ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର: ଏହିସବୁ ହେବିଓ୍ବେଟ୍ଙ୍କ ହେବ ଭାଗ୍ୟ ପରୀକ୍ଷା
ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର: ଏହିସବୁ ହେବିଓ୍ବେଟ୍ଙ୍କ ହେବ ଭାଗ୍ୟ ପରୀକ୍ଷା ନୂଆଦିଲ୍ଲୀ,୧୭।୪: ଲୋକ ସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ବୁଧବାର ସନ୍ଧ୍ୟା ୬ଟାରେ ବନ୍ଦ ହେବ। ଭୋଟ ଦେବାର ୪୮ ଘଣ୍ଟା ପୂର୍ବରୁ ସାଧାରଣ ସଭା, ରୋଡ ଶୋ’ ଏବଂ ଶୋଭାଯାତ୍ରା ଉପରେ ଏକ ନିଷେଧାଦେଶ ରହିବ। ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା, ରାହୁଲ ଗାନ୍ଧୀ ନିର୍ବାଚନ ଯୁଦ୍ଧରେ ଜିତିବା ପାଇଁ ନିଜର […] The post ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର: ଏହିସବୁ ହେବିଓ୍ବେଟ୍ଙ୍କ ହେବ ଭାଗ୍ୟ ପରୀକ୍ଷା appeared first on Dharitri Odia News.
ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର: ଏହିସବୁ ହେବିଓ୍ବେଟ୍ଙ୍କ ହେବ ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ,୧୭।୪: ଲୋକ ସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ବୁଧବାର ସନ୍ଧ୍ୟା ୬ଟାରେ ବନ୍ଦ ହେବ। ଭୋଟ ଦେବାର ୪୮ ଘଣ୍ଟା ପୂର୍ବରୁ ସାଧାରଣ ସଭା, ରୋଡ ଶୋ’ ଏବଂ ଶୋଭାଯାତ୍ରା ଉପରେ ଏକ ନିଷେଧାଦେଶ ରହିବ। ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା, ରାହୁଲ ଗାନ୍ଧୀ ନିର୍ବାଚନ ଯୁଦ୍ଧରେ ଜିତିବା ପାଇଁ ନିଜର ସମ୍ପୂର୍ଣ୍ଣ ବଳ ଖଟାଇବେ। ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟରେ ୧୦୨ଟି ଆସନରେ ଭୋଟ ଗ୍ରହଣ କରାଯିବ।
୨୦୧୯ ଲୋକ ସଭା ନିର୍ବାଚନରେ ବହୁ ସଂଖ୍ୟାରେ ଭାଜପା ଜିତିଥିଲା। ୨୦୨୪ରେ, ଏନଡିଏ ୪୦୦ ପ୍ଲସର ସ୍ଲୋଗାନ ଦେଇ ପୂର୍ବ ପ୍ରଦର୍ଶନ ଅପେକ୍ଷା ଭଲ କରିବାକୁ ଚେଷ୍ଟା କରୁଛି, ଅନ୍ୟପକ୍ଷରେ, ଇଣ୍ଡିଆ ସହଯୋଗୀ ଦଳ ମଧ୍ୟ ଏନଡିଏର ବିଜୟ ରଥକୁ ରୋକିବାକୁ ଚେଷ୍ଟା କରୁଛି। ୨୦୧୯ରେ ଜିତିଥିବା ଆସନ ଉପରେ ନିଜର ଆଭିମୁଖ୍ୟ ବଜାୟ ରଖିବା ହେଉଛି ଭାଜପା ପୂର୍ବରୁ ସବୁଠାରୁ ବଡ ଆହ୍ବାନ। ୍
ଦେଶର ୨୧ଟି ରାଜ୍ୟରେ ୧୦୨ ଲୋକ ସଭା ଆସନ ପାଇଁ ୧୯ ଏପ୍ରିଲରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନ ମଧ୍ୟରୁ ତାମିଲନାଡୁର ସର୍ବାଧିକ ୩୯ଟି ଆସନ ରହିଛି।
The post ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର: ଏହିସବୁ ହେବିଓ୍ବେଟ୍ଙ୍କ ହେବ ଭାଗ୍ୟ ପରୀକ୍ଷା appeared first on Dharitri Odia News.