁ ସେନାର ମିଗ୍-୨୯ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ଏନେଇ ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବାୟୁ ସେନା ପକ୍ଷରୁ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚିତ କରାଯାଇଛି। ପ୍ରକାଶିତ ପୋଷ୍ଟ ଅନୁସାରେ, ଅଭ୍ୟାସ ନିମନ୍ତେ ପାଇଲଟ୍ ମନିଷ ମିଶ୍ର ପଞ୍ଜାବର ଆଦମପୁରରୁ ମିଗ୍ ବିମାନ ନେଇ ଆଗ୍ରାକୁ ଯାତ୍ରା ଆରମ୍ଭ କରିଥିଲେ। ଅପରାହ୍ଣ ୪ଟା ୨୦ରେ ଆଗ୍ରା ନିକଟରେ ଯୁଦ୍ଧବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। କୌଣସି ଜନବସତିରେ ବିମାନଟି ଯେପରି ଧକ୍କା ନହେବ ସେଥିପ୍ରତି ଦୃଷ୍ଟି ଦେଇ ପାଇଲଟ୍ ମନିଷ ବିମାନର ଗତିପଥକୁ ବଦଳାଇଥିଲେ ଓ ବିମାନରୁ ସୁରକ୍ଷିତ ବାହାରି ଯାଇଥିଲେ। ବିମାନଟି କାଗ୍ରୁଉଲ୍ ଥାନା ଅନ୍ତର୍ଗତ ସୋନିକ ଗାଁ ନିକଟସ୍ଥ ଏକ ଧାନକ୍ଷେତରେ ପଡ଼ି ତତ୍କ୍ଷଣାତ୍ ଜଳିଯାଇଥିଲା।