ଆଜି ଛଟ୍ ପୂଜାର ଶେଷ ଦିନ ; ନଦୀରେ ବୁଡ ପକାଇ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସୂର୍ଯ୍ୟଦେବଙ୍କୁ ପୂଜା କଲେ ବ୍ରତଧାରୀ
କନକ ବ୍ୟୁରୋ: ଆଜି ଛଟ୍ ପୂଜାର ଶେଷ ଦିନ, ବ୍ରତଧାରୀ ମାନେ ନଦୀରେ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଛନ୍ତି । ବିଶେଷ କରି ବିହାରୀ ସମ୍ପ୍ରଦାୟର ଲୋକେ ଏହି ପୂଜାକୁ ଧୁମଧାମରେ ପାଳନ କରୁଛନ୍ତି । ଆସ୍ଥା ଓ ବିଶ୍ୱାସର ପର୍ବ ଛଟ୍ ଏବର୍ଷ ଚାରି ଦିନ ପାଳନ ହେଉଥିବା ବେଳେ ଆଜି ଏହାର ଶେଷ ଦିନ । ଓଡ଼ିଶାରେ ମଧ୍ୟ ଅନେକ ବିହାରୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ବେଳେ ଛଟ୍ ପୂଜାକୁ ଧୁମଧାମରେ ପାଳନ କରୁଥିବା ଦେଖିବାକୁ ମିଳିଛି । କୁଆଖାଇ ଓ ମହାନଦୀ ପଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସକାଳୁ ସକାଳୁ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଥିବା ଦେଖିବାକୁ ମିଳିଛି ।