ଆଜି ପ୍ରବଳ ବର୍ଷିବ, ୩ରୁ କମିବ
ଭୁବନେଶ୍ୱର,୧।୯(ଅନୁରାଧା ମହାରଣା): ବଙ୍ଗୋପସାଗର ସୃଷ୍ଟି ହୋଇଥିବା ସୁଦୃଶ ଲଘୁଚାପ ଶନିବାର ଅବପାତର ରୂପ ନେବା ପରେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟାନ୍ୟ ଜିଲାରେ ପ୍ରବଳ ବର୍ଷା ଲାଗିରହିଛି। ରବିବାର ମଧ୍ୟ ବିଭିନ୍ନ ଜିଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବା ବେଳେ ୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଶନିବାର ଜାରି କରାଯାଇଥିବା ବୁଲେଟିନରୁ ପ୍ରକାଶ ପାଇଛି। ଅନ୍ୟପଟେ ରବିବାର ବର୍ଷା ନେଇସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଜିଲାପାଳଙ୍କୁ […] The post ଆଜି ପ୍ରବଳ ବର୍ଷିବ, ୩ରୁ କମିବ appeared first on Dharitri Odia News.
ଭୁବନେଶ୍ୱର,୧।୯(ଅନୁରାଧା ମହାରଣା): ବଙ୍ଗୋପସାଗର ସୃଷ୍ଟି ହୋଇଥିବା ସୁଦୃଶ ଲଘୁଚାପ ଶନିବାର ଅବପାତର ରୂପ ନେବା ପରେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟାନ୍ୟ ଜିଲାରେ ପ୍ରବଳ ବର୍ଷା ଲାଗିରହିଛି। ରବିବାର ମଧ୍ୟ ବିଭିନ୍ନ ଜିଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବା ବେଳେ ୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଶନିବାର ଜାରି କରାଯାଇଥିବା ବୁଲେଟିନରୁ ପ୍ରକାଶ ପାଇଛି।
ଅନ୍ୟପଟେ ରବିବାର ବର୍ଷା ନେଇସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଜିଲାପାଳଙ୍କୁ ସତର୍କ କରାଇଛନ୍ତି। ଅବପାତ ପ୍ରଭାବରେ ୨ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରବିବାର ପାଇଁ ୩ ଜିଲାକୁ ଅରେଞ୍ଜ ଓ ୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ନୂଆପଡା, କଳାହାଣ୍ଡି, କନ୍ଧମାଳ, ରାୟଗଡା ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ ଓ ଗଜପତି ଜିଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ୩ ତାରିଖ ଠାରୁ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ।
The post ଆଜି ପ୍ରବଳ ବର୍ଷିବ, ୩ରୁ କମିବ appeared first on Dharitri Odia News.