ଆଜି ଜାତୀୟ ଯୁବ ଦିବସ,ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମ ଜୟନ୍ତୀ
ଆଜି ହେଉଛି ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମ ଜୟନ୍ତୀ I ୧୨ ଜାନୁଆରୀ ୧୮୬୩ ମକରସଂକ୍ରାନ୍ତି ଦିନ ସ୍ୱାମୀଜୀ କୋଲକତାରେ ଜନ୍ମ ଗ୍ରହଣ କରିଥିଲେ I ସ୍ୱାମିଜୀଙ୍କର ପିଲାଦିନର ନାମ ଥିଲା ନରେନ୍ଦ୍ରନାଥ ଦତ୍ତ। ତାଙ୍କ ପିତାଙ୍କ ନାଁ ଥିଲା ବିଶ୍ୱନାଥ ଦତ୍ତ ଏବଂ ମା’ଙ୍କ ନାଁ ଥିଲା ଭୁବନେଶ୍ୱରୀ ଦେବୀ I ନରେନ୍ଦ୍ରନାଥ ଖୁବ୍ କମ୍ ବୟସରେ ଆଧ୍ୟାତ୍ମିକତାର ମାର୍ଗ ଗ୍ରହଣ କରିଥିଲେ I ମାତ୍ର ୨୫ ବର୍ଷରେ ସେ ସନ୍ୟାସୀ ହୋଇଥିଲେ I ଆଧ୍ୟାତ୍ମିକ ମାର୍ଗ […]

ଆଜି ହେଉଛି ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମ ଜୟନ୍ତୀ I ୧୨ ଜାନୁଆରୀ ୧୮୬୩ ମକରସଂକ୍ରାନ୍ତି ଦିନ ସ୍ୱାମୀଜୀ କୋଲକତାରେ ଜନ୍ମ ଗ୍ରହଣ କରିଥିଲେ I ସ୍ୱାମିଜୀଙ୍କର ପିଲାଦିନର ନାମ ଥିଲା ନରେନ୍ଦ୍ରନାଥ ଦତ୍ତ। ତାଙ୍କ ପିତାଙ୍କ ନାଁ ଥିଲା ବିଶ୍ୱନାଥ ଦତ୍ତ ଏବଂ ମା’ଙ୍କ ନାଁ ଥିଲା ଭୁବନେଶ୍ୱରୀ ଦେବୀ I
ନରେନ୍ଦ୍ରନାଥ ଖୁବ୍ କମ୍ ବୟସରେ ଆଧ୍ୟାତ୍ମିକତାର ମାର୍ଗ ଗ୍ରହଣ କରିଥିଲେ I ମାତ୍ର ୨୫ ବର୍ଷରେ ସେ ସନ୍ୟାସୀ ହୋଇଥିଲେ I ଆଧ୍ୟାତ୍ମିକ ମାର୍ଗ ଗ୍ରହଣ କରିବା ପରେ ସେ ନରେନ୍ଦ୍ରନାଥରୁ ସ୍ୱାମୀ ବିବେକାନନ୍ଦ ନାମରେ ପରିଚିତ ହେଲେ | ଯୁବକମାନଙ୍କୁ ସଠିକ୍ ମାର୍ଗଦର୍ଶନ କରିବା ପାଇଁ ସ୍ୱାମୀ ବିବେକାନନ୍ଦ ଅନେକ ସଫଳତାର ମନ୍ତ୍ର ଦେଇଥିଲେ, ଯାହା ଆଜି ବି ଲୋକମାନେ ନିଜ ଜୀବନରେ ଗ୍ରହଣ କରି ସଫଳତା ଆଡକୁ ଯାଇପାରିବେ I ସ୍ୱାମୀଜୀ ପ୍ରଖର ବୁଦ୍ଧିମାନ ଥିଲେ। ଯେତେବେଳେ ସେ ରାମକୃଷ୍ଣ ପରମହଂସଙ୍କ ପ୍ରଶଂସା ଶୁଣିଲେ, ତାଙ୍କ ସହ ଯୁକ୍ତି କରିବା ଉଦ୍ଦେଶ୍ୟରେ ସେ ତାଙ୍କ ନିକଟକୁ ଯାଇଥିଲେ, କିନ୍ତୁ ରାମକୃଷ୍ଣ ଜାଣିଥିଲେ ଯେ ଏ ହେଉଛନ୍ତି ସେହି ଶିଷ୍ୟ ଯାହାଙ୍କ ପାଇଁ ସେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ପରେ, ରାମକୃଷ୍ଣ ବିବେକାନନ୍ଦଙ୍କ ଗୁରୁ ହୋଇଥିଲେ। ଏହା ପରେ ସେ ପାଦରେ ଭାରତ ଭ୍ରମଣ କରିଥିଲେ ସ୍ୱାମୀଜୀ । ସେ ଭାରତ ତଥା ବିଦେଶରେ ରାମକୃଷ୍ଣ ମିଶନର ଅନେକ ଶାଖା ପ୍ରତିଷ୍ଠା କରିଥିଲେ। ୧୯୦୨ ମସିହା ଜୁଲାଇ ୪ ତାରିଖରେ ମାତ୍ର ୩୯ ବର୍ଷ ବୟସରେ ସ୍ୱାମୀଜୀ ଇହଲୀଳା ସମ୍ବରଣ କରିଥିଲେ I