ଆଜି ଆମେରିକାରେ ଆରପାର ଲଢେଇ, ରାଷ୍ଟ୍ରପତି ନିର୍ବାଚନରେ ମୁହାଁ ମୁହିଁ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପ
ଓ୍ୱାଶିଂଟନ : ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଡେମୋକ୍ରାଟ କମଳା ହାରିସ ଓ ରିପବ୍ଲିକାନ ପାର୍ଟିର ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ... The post ଆଜି ଆମେରିକାରେ ଆରପାର ଲଢେଇ, ରାଷ୍ଟ୍ରପତି ନିର୍ବାଚନରେ ମୁହାଁ ମୁହିଁ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପ appeared first on .
ଓ୍ୱାଶିଂଟନ : ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଡେମୋକ୍ରାଟ କମଳା ହାରିସ ଓ ରିପବ୍ଲିକାନ ପାର୍ଟିର ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର। ତେବେ ସୁଇଂ ରାଜ୍ୟଗୁଡ଼ିକରେ ଟ୍ରମ୍ପଙ୍କ ପଲ୍ଲା ଭାରି ଥିବା ଜଣାପଡ଼ିଛି। ପେନସିଲଭାନିଆ, ମିଚିଗାନ, ଫ୍ଲୋରିଡ଼ା ପରି ରାଜ୍ୟରେ ଟ୍ରମ୍ପଙ୍କ ପ୍ରତି ଅଧିକ ଜନସମର୍ଥନ ଥିବା ଜଣାପଡ଼ିଛି। ଭୋଟ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ କୋଟି ଭୋଟର୍ ନିଜର ମତଦାନ ସାବ୍ୟସ୍ତ କଲେଣି। ଇଲେକ୍ଟୋରାଲ କଲେଜ ସଂଖ୍ୟା ୫୩୮ ହୋଇଥିବାବେଳେ ମ୍ୟାଜିକ ନମ୍ଵର ହେଉଛି ୨୭୦। ଆମେରିକାର ନିର୍ବାଚନ ଉପରେ ରହିଛି ସାରା ବିଶ୍ଵର ନଜର । କାରଣ ଯିଏ ଜିତିବ, ସେହି ଅନୁସାରେ ଆମେରିକାର ଶାସନ ଓ ନୀତି ପ୍ରସ୍ତୁତ ହେବ। ଏବଂ ତାର ପ୍ରଭାବ ସାରା ବିଶ୍ଵରେ ପଡ଼ିବ। ତେଣୁ ସମସ୍ତେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଉତ୍କଣ୍ଠାର ସହିତ ଅନେଇ ରହିଛନ୍ତି।
The post ଆଜି ଆମେରିକାରେ ଆରପାର ଲଢେଇ, ରାଷ୍ଟ୍ରପତି ନିର୍ବାଚନରେ ମୁହାଁ ମୁହିଁ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପ appeared first on .