ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ
ଓଡିଶା ଭାସ୍କର: ଆଜି ଭାରତମାତାର ଦୁଇ ଦୁଇ ଜଣ ବୀର ସୁପୁତ୍ରଙ୍କର ଜନ୍ମତିଥି। ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଉ ଜଣେ ବୀର ସୁରେନ୍ଦ୍ର ସାଏ। ସ୍ଵାଧିନତା ସଂଗ୍ରାମରେ ଉଭୟଙ୍କର ଅବଦାନ ଅତୁଳନୀୟ। ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଏହି ଦୁଇ ମହାପୁରୁଷ। କଟକ ସହରରେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ନେତାଜୀ ଜନ୍ମ ଗ୍ରହଣ କରିଥିଲାବେଳେ ୧୮୦୯ ଜାନୁଆରୀ ୨୩ରେ ସମ୍ବଲପୁରରେ ଜନ୍ମ ଗ୍ରହଣ […]

ଓଡିଶା ଭାସ୍କର: ଆଜି ଭାରତମାତାର ଦୁଇ ଦୁଇ ଜଣ ବୀର ସୁପୁତ୍ରଙ୍କର ଜନ୍ମତିଥି। ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଉ ଜଣେ ବୀର ସୁରେନ୍ଦ୍ର ସାଏ। ସ୍ଵାଧିନତା ସଂଗ୍ରାମରେ ଉଭୟଙ୍କର ଅବଦାନ ଅତୁଳନୀୟ। ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଏହି ଦୁଇ ମହାପୁରୁଷ। କଟକ ସହରରେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ନେତାଜୀ ଜନ୍ମ ଗ୍ରହଣ କରିଥିଲାବେଳେ ୧୮୦୯ ଜାନୁଆରୀ ୨୩ରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥଲେ ସୁରେନ୍ଦ୍ର ସାଏ। ଏହି ଦୁଇ ମହାପୁରୁଷ ଆଜିବି ପ୍ରତିଟି ଭାରତୀୟଙ୍କ ପ୍ରାଣରେ ଜୀବୀତ ରହିଛନ୍ତି।
‘ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ ଏଭଳି ଡାକରା ଦେଇ ଭାରତୀୟ ଯୁବକଙ୍କୁ ଇଂରେଜଙ୍କ ବିରୋଧରେ ଲଢିବାକୁ ଆହ୍ୱାନ କରିଥିଲେ ବୀର ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ନେତାଜୀଙ୍କ ତ୍ୟାଗ ଓ ବଳିଦାନ ହିଁ ଦେଶକୁ ସ୍ୱାଧୀନତା ଆଣି ଦେଇଛି । ଯାହା ପ୍ରତି ଓଡ଼ିଆଙ୍କ ପାଇଁ ଏକ ଗର୍ବର କଥା । ସେହିପରି ବୀର ସୁରେନ୍ଦ୍ର ସାଏ ମଧ୍ୟ ନିଜର ସାହାସ ଓ ଅତୁଳନୀୟ ଧୈର୍ଯ୍ୟକୁ ପୁଞ୍ଜିକରି ଶକ୍ତିଶାଳୀ ଇଂରେଜ ସରକାରଙ୍କୁ ଯୁଦ୍ଧର ଆହ୍ୱାନ ଦେଇଥିଲେ। ଦେଶର ସ୍ୱାଧୀନତା ପାଇଁ ଉଭୟଙ୍କ ଅବଦାନ ଚିର ଅତୁଳନୀୟ ହୋଇ ରହିବ। ଏହି ବୀର ଓଡ଼ିଆ ପୁଅଙ୍କ ଜନ୍ମତିଥୀରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂରା ଦେଶ ତାଙ୍କୁ ମନେପକାଇଛନ୍ତି।