ଆଜି ନାମାଙ୍କନ ଭରିବେ ସିଦ୍ଧାର୍ଥ ରାଉତରାୟ: ଦେଲେ ପରିବେଶ ସୁରକ୍ଷା ବର୍ତ୍ତା
ଭୁବନେଶ୍ୱର,୧୦।୫: ନିମାପଡ଼ା କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଶୁକ୍ରବାର ନାମାଙ୍କପତ୍ର ଦାଖଲ କରିବେ। ଏନେଇ ସିଦ୍ଧାର୍ଥ ନିଜ ସମର୍ଥକଙ୍କ ସହ ଏକ ବ୍ୟାଟେରୀ ଚାଳିତ ସାଇକେଲରେ ହରିପୁରରୁ ପୁରୀ ଅଭିମୁଖେ ଯାଉଛନ୍ତି। ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଅନ୍ୟପକ୍ଷେ ବିଭିନ୍ନ ନେତା ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ବଡବଡ ଗାଡି, ଯାନ ବାହାନ ନେଉଛନ୍ତି। ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଏକ […] The post ଆଜି ନାମାଙ୍କନ ଭରିବେ ସିଦ୍ଧାର୍ଥ ରାଉତରାୟ: ଦେଲେ ପରିବେଶ ସୁରକ୍ଷା ବର୍ତ୍ତା appeared first on Dharitri Odia News.
ଭୁବନେଶ୍ୱର,୧୦।୫: ନିମାପଡ଼ା କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଶୁକ୍ରବାର ନାମାଙ୍କପତ୍ର ଦାଖଲ କରିବେ। ଏନେଇ ସିଦ୍ଧାର୍ଥ ନିଜ ସମର୍ଥକଙ୍କ ସହ ଏକ ବ୍ୟାଟେରୀ ଚାଳିତ ସାଇକେଲରେ ହରିପୁରରୁ ପୁରୀ ଅଭିମୁଖେ ଯାଉଛନ୍ତି।
ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଅନ୍ୟପକ୍ଷେ ବିଭିନ୍ନ ନେତା ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ବଡବଡ ଗାଡି, ଯାନ ବାହାନ ନେଉଛନ୍ତି। ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଏକ ବ୍ୟାଟେରୀ ଚାଳିତ ସାଇକେଲରେ ହରିପୁରରୁ ପୁରୀ ଅଭିମୁଖେ ବାହାରିଛନ୍ତି। ଏପରିକି ତାଙ୍କ ପଛେପଛେ ସମର୍ଥକ ମଧ୍ୟ ଯାଉଛନ୍ତି। ସିଦ୍ଧାର୍ଥ ହେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବଡ ପୁଅ। ତାଙ୍କ ସାନ ପୁଅ ମନ୍ମଥ ଭୁବନେଶ୍ୱର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାକୁ ଓହ୍ଲାଇଛନ୍ତି।
The post ଆଜି ନାମାଙ୍କନ ଭରିବେ ସିଦ୍ଧାର୍ଥ ରାଉତରାୟ: ଦେଲେ ପରିବେଶ ସୁରକ୍ଷା ବର୍ତ୍ତା appeared first on Dharitri Odia News.