ଆଜି କ୍ବାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସ-ସନରାଇଜର୍ସ ହାଇଦ୍ରାବାଦ ମୁକାବିଲା
ଅହମଦାବାଦ: ରାଜସ୍ଥାନ ରୟାଲ୍ସ ୪ ୱିକେଟ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)କୁ ହରାଇ କ୍ବାଲିଫାୟର-୨ରେ ପହଞ୍ଚିଛି। ଫଳରେ ଆର୍ସିବି ଓ ବିରାଟ କୋହଲିଙ୍କ ଆଇପିଏଲ୍ ଟ୍ରଫି ଜିତିବା ସ୍ବପ୍ନ ପୁଣି ଥରେ ଅଧୁରା ରହିଯାଇଛି। ଶୁକ୍ରବାର ଚେନ୍ନାଇରେ ହେବାକୁ ଥିବା ଦ୍ବିତୀୟ କ୍ବାଲିଫାୟର୍ରେ ରାଜସ୍ଥାନର ମୁକାବିଲା ସନ୍ରାଇଜର୍ସ ହାଇଦ୍ରାବାଦ ସହିତ ହେବ। ଆର୍ସିବି ପକ୍ଷରୁ ଦିଆଯାଇଥିବା ୧୭୩ ରନ୍ର ଲକ୍ଷ୍ୟକୁ ରାଜସ୍ଥାନ ଗୋଟିଏ ଓଭର ପୂର୍ବରୁ ହାସଲ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଯଶସ୍ବୀ […]

ଅହମଦାବାଦ: ରାଜସ୍ଥାନ ରୟାଲ୍ସ ୪ ୱିକେଟ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)କୁ ହରାଇ କ୍ବାଲିଫାୟର-୨ରେ ପହଞ୍ଚିଛି। ଫଳରେ ଆର୍ସିବି ଓ ବିରାଟ କୋହଲିଙ୍କ ଆଇପିଏଲ୍ ଟ୍ରଫି ଜିତିବା ସ୍ବପ୍ନ ପୁଣି ଥରେ ଅଧୁରା ରହିଯାଇଛି। ଶୁକ୍ରବାର ଚେନ୍ନାଇରେ ହେବାକୁ ଥିବା ଦ୍ବିତୀୟ କ୍ବାଲିଫାୟର୍ରେ ରାଜସ୍ଥାନର ମୁକାବିଲା ସନ୍ରାଇଜର୍ସ ହାଇଦ୍ରାବାଦ ସହିତ ହେବ। ଆର୍ସିବି ପକ୍ଷରୁ ଦିଆଯାଇଥିବା ୧୭୩ ରନ୍ର ଲକ୍ଷ୍ୟକୁ ରାଜସ୍ଥାନ ଗୋଟିଏ ଓଭର ପୂର୍ବରୁ ହାସଲ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଯଶସ୍ବୀ ଜୟସ୍ବାଲ୍ (୪୫) ଦୃଢ଼ ମୂଳଦୁଆ ପକାଇଥିଲେ ଏବଂ ମଧ୍ୟକ୍ରମରେ ରିୟାନ ପରାଗ (୩୬) ଓ ସିମ୍ରନ ହେଟମାୟର (୨୬) ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଶେଷ ଦୁଇ ଓଭରରେ ୧୩ ରନ୍ ଆବଶ୍ୟକ ହେଉଥିଲା ବେଳେ ରୋଭମାନ୍ ପାୱେଲ୍ (୧୬*)୧୯ତମ ଓଭରରୁ ୧୪ରନ୍ ସଂଗ୍ରହ କରି ଦଳକୁ ଜିତାଇଥିଲେ। ପୂର୍ବରୁ ସଂଜୁ ସାମସନ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫାଫ୍ ଡୁପ୍ଲେସିସ୍ (୧୭), ବିରାଟ କୋହଲି (୩୩), କାମେରନ୍ ଗ୍ରିନ୍ (୨୭) ଓ ଗ୍ଲେନ୍ ମ୍ୟାକ୍ସୱେଲ୍ (୦) ଶୀଘ୍ର ଆଉଟ୍ ହୋଇଯିବାରୁ ୯୭ରନ୍ରେ ୪ ୱିକେଟ୍ ହରାଇଥିଲା ଦଳ। କିନ୍ତୁ ମହିପାଲ୍ ଲୋମରର୍ (୩୨) ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ।