ଆଜି ଦିଗପହଣ୍ଡିରେ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ

ଦିଗପହଣ୍ଡି,୧ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀଛକରେ ପ୍ରତିବର୍ଷ ଭଳି ଚଳିତବର୍ଷ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ ପାଇଁ ପ୍ରସ୍ତୁତି ସରିଛି। ଶନିବାର ଏନ୍‌ଏସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତିକମିଟି ପକ୍ଷରୁ ଆଲୋଚନା ସଭା ହୋଇଛି। ଆଇନଜୀବୀ ଅଶେଷ ନାଥ ମିଶ୍ର ସଂଯୋଜନା କରିଥିଲେ। ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତର କବିସୂର୍ଯ୍ୟଙ୍କ ଜନ୍ମପୀଠ ବିଜୟନଗରଗଡ଼ ଗ୍ରାମରୁ କବିସୂର୍ଯ୍ୟଙ୍କ ଜ୍ୟୋତି ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପରିକ୍ରମା କରିବାପରେ ମହୋତ୍ସବ ସ୍ଥଳକୁ ନିଆଯିବାକୁ ବୈଠକରେ ନିଷ୍ପତ୍ତି […] The post ଆଜି ଦିଗପହଣ୍ଡିରେ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ appeared first on Dharitri Odia News.

ଆଜି ଦିଗପହଣ୍ଡିରେ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ

ଦିଗପହଣ୍ଡି,୧ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀଛକରେ ପ୍ରତିବର୍ଷ ଭଳି ଚଳିତବର୍ଷ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ ପାଇଁ ପ୍ରସ୍ତୁତି ସରିଛି। ଶନିବାର ଏନ୍‌ଏସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତିକମିଟି ପକ୍ଷରୁ ଆଲୋଚନା ସଭା ହୋଇଛି। ଆଇନଜୀବୀ ଅଶେଷ ନାଥ ମିଶ୍ର ସଂଯୋଜନା କରିଥିଲେ। ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତର କବିସୂର୍ଯ୍ୟଙ୍କ ଜନ୍ମପୀଠ ବିଜୟନଗରଗଡ଼ ଗ୍ରାମରୁ କବିସୂର୍ଯ୍ୟଙ୍କ ଜ୍ୟୋତି ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପରିକ୍ରମା କରିବାପରେ ମହୋତ୍ସବ ସ୍ଥଳକୁ ନିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସନ୍ଧ୍ୟାରେ ସଭା ପରେ ବିଶିଷ୍ଟ କଳାକାର ଏବଂ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ, ଆଇନଜୀବୀ ମନୋରଞ୍ଜନ ପଣ୍ଡା, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼, କାଉନ୍‌ସିଲର ସୁଶାନ୍ତ ପାତ୍ର, ପୂର୍ବତନ କାଉନ୍‌ସିଲର ନିରୁପମା ପଟ୍ଟନାୟକ, ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ଶିକ୍ଷକ କାଳୁଚରଣ ପାଣିଗ୍ରାହୀଙ୍କ ସହ ଅନ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 

The post ଆଜି ଦିଗପହଣ୍ଡିରେ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ appeared first on Dharitri Odia News.