ଆଜି ଓଡିଶା ଆସୁଛନ୍ତି ମୋଦି: ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ, କଣ ରହିବ ଏଜେଣ୍ଡା ତା ଉପରେ ନଜର

ଭୁବନେଶ୍ୱର : ଆଜି ଓଡିଶା ଆସୁଛନ୍ତି ମୋଦି । ତିନିଦିନିଆ ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ଣ ୪ଟା ୨୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସାଢେ ୪ଟାରେ ବିମାନବନ୍ଦର ପାଖରେ ଏକ ସଭାରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ସେଠାରୁ ସିଧାସଳଖ ରାଜଭବନ ଯିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶରେ ଜନତା ଉପସ୍ଥିତ ରହିବେ। ସଂଧ୍ୟା ୬ଟା୩୦ରେ […] The post ଆଜି ଓଡିଶା ଆସୁଛନ୍ତି ମୋଦି: ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ, କଣ ରହିବ ଏଜେଣ୍ଡା ତା ଉପରେ ନଜର appeared first on KNews Odisha.

ଆଜି ଓଡିଶା ଆସୁଛନ୍ତି ମୋଦି: ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ, କଣ ରହିବ ଏଜେଣ୍ଡା ତା ଉପରେ ନଜର
modi

ଭୁବନେଶ୍ୱର : ଆଜି ଓଡିଶା ଆସୁଛନ୍ତି ମୋଦି । ତିନିଦିନିଆ ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ଣ ୪ଟା ୨୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସାଢେ ୪ଟାରେ ବିମାନବନ୍ଦର ପାଖରେ ଏକ ସଭାରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ସେଠାରୁ ସିଧାସଳଖ ରାଜଭବନ ଯିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶରେ ଜନତା ଉପସ୍ଥିତ ରହିବେ। ସଂଧ୍ୟା ୬ଟା୩୦ରେ ରାଜଭବନରୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ। ଦଳୀୟ କାର୍ଯ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ।

ବୈଠକର କଣ ରହିବ ଏଜେଣ୍ଡା ତାକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ। ଗୁରୁମନ୍ତ୍ର ଦେବେ କି ମୋଦି? କଣ ଦେବେ ଦଳୀୟ ନେତାଙ୍କୁ ଟିପ୍ସ ତାକୁ ନେଇ ସମସ୍ତଙ୍କ ନଜର। ମୋଦିଙ୍କ ଗସ୍ତ ପାଇଁ ବିଜେପି କାର୍ଯ୍ୟାଳୟରେ ବ୍ୟାପକ ପ୍ରସ୍ତୁତି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ସଜେଇ ହେଇଛି ବିଜେପ ପାର୍ଟି ଅଫିସ। ଭୁବନେଶ୍ବର ବିଜେପି ପାର୍ଟି ଅଫିସରେ ୨ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂଧ୍ଯା ସାଢେ ୬ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ରହିବେ। ଦଳୀୟ କାର୍ଯ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ। ପରେ ପାର୍ଟି ଅଫିସରେ ଡିନର କରିବେ ମୋଦି। ରାତ୍ର ଭୋଜନରେ ପାରମ୍ପରିକ ଓଡ଼ିଆ ନିରାମିଷ ଖାଦ୍ୟ ପରସାଯିବ। ସାଢେ ୮ଟାରେ ରାଜଭବନ ଫେରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଛି ବ୍ୟାପକ ପ୍ରସ୍ତୁତି।

 

The post ଆଜି ଓଡିଶା ଆସୁଛନ୍ତି ମୋଦି: ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ, କଣ ରହିବ ଏଜେଣ୍ଡା ତା ଉପରେ ନଜର appeared first on KNews Odisha.