ଆଜି ବିଶ୍ବ କ୍ୟାନସର ଦିବସ: ପଦଯାତ୍ରାରେ କ୍ୟାନସର ନିରାକରଣ ସଚେତନତା
ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ): ଆଜି ବିଶ୍ବ କ୍ୟାନସର ଦିବସ। ଏହି କ୍ରମରେ ମଙ୍ଗଳବାର ସ୍ଥାନୀୟ ଫାଇଟର୍ସ ଗୃପ ପକ୍ଷରୁ ବରଗଡ଼ ଜିଲାରେ କ୍ୟାନସର ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲା ସଦର ମହକୁମାସ୍ଥିତ ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ ଜିଲାପାଳ ଆଦିତ୍ୟ ଗୋୟଲ ସଚେତନତା ଦୌଡ ଓ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଦୌଡ ଓ ପଦଯାତ୍ରାରେ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ସାମିଲ ହୋଇ ସହର ପରିକ୍ରମା ସହିତ କ୍ୟାନସର ନିରାକରଣ ପାଇଁ ସଚେତନତା […] The post ଆଜି ବିଶ୍ବ କ୍ୟାନସର ଦିବସ: ପଦଯାତ୍ରାରେ କ୍ୟାନସର ନିରାକରଣ ସଚେତନତା appeared first on Dharitri Odia News.
ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ): ଆଜି ବିଶ୍ବ କ୍ୟାନସର ଦିବସ। ଏହି କ୍ରମରେ ମଙ୍ଗଳବାର ସ୍ଥାନୀୟ ଫାଇଟର୍ସ ଗୃପ ପକ୍ଷରୁ ବରଗଡ଼ ଜିଲାରେ କ୍ୟାନସର ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲା ସଦର ମହକୁମାସ୍ଥିତ ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ ଜିଲାପାଳ ଆଦିତ୍ୟ ଗୋୟଲ ସଚେତନତା ଦୌଡ ଓ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଦୌଡ ଓ ପଦଯାତ୍ରାରେ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ସାମିଲ ହୋଇ ସହର ପରିକ୍ରମା ସହିତ କ୍ୟାନସର ନିରାକରଣ ପାଇଁ ସଚେତନତା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରୁପମା ଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ଫାଇଟର୍ସ ଗୃହର ଚେୟାରମ୍ୟାନ ଅଶ୍ବିନୀ ଦର୍ଜୀ, ସଭାପତି ପ୍ରସନ୍ନ ମିଶ୍ର ଏବଂ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲାର ଅନ୍ୟ ବ୍ଲକଗୁଡିକରେ ମଧ୍ୟ ଅନୁରୂପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
The post ଆଜି ବିଶ୍ବ କ୍ୟାନସର ଦିବସ: ପଦଯାତ୍ରାରେ କ୍ୟାନସର ନିରାକରଣ ସଚେତନତା appeared first on Dharitri Odia News.