ଆଜି ବସିବ CCS ବୈଠକ, ନିଆଯାଇପାରେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଜି ବସିବ ସିସିଏସ ବୈଠକ । ଏହା ସହ ବସିବ ରାଜନୈତିକ ବ୍ୟାପାର କ୍ୟାବିନେଟ ବୈଠକ- CCPA। ବୈଠକରେ... The post ଆଜି ବସିବ CCS ବୈଠକ, ନିଆଯାଇପାରେ ବଡ଼ ନିଷ୍ପତ୍ତି appeared first on .
ନୂଆଦିଲ୍ଲୀ: ଆଜି ବସିବ ସିସିଏସ ବୈଠକ । ଏହା ସହ ବସିବ ରାଜନୈତିକ ବ୍ୟାପାର କ୍ୟାବିନେଟ ବୈଠକ- CCPA। ବୈଠକରେ ନିଆଯାଇପାରେ ବଡ଼ ନିଷ୍ପତ୍ତି। ତାପୂର୍ବରୁ ପହଲଗାଓଁ ଆକ୍ରମଣ ନେଇ ବିସ୍ତୃତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଯେକୌଣସି ମୁହୂର୍ତ୍ତରେ ସେନା ନେଇପାରେ ବଡ଼ ପଦକ୍ଷେପ। ଆକ୍ସନ ପାଇଁ ସେନାକୁ ଦିଆଯାଇଛି ପୂରା କ୍ଷମତା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସେନାକୁ ଏଭଳି କ୍ଷମତା ଦେଇଥିବା ସୂଚନା ମିଳିଛି। ଆତଙ୍କବାଦକୁ କଡା ଜବାବ ଦିଆଯିବ। ସେନା ସ୍ଥିର କରିବ କେତେବେଳେ କଣ କରାଯିବ। କିପରି ଜବାବ ଦିଆଯିବ ସେନେଇ ସେନା ନିଷ୍ପତ୍ତି ନେବ । ଆତଙ୍କବାଦକୁ ନିପାତ କରାଯିବ। ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୈଠକ ବସିଥିଲା। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ, CDS ଅନୀଲ ଚୌହ୍ବାନ ଉପସ୍ଥିତ ଥିଲେ। ବୈଠକ ପରେ ଗୃହମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସବିଶେଷ ଆଲୋଚନା କରିଛନ୍ତି। ପହଲଗାଓଁ ଆକ୍ରମଣ ପରିପ୍ରେକ୍ଷୀରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା।…..
The post ଆଜି ବସିବ CCS ବୈଠକ, ନିଆଯାଇପାରେ ବଡ଼ ନିଷ୍ପତ୍ତି appeared first on .