ଆଜି ‘ଇଦ୍’ ପାଳନ କରୁଛନ୍ତି ମୁସଲିମ୍ ସମ୍ପ୍ରଦାୟ

ନୂଆଦିଲ୍ଲୀ: ଭାରତରେ ଇଦ୍ ଉଲ୍ ଫିତର ପର୍ବ ମହା ଆଡମ୍ବରରେ ପାଳନ କରାଯାଏ। ଏହି ପର୍ବ ରମଜାନ ମାସ ଶେଷ ହେବା ପରେ ଅର୍ଥାତ୍ ଶାୱଲ ମାସର ପ୍ରଥମ ତାରିଖରେ ପଡ଼ିଥାଏ। କୁହାଯାଏ ଯେ ଏହି ପର୍ବ ପେଙ୍ଗେମ୍ବର ମହମ୍ମଦଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ପର୍ବକୁ ଇସଲାମ ଲୋକମାନଙ୍କର ଏକତା ଏବଂ ଆଧ୍ୟାତ୍ମିକ ଶୁଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ମୁସଲମାନ ମାନଙ୍କ ପାଇଁ ଇଦ ଏକ ବଡ଼ ପର୍ବ। ଇଦ୍ ସହ ଶେଷ ହୁଏ […] The post ଆଜି ‘ଇଦ୍’ ପାଳନ କରୁଛନ୍ତି ମୁସଲିମ୍ ସମ୍ପ୍ରଦାୟ appeared first on Odisha.News.

ଆଜି ‘ଇଦ୍’ ପାଳନ କରୁଛନ୍ତି ମୁସଲିମ୍ ସମ୍ପ୍ରଦାୟ

ନୂଆଦିଲ୍ଲୀ: ଭାରତରେ ଇଦ୍ ଉଲ୍ ଫିତର ପର୍ବ ମହା ଆଡମ୍ବରରେ ପାଳନ କରାଯାଏ। ଏହି ପର୍ବ ରମଜାନ ମାସ ଶେଷ ହେବା ପରେ ଅର୍ଥାତ୍ ଶାୱଲ ମାସର ପ୍ରଥମ ତାରିଖରେ ପଡ଼ିଥାଏ। କୁହାଯାଏ ଯେ ଏହି ପର୍ବ ପେଙ୍ଗେମ୍ବର ମହମ୍ମଦଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ପର୍ବକୁ ଇସଲାମ ଲୋକମାନଙ୍କର ଏକତା ଏବଂ ଆଧ୍ୟାତ୍ମିକ ଶୁଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ।

ମୁସଲମାନ ମାନଙ୍କ ପାଇଁ ଇଦ ଏକ ବଡ଼ ପର୍ବ। ଇଦ୍ ସହ ଶେଷ ହୁଏ ଦୀର୍ଘ ଏକ ମାସ ଧରି ଚାଲିଥିବା ଉପବାସ । ଇଦ୍ ଦିନ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଏ। ଏହି ଦିନରେ ମୁସଲମାନମାନେ ଆଲ୍ଲାଙ୍କୁ ଧନ୍ୟବାଦ ଦିଅନ୍ତି ଏବଂ ଜୀବନରେ କରିଥିବା ଭୁଲ ପାଇଁ କ୍ଷମା ମାଗନ୍ତି। ଏହା ମଧ୍ୟ ବିଶ୍ଵାସ ରହିଛି ରୋଜା ରଖି ନମାଜ ପଢ଼ିଲେ ଈଶ୍ବର ସାରାବର୍ଷର ପାପ କ୍ଷମା କରନ୍ତି ଏବଂ ପୁଣ୍ୟ ମିଳିଥାଏ। 

ସାଉଦି ଆରବ, କତାର, ୟୁଏଇ, ତୁର୍କୀ ଏବଂ ଅନ୍ୟାନ୍ୟ ଉପସାଗରୀୟ ଦେଶରେ ୨୯ ମାର୍ଚ୍ଚରେ ଚାନ୍ଦ ଦେଖାଯାଇଥିଲା, ଯାହା ପରେ ୩୦ ମାର୍ଚ୍ଚରେ ଈଦ୍ ନମାଜ ପାଠ କରାଯାଇଥିଲା। ଏହି ଦେଶଗୁଡ଼ିକରେ ଈଦ୍ ଛୁଟି ପୂର୍ବରୁ ସ୍ଥିର କରାଯାଇଥିଲା ଏବଂ ଲୋକମାନେ ପରିବାର ଏବଂ ବନ୍ଧୁମାନଙ୍କ ସହିତ ଈଦ୍ ପାଳନ କରିଥିଲେ। ସେହିପରି ଲକ୍ଷ୍ନୌ ଏବଂ ଆସାମ ସମେତ ଅନେକ ସହରରେ ଇଦ୍ ଚାନ୍ଦ ଦେଖାଯାଇଥିଲା। ଚାନ୍ଦ ଦେଖିବା ପରେ ସିଆ ସମ୍ପ୍ରଦାୟର ଲୋକମାନେ ୩୧ ମାର୍ଚ୍ଚରେ ଈଦ୍ ପାଳନ କରାଯିବ ବୋଲି ଘୋଷଣା କରିଥିଲେ। ଆହୁରି ମଧ୍ଯ ବିହାରର ଇମରତ-ଏ-ଶରିଆ ମଧ୍ୟ ଚାନ୍ଦ ଦେଖିବା ନେଇ ଘୋଷଣା କରିଥିଲେ।

The post ଆଜି ‘ଇଦ୍’ ପାଳନ କରୁଛନ୍ତି ମୁସଲିମ୍ ସମ୍ପ୍ରଦାୟ appeared first on Odisha.News.