ଆଜି ତିହାର ଜେଲକୁ ଫେରିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଆଦେଶକୁ ଶନିବାର ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ଏହାସହ କେଜ୍‌ରିଓ୍ବାଲ ରବିବାର ତିହାର ଜେଲକୁ ପ୍ରତ୍ୟାବର୍ତ୍ତନ କରିବା ସ୍ପଷ୍ଟ ହୋଇଛି। ଶୁଣାଣି ସମୟରେ କୋର୍ଟଙ୍କ ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ କେଜ୍‌ରିଓ୍ବାଲଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଛି। ଯଦି ଜେଲରେ କେଜ୍‌ରିଓ୍ବାଲଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତେବେ ତାଙ୍କୁ ଏମ୍‌ସ କିମ୍ବା ଅନ୍ୟ ହସ୍ପିଟାଲକୁ ସ୍ବାସ୍ଥ୍ୟ […] The post ଆଜି ତିହାର ଜେଲକୁ ଫେରିବେ କେଜ୍‌ରିଓ୍ବାଲ appeared first on Dharitri Odia News.

ଆଜି ତିହାର ଜେଲକୁ ଫେରିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଆଦେଶକୁ ଶନିବାର ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ଏହାସହ କେଜ୍‌ରିଓ୍ବାଲ ରବିବାର ତିହାର ଜେଲକୁ ପ୍ରତ୍ୟାବର୍ତ୍ତନ କରିବା ସ୍ପଷ୍ଟ ହୋଇଛି। ଶୁଣାଣି ସମୟରେ କୋର୍ଟଙ୍କ ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ କେଜ୍‌ରିଓ୍ବାଲଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଛି। ଯଦି ଜେଲରେ କେଜ୍‌ରିଓ୍ବାଲଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତେବେ ତାଙ୍କୁ ଏମ୍‌ସ କିମ୍ବା ଅନ୍ୟ ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି।

The post ଆଜି ତିହାର ଜେଲକୁ ଫେରିବେ କେଜ୍‌ରିଓ୍ବାଲ appeared first on Dharitri Odia News.