ଆଜମେର ଶରିଫ ଦରଗାହ ପାଇଁ ଚାଦର ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୧।୧: ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉର୍ସ ଅବସରରେ ଆଜମେର ଶରିଫ ଦରଗାହଠାରେ ଏକ ଚାଦର ଚଢାନ୍ତି। ଚଳିତବର୍ଷ ମଧ୍ୟ ସେ ଚାଦର ପଠାଇଛନ୍ତି। ସେ ପଠାଇଥିବା ଚାଦର ଜାନୁଆରୀ ୧୩ରେ ଚଢାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆଜମେର ଶରିଫ ଦରଗାହଙ୍କୁ ଏକ ଚାଦର ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ମୁଁ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧୀଙ୍କୁ ଭେଟିଛି। ଏହି ସମୟରେ ମୁଁ ଚାଦର ଉପସ୍ଥାପନ କରିଥିଲି, ଯାହା ଖ୍ବାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ ସମୟରେ ଆଜମେର […] The post ଆଜମେର ଶରିଫ ଦରଗାହ ପାଇଁ ଚାଦର ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୧୧।୧: ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉର୍ସ ଅବସରରେ ଆଜମେର ଶରିଫ ଦରଗାହଠାରେ ଏକ ଚାଦର ଚଢାନ୍ତି। ଚଳିତବର୍ଷ ମଧ୍ୟ ସେ ଚାଦର ପଠାଇଛନ୍ତି। ସେ ପଠାଇଥିବା ଚାଦର ଜାନୁଆରୀ ୧୩ରେ ଚଢାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆଜମେର ଶରିଫ ଦରଗାହଙ୍କୁ ଏକ ଚାଦର ପଠାଇଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ମୁଁ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧୀଙ୍କୁ ଭେଟିଛି। ଏହି ସମୟରେ ମୁଁ ଚାଦର ଉପସ୍ଥାପନ କରିଥିଲି, ଯାହା ଖ୍ବାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ ସମୟରେ ଆଜମେର ଶରିଫ ଦରଗାହରେ ପ୍ରଦାନ କରାଯିବ। ଏହି ସମୟ ମଧ୍ୟରେ ଦିଲ୍ଲୀ ହଜ କମିଟିର ମୁଖ୍ୟ କୌସର ଜାହାନ ମଧ୍ୟ ଉପସ୍ଥିତ ଥିଲେ। ଚଳିତବର୍ଷ ଅଜମେର ଶରିଫ ଦରଗାହରେ ୮୧୨ ତମ ଉର୍ସ ପାଳନ କରାଯାଉଛି।
ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଆଜମେର ଶରିଫ ଦରଗାହରେ ୯ ଥର ଏକ ଚାଦର ଦେଇଛନ୍ତି। ଏହି ବର୍ଷ ଉର୍ସ ଏଠାରେ ୧୩ ରୁ ୨୧ ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜିତ ହେଉଛି।
The post ଆଜମେର ଶରିଫ ଦରଗାହ ପାଇଁ ଚାଦର ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.