ଆଜି ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ: ଦୁଇ ମହାନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ

ଆଜିର ଦିନକୁ ସ୍ୱଚ୍ଛ ଭାରତର ସଫଳତା ଦିବସ ଭାବେ ବି ପାଳନ କରାଯାଉଛି।

ଆଜି ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ: ଦୁଇ ମହାନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ

ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ। ମୋହନ ଦାସ କରମ ଚାନ୍ଦ ଗାନ୍ଧି- ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଜି ୧୫୫ତମ ଜନ୍ମ ଦିବସ। ବାପୁଙ୍କୁ ମନେ ପକାଇ ଆଜି ସାରା ଦେଶରେ
ଆୟୋଜନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ଦିଲ୍ଲୀ ରାଜଘାଟ ସ୍ଥିତ ବାପୁ ସ୍ମୃତି ପୀଠରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ।

ଆଜିର ଦିନକୁ ସ୍ୱଚ୍ଛ ଭାରତର ସଫଳତା ଦିବସ ଭାବେ ବି ପାଳନ କରାଯାଉଛି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ଜନ୍ମ ଦିବସ। ୧୯୦୪ ମସିହାରେ
ଉତ୍ତରପ୍ରଦେଶ ମୋଗଲ ସରାଇରେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶାସ୍ତ୍ରୀ। ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ।

ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ ଶାସ୍ତ୍ରୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କ ସ୍ଲୋଗାନ ‘ଜୟ ଯବାନ ଏବଂ ଜୟ କିଶାନ’ ଆଜି ଦେଶ ପାଇଁ ଅମର ହୋଇ ରହିଛି ।ଆଜି ତାଙ୍କ ଜନ୍ମ ଦିବସରେ ସାରା ଦେଶ ତାଙ୍କୁ ମନେ ପକାଉଛି।