ଆଜି ପତରପେଣ୍ଡି

ଉଭୟ ପକ୍ଷ ବିବାହ ପାଇଁ ସହମତ ହେବା ପରେ ସର୍ଗି ପତ୍ର ବିଡ଼ା ଦେଇ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ କରିବେ।

ଆଜି ପତରପେଣ୍ଡି

ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଆଜି ଅନୁଷ୍ଠିତ ହେବ ଦେବ ନିର୍ବନ୍ଧ କାର୍ଯ୍ୟ ‘ପତରପେଣ୍ଡି’। ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ନିର୍ବନ୍ଧ ସମ୍ପନ୍ନ ହେବ।

ପରମ୍ପରା ଅନୁସାରେ ଆଜି ରାତିରେ ସମ୍ବଲପୁର ସହରର ନନ୍ଦପଡ଼ାର ବାଲୁଙ୍କେଶ୍ଵର ବାବାଙ୍କ ମନ୍ଦିରରୁ କନ୍ୟା ଅନ୍ୱେଷଣରେ ଶୋଭାଯାତ୍ରା ବାହାରିବ। ବିରାଟ ରୋଷଣୀରେ ବାଜା, ବାଣ ଓ ଲୋକ ନୃତ୍ୟ ସହ ସପ୍ତ ରୁଷି ପଣ୍ଡିତ ମଣ୍ଡଳୀଙ୍କ ସହ ବର ପିତା କନ୍ୟା ଅନ୍ୱେଷଣରେ ବାହାରିବେ।

ବର ପିତା ଦେବୀ ପାର୍ବତୀଙ୍କ ପିତାଙ୍କ ଘରେ ପହଞ୍ଚିବେ। ବିଧି ଅନୁସାରେ ସେଠାରେ ପହଞ୍ଚି ବରପକ୍ଷ ଦେବୀ ପାର୍ବତୀଙ୍କ ସମ୍ପର୍କରେ ଜିଜ୍ଞାସା କରିବା ସହ ମହାଦେବଙ୍କ ଗୁଣ କୀର୍ତ୍ତନ ପୂର୍ବକ ଦେବୀ ପାର୍ବତୀଙ୍କ ସହ ତାଙ୍କର ବିବାହ ପାଇଁ ପ୍ରସ୍ତାବ ଦେବେ। ଶେଷରେ ଉଭୟ ପକ୍ଷ ବିବାହ ପାଇଁ ସହମତ ହେବା ପରେ ସର୍ଗି ପତ୍ର ବିଡ଼ା ଦେଇ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ କରିବେ।